ଦିଲ୍ଲୀରୁ ଓଡ଼ିଶାକୁ ରିଲିଫ ଟ୍ରକ୍‌ ପଠାଇଲା ଭାଜପା

ଭୁବନେଶ୍ୱର, ୨୨।୯(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିନ ଅବସରରେ ଦେଶବ୍ୟାପୀ ସେବା ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ସୋମବାର ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରୁ ଏକ ରିଲିଫ ସାମଗ୍ରୀ ବୋଝେଇ ଟ୍ରକ୍‌ ଓଡ଼ିଶାରେ ବନ୍ୟା ପୀଡ଼ିତଙ୍କ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଲୋକଙ୍କ ପାଇଁ ରିଲିଫ ସାମଗ୍ରୀ ଆସୁଛି ା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରଥମେ ଶ୍ରୀଜଗନ୍ନାଥଙ୍କୁ ପଦ୍ମଫୁଲ ଅର୍ପଣକରି ପ୍ରାର୍ଥନା କରିବା ସହ ସମସ୍ତଙ୍କ ଶୁଭକାମନା କରିଛନ୍ତି । ଏହା ପରେ ନଡ୍ଡା ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି ା ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ବନ୍ୟା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ବ୍ୟାପକ ଜଳମଗ୍ନ ଯୋଗୁ ବହୁ ମାତ୍ରାରେ ଧନସମ୍ପତ୍ତି ନଷ୍ଟ ହୋଇଛି । ପୁରୀ ଜିଲା ଡେଲାଙ୍ଗ ଏବଂ କଣାସ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହେବା ସହ ସ୍ଥାନୀୟ ବାସିନ୍ଦାମାନେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ଏହି ଟ୍ରକ୍‌ରେ ଆସୁଥିବା ରିଲିଫ ସାମଗ୍ରୀଗୁଡିକୁ ଡେଲାଙ୍ଗ ଓ କଣାସ ବ୍ଲକର ୭୦ ଗ୍ରାମରେ ବଣ୍ଟନ କରାଯିବ । ଭାଜପା ନିଜର ସାମାଜିକ ଦାୟିତ୍ୱ ପାଳନ କରି ରାଜ୍ୟର ବନ୍ୟା ପୀଡ଼ିତଙ୍କ ପାଇଁ ରିଲିଫ ସାମଗ୍ରୀ ପଠାଇଥିବାରୁ ରାଜ୍ୟ ଭାଜପା ପକ୍ଷରୁ ନଡ୍ଡାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଜେକ୍ସନ ନେବା ପରେ ଚାଲିଗଲା ଜୀବନ

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ସ୍ବାସ୍ଥ୍ୟ ସେବାକୁ ନେଇ ସାରା ରାଜ୍ୟରୁ ଆସୁଛି ନାନା ଅଭିଯୋଗ। ଏସ୍‌ସିବି ମେଡିକାଲର ଭୁଲ୍‌ କ୍ୟାନ୍‌ସର ରିପୋର୍ଟ ପାଇଁ ମହିଳା ଅଙ୍ଗ ହରାଇଥିବାବେଳେ...

ବଜାର ବୁଲାଇ ନେବା ବାହାନାରେ ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବାରିପଦା,୧୫ା୧୧-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ନିର୍ମମ ହତ୍ୟା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ମୟୂରଭଞ୍ଜ ଜିଲା...

ବୁଲବୁଲ ଉଜାଡିଦେଲା ୪ ଏକର ଫସଲ: ନୂରୁଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ରାଜନଗର,୨୮।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ନୂରୁଗାଁ ଗ୍ରାମର ଜଣେ ଚାଷୀ ବିଷପିଇ ଆତ୍ମହତ୍ୟା କରିଥିବା ଗୁରୁବାର ପରିବାରଲୋକେ ଅଭିଯୋଗ କରିଛନ୍ତି। ସେ ହେଲେ ରାମଚନ୍ଦ୍ର...

ପୁରୀ-କୋଣାର୍କ ରେଳପଥକୁ ଉପେକ୍ଷା, ସାଧାରଣରେ ଅସନ୍ତୋଷ

ପୁରୀ ଅଫିସ,୩।୨: ଚଳିତବର୍ଷର ରେଳ ବଜେଟ୍‌ରେ ପୁରୀ-କୋଣାର୍କ ରେଳପଥ ପାଇଁ ଅର୍ଥ ମଞ୍ଜୁର ହୋଇ ନାହିଁ। ତେଣୁ ପୁରୀ ଜିଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।...

ରାଜଧାନୀରୁ ୨୫ ଲକ୍ଷର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ୨୫ଲକ୍ଷର ବ୍ରାଉନସୁଗାର ଜବତ ହୋଇଛି। ସୁନ୍ଦରପଦା ହାଇଟେକ୍‌ ଛକରୁ ଏହି ଧଳା ଜହର ଜବତ କରିଛି ଏୟାରଫିଲ୍ଡ ଥାନା ପୋଲିସ ।...

ସତ୍ୟପାଠ ଦାଖଲ କରିବେ ପଞ୍ଚାୟତ ପ୍ରାର୍ଥୀ, ସାର୍ବଜନୀନ ହେବ…

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ପ୍ରଥମ ଥର ଲାଗି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଦାଖଲ କରିବେ। ଏଥିସହ ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠ ସାର୍ବଜନୀନ ମଧ୍ୟ କରାଯିବ। ଏନେଇ...

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୭୪ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୫୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୪ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ପୁଣି ଚେନ୍ନାଇରୁ ବୋଟ୍‌ରେ ଗଞ୍ଜାମ ଫେରିଲେ ୩୩ ମତ୍ସ୍ୟଜୀବୀ: ୪ ଜଣ ଜ୍ୱରରେ ପୀଡିତ, ସମସ୍ତଙ୍କୁ ରଖାଗଲା କ୍ୱାରାଣ୍ଟାଇନରେ

ଛତ୍ରପୁର, ୨୮।୪(ଡି.ଏନ୍‌.ଏ.): ଲକ୍‌ଡାଉନ କଟକଣା ଯୋଗୁ ଚେନ୍ନାଇରେ ଫସିଥିବା ଗଞ୍ଜାମ ଜିଲାର ବହୁ ମତ୍ସ୍ୟଜୀବୀ ବିପଦପୂର୍ଣ୍ଣଭାବେ ଜଳପଥ ଦେଇ ଘରକୁ ଫେରୁଛନ୍ତି। ୩୩ ମତ୍ସ୍ୟଜୀବୀ ସମୁଦ୍ର...

Advertisement
Archives

Model This Week