Posted inଜାତୀୟ

ଶରଦ ପାଓ୍ବାର-ଉଦ୍ଧବ ଠାକ୍‌ରେଙ୍କୁ ଆୟକର ନୋଟିସ୍‌

ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ୮ ଏମ୍‌ପିଙ୍କ ନିଲମ୍ବନ ନେଇ ଦେଶର ରାଜନୈତିକ କ୍ଷେତ୍ରରେ ଝଡ଼ ଉଠିଛି। ଏପରିସ୍ଥଳେ ମଙ୍ଗଳବାର ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଏବଂ ଶିବସେନା ସୁପ୍ରିମୋ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆୟକର ବିଭାଗ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ଏହାକୁ ନେଇ ରାଜନୈତିକସ୍ତରରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ନିର୍ବାଚନରେ ଦାଖଲ ହୋଇଥିବା ସତ୍ୟପାଠ ଆଧାରରେ ଏହି ନୋଟିସ୍‌ ଜାରି କରାଯାଇଛି। ଉଦ୍ଧବଙ୍କ ସହିତ ଆଦିତ୍ୟ ଠାକ୍‌ରେ ଏବଂ ଏନ୍‌ସିପି ନେତା ସୁପ୍ରିୟା ସୁଲେଙ୍କ ପାଖକୁ ମଧ୍ୟ ଆୟକର ନୋଟିସ୍‌ ପଠାଯାଇଥିବା ଜଣାପଡ଼ିଛି। ସତ୍ୟପାଠରେ ଆୟ ସମ୍ପର୍କିତ ସୂଚନା ଭୁଲ ଦିଆଯାଇଥିବା ନେଇ ଏଭଳି କରାଯାଇଥିବା କୁହାଯାଉଛି। କୃଷି ବିଧେୟକକୁ ଏନ୍‌ସିପି ଏବଂ ଶିବସେନା ପକ୍ଷରୁ ବିରୋଧ କରାଯାଉଥିବାବେଳେ ଆୟକର ନୋଟିସ ନେଇ ଏବେ ରାଜନୈତିକ ପରିବେଶ ଉଷ୍ଣ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: କରୋନା ଚିକିତ୍ସାର ନୂଆ ପଦ୍ଧତି ଖୋଜି ପାଇଲା ଆଇସିଏମ୍‌ଆର୍‌

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏହା ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଛି। ତେବେ...

‘ଖୁବଶୀଘ୍ର ଶେଷ ହେବ ଭାଜପାର ଅହଙ୍କାର’

ଲକ୍ଷ୍ନୌ,୨।୨: ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଇଁ ଗୁରୁବାର ମୋରାଦାବାଦ୍‌ରେ ବିମାନ ଅବତରଣ...

ଡାକ୍ତରୀ, ଇଞ୍ଜିନିୟରିଂ ପାଇଁ ହେବ ଗୋଟିଏ ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ,୧୩ା୮: ଇଞ୍ଜିନିୟରିଂ ଏବଂ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଗୋଟିଏ ପ୍ରବେଶିକା ପରୀକ୍ଷା ପ୍ରସ୍ତାବ ଉପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କାର୍ଯ୍ୟ କରୁଛି। ଏନ୍‌ଇଇଟି...

ଆଇଟିଆର୍‌ ଫାଇଲିଂ ଅବଧି ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୧ା୫: ଆର୍ଥତ୍କ ବର୍ଷ ୨୦୨୦-୨୧ର ଆୟକର ରିଟର୍ନ (ଆଇଟିଆର୍‌) ଫାଇଲିଂ ଅବଧିକୁ କେନ୍ଦ୍ର ସରକାର ଗୁରୁବାର ଚଳିତ ବର୍ଷ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି।...

୮୦ ବର୍ଷର ଆଇନ ଲଢ଼େଇ ପରେ ତିରୁପତି ଦେବସ୍ଥାନମ୍‌ ଟ୍ରଷ୍ଟକୁ ମିଳିଲା ୧୮୮ ଏକର ଜମି

ତିରୁପତି,୭।୯: ଆନ୍ଧ୍ରପ୍ରଦେଶରେ ଥିବା ତିରୁପତି ତିରୁମାଲା ଦେବସ୍ଥାନମ୍‌ ଟ୍ରଷ୍ଟ୍‌କୁ ୮୦ ବର୍ଷ ଆଇନ ଲଢ଼େଇ ପରେ ସଫଳତା ମିଳିଛି। ଟ୍ରଷ୍ଟକୁ ୧୮୮ ଏକର ଏବଂ ୩୨...

ଗୋଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି ଗୋସ୍ୱାମୀ!

ହରିଦ୍ୱାର,୨୨ ।୧: ଉତ୍ତରଖଣ୍ଡ ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି । ୨୪ ଜାନୁୟାରୀରେ ସୃଷ୍ଟି ଏହି ଦାୟିତ୍ୱ...

୧୯୪୭ରେ ମୁସଲମାନଙ୍କୁ ପାକ୍‌ ପଠାଇଦେବା ଉଚିତ ଥିଲା

ପାଟନା, ୨୨ା୨: ଦେଶ ସ୍ବାଧୀନତା ବେଳେ ସମସ୍ତ ମୁସଲମାନଙ୍କୁ ପାକିସ୍ତାନ ପଠାଇଦେବା ଉଚିତ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ଫାୟାର୍‌ବ୍ରାଣ୍ଡ ନେତା ଗିରିରାଜ ସିଂ...

ଭାରତରେ ପ୍ରଥମ ଘଟଣା, ମହିଳା ଡାକ୍ତର ଆଲ୍ଫା-ଡେଲ୍ଟା ଭାରିଆଣ୍ଟରେ ଆକ୍ରାନ୍ତ…

ଗୁଆହାଟି,୨୦।୭: ଆସାମର ଜଣେ ମହିଳା ଡାକ୍ତରଙ୍କଠାରେ କରୋନା ମହାମାରୀ ଭୂତାଣୁର ଆଲ୍ଫା ଏବଂ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଛି। ଜଣଙ୍କଠାରେ ୨ଟି ଭାରିଆଣ୍ଟ ରହିଥିବା ଭାରତରେ...

Advertisement
Archives

Model This Week