ୟୁଜିସି ଅବହେଳା ପ୍ରସଙ୍ଗ ଉଠାଇଲା ବିଜେଡି

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍‌ ପ୍ରସଙ୍ଗ ଆଲୋଚନା ଛିଣ୍ଡୁନି। ସୋମବାରକୁ ମିଶାଇ ଲଗାତର ୩ଦିନ ପାଇଁ ଗୃହରେ ଏହି ବିଲ୍‌କୁ ନେଇ ଆଲୋଚନା ହୋଇଛି। ପୁଣିଥରେ ବିରୋଧୀ ଦଳ କଂଗ୍ରେସ ନେତା ନରସିଂହ ମିଶ୍ର ବିଲ୍‌କୁ ବିରୋଧ କରିବା ସହ ଏଥିରେ ଥିବା ତ୍ରୁଟି ସମ୍ପର୍କରେ କହିଥିଲେ। ସେହିଭଳି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ରାଜ୍ୟ ସରକାର ନିଜ ରାଜନୈତିକ ଶକ୍ତି ବ୍ୟବହାର କରି ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ବାଧୀନତା ଓ ଅଖଣ୍ଡତାକୁ କ୍ଷୁଣ୍ଣ କରିବାର ପ୍ରୟାସ କରୁଥିବା କହିଥିଲେ। କରୋନା ମହାମାରୀ ସମୟରେ ଏହି ବିଲ୍‌ ପାରିତ କରିବାର ଆବଶ୍ୟକତା ନାହିଁ। ଶିକ୍ଷାବିତ୍‌ମାନେ ଏହା ଉପରେ ପ୍ରଶ୍ନ ଉଠାଉଛନ୍ତି। ବିଶ୍ୱବିଦ୍ୟାଳୟ ସିନେଟ୍‌ର ଉଚ୍ଛେଦକୁ ସେ ବିରୋଧ କରିବା ସହ ବିଲ୍‌କୁ ବିଚାରକୁ ନେବାକୁ ସିଲେକ୍ଟ କମିଟିକୁ ପଠାଇବାକୁ କହିଥିଲେ। ଏହି ଅବସରରେ ସେ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଏନ୍‌ଆଇଆର୍‌ଏଫ୍‌ ର଼୍ୟାକିଂରେ କାହିଁକି ପଛରେ ରହୁଛି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଶାସକ ଦଳ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, କୋଭିଡ୍‌ ପ୍ରାୟ ବର୍ଷେ ହେବ ଚାଲିଲାଣି। ଏଥି ପାଇଁ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଲାଣି। ଏଭଳି ସମୟରେ ଶିକ୍ଷା ଏକ ଆବଶ୍ୟକତା ହୋଇଥିବାରୁ ଏହା ଉପରେ ଆଲୋଚନା ଓ ବିଲ୍‌ ଆଣିବାର ପ୍ରାସଙ୍ଗିକତା ରହିଥିବା ଯୁକ୍ତି ବାଢିଥିଲେ। ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ବ୍ୟବସ୍ଥିତ କରିବାରେ ଏହା ସହାୟକ ହେବ। କୁଳପତିଙ୍କ କ୍ଷମତା କ୍ଷୁଣ୍ଣ ହେବନି। ସିନେଟ୍‌କୁ ଉଚ୍ଛେଦ କରି ସିଣ୍ଡିକେଟ୍‌କୁ ଅଧିକ ଶକ୍ତିଶାଳୀ କରାଯାଇଥିବା ସେ କହିଥିଲେ। ଏହି ଅବସରରେ ଛୁରିଆ ଓଡ଼ିଶାର ବିଶ୍ୱବିଦ୍ୟାଳୟ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ ଉଠାଇଥିଲେ। ୟୁଜିସି ଓଡ଼ିଶା ପ୍ରତି ଅବହେଳା କରୁଛି, ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ଆବଶ୍ୟକ ଅର୍ଥ ଦେଉନାହିଁ। ଓଡ଼ିଶାର ଛାତ୍ରୀଛାତ୍ରମାନେ ପାଠ ପଢି ଆଗକୁ ନ ବଢନ୍ତୁ ବୋଲି କେନ୍ଦ୍ର ଚାହୁଁଥିବା ସେ କହିଥିଲେ। ତେବେ ନୂଆ ବିଲ୍‌ରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ଓ ପ୍ରାଧ୍ୟାପକମାନଙ୍କ ପ୍ରମୋଶନ ବେଳେ ସେମାନଙ୍କ ରିସର୍ଚ୍ଚ ଫିଲ୍ଡ ଏବଂ ସେମାନଙ୍କ ଅଧୀନରେ କେତେକ ଛାତ୍ରୀଛାତ୍ର ପିଏଚ୍‌ଡି କରିଛନ୍ତି ତାହାକୁ ବିଚାରକୁ ନେବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ଉକ୍ତ ବିଲ୍‌ ଉପରେ ତର୍କ ବିତର୍କ ହେବାପରେ କୃଷି ଆଇନ ଉପରେ ଆଲୋଚନା ଅଧାରେ ରହିଛି।
ବିଜେଡି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ ୟୁଜିସିର ଓଡ଼ିଶା ପ୍ରତି ଅବହେଳା ପ୍ରସଙ୍ଗ ଉଠାଇଥିଲେ। ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ୧ ହଜାର କୋଟି ଦେଉଥିବା ବେଳେ ୟୁଜିସି ମାତ୍ର ୧୦ କୋଟି ଦେଉଛନ୍ତି। ଏ ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ କୁଳପତି ଚୟନରେ ରାଜ୍ୟ ସରକାରଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଥିବା ସେ କହିଥିଲେ। ସେହିଭଳି ଓପିଏସ୍‌ସି ଦ୍ୱାରା ଅଧ୍ୟାପକ ଚୟନ ହେବାଦ୍ୱାରା ବର୍ତ୍ତମାନ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ୮୦୦ ପଦବୀ ପୂରଣ ହୋଇପାରିବ। ସେହିଭଳି ଖାଲିପଡ଼ିଥିବା ଶତାଧିକ ନନ୍‌-ଟିଚିଂ ଷ୍ଟାଫ୍‌ ମଧ୍ୟ ନିଯୁକ୍ତ ପାଇପାରିବେ ବୋଲି ସେ କହିଥିଲେ। ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏବେ ବି ସିନେଟ୍‌ ବସୁ ନ ଥିବାରୁ ଆଗାମୀଦିନରେ ସିନେଟ୍‌ର ଆବଶ୍ୟକତା ନ ଥିବା ସେ ଯୁକ୍ତି ବାଢିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?