ଭାଜପା ନେତା ଜାଣିପାରୁ ନାହାନ୍ତି

ଭୁବନେଶ୍ବର, ୧୪।୫(ବ୍ୟୁରୋ): ଭାଜପା ସଭାପତି ଭାବେ ଗତ ମାର୍ଚ୍ଚ ୨୩ରେ ମନମୋହନ ସାମଲ ପଦ ଗ୍ରହଣ କଲେ। ସେତେବେଳେ ଭୁବନେଶ୍ୱର ରାମମନ୍ଦିର ନିକଟସ୍ଥ ଭାଜପା ଅଫିସ୍‌ ସମ୍ମୁଖରେ ଲାଗିଥିବା ଗାଡ଼ି ଏବଂ ବସ୍‌ର ଭିଡ଼ରୁ ମନେହେଲା ଯେପରି ବିଦାୟ ନେଇଥିବା ସଭାପତି ସମୀର ମହାନ୍ତିଙ୍କ ପରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ। ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଏବଂ ଉଲ୍ଲାସ ଦେଖି ହୃଦ୍‌ବୋଧ ହେଉଥିଲା ଯେ, ମନମୋହନ ସାମଲ ନିଜେ ଏକ ବିଧାନସଭା ଆସନ ଜିତିପାରି ନ ଥିବା ସତ୍ତ୍ୱେ ରାଜ୍ୟବ୍ୟାପୀ ଦଳୀୟ ସଙ୍ଗଠନରେ ନୂତନ ସମୀକରଣ କରାଇ ଦଳକୁ ଆଗେଇ ନେଇପାରିବେ। ଦୁଃଖର ବିଷୟ ଯେ, ତାଙ୍କର ଦଳୀୟ ସଭାପତି ପଦ ଗ୍ରହଣ ପରେ ତୁରନ୍ତ ଏକ ପରୀକ୍ଷାର ସମୟ ଆସିଗଲା। ନିଜର ଦକ୍ଷତା ପ୍ରମାଣ କରିବାକୁ ମିଳିଥିବା ସୁଯୋଗକୁ ମନମୋହନ ହୁଏତ ଭଲ ଭାବେ ଚିହ୍ନିପାରିଲେ ନାହିଁ। ଝାରସୁଗୁଡ଼ା ଉପନିର୍ବାଚନ ମାଧ୍ୟମରେ ତାଙ୍କର ସ୍ଥିତିକୁ ଦଳ ଭିତରେ ସୁଦୃଢ଼ କରିବାର ଯେଉଁ ସମୟ ଏବଂ ସୁଯୋଗ ମିଳିଥିଲା ସେଥିରେ ଅନେକ ସଫଳତା ହାସଲ କରାଯାଇପାରି ଥାଆନ୍ତା। କିନ୍ତୁ ଭାଜପାର ରାଜ୍ୟ ନେତାମାନେ ସବୁବେଳେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ପରିପ୍ରକାଶ କରିଦେଉଛନ୍ତି ବୋଲି ଦଳର କ୍ଷତି ବୃଦ୍ଧି ପାଉଛି। ଅନ୍ୟପଟେ ମନମୋହନଙ୍କ ସେଭଳି କୌଣସି ଆଖିଦୃଶିଆ ସାଙ୍ଗଠନିକ ଦକ୍ଷତା ନାହିଁ ବୋଲି ଦଳୀୟ କର୍ମୀମାନେ ରାଜ୍ୟ ଅଫିସରେ ଫୁସୁରୁଫାସର ହୋଇ କହୁଛନ୍ତି।
ଦଳର ଅନେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ନେତା ଯେଉଁମାନେ ବିଧାୟକ ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି ସେମାନେ ମଧ୍ୟ ଝାରସୁଗୁଡ଼ା ନିର୍ବାଚନ ପରେ ନିରାଶ ପ୍ରକାଶ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପରିଚିତ ଭାବି ବିଧାୟକ ପ୍ରାର୍ଥୀଙ୍କ କହିବାନୁଯାୟୀ, ଓଡ଼ିଶା ଭାଜପାର ନେତା ଭାବେ ନବୀନ ପଟ୍ଟନାୟକଙ୍କୁ ଦେଖାଯାଉଛି। ଏହି ନେତା ଅନେକ ଯୁବ ସମର୍ଥକଙ୍କ ମତକୁ ପ୍ରକାଶକରି କହୁଛନ୍ତି, ଭାଜପାରେ ”ନୂତନ ଯୁବ ମୁହଁ ଦିଆ ନ ଯିବା ପର୍ଯ୍ୟନ୍ତ ପରିବର୍ତ୍ତନ ଆସିପାରିବ ନାହିଁ “ । ତାଙ୍କ କହିବାନୁୟାୟୀ, ନବୀନଙ୍କ ଗୋଟି ଚାଳନାକୁ ମନମୋହନଙ୍କ ଭଳି ବ୍ୟକ୍ତିତ୍ୱ ବୁଝିବା କଷ୍ଟକର। ନିକଟରେ ଉଭୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ଯେଉଁଭଳି ଭାବେ ନବୀନ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାଲିସ କରିଦେଲେ ତାହା ଫଳରେ ରାଜ୍ୟ ଭାଜପାର ମଙ୍ଗ ଧରିଥିବା ସମସ୍ତ ନେତା ବାଟବଣା ହୋଇପଡ଼ିଛନ୍ତି। ଏହାର ପ୍ରମାଣ ଝାରସୁଗୁଡ଼ା ନିର୍ବାଚନ ଫଳାଫଳ ସମ୍ପର୍କରେ ରାଜ୍ୟ ସଭାପତି ଦେଇଥିବା ମନ୍ତବ୍ୟରୁ ସ୍ପଷ୍ଟ ବୁଝାପଡୁଛି ବୋଲି ଏହି ଗୋଷ୍ଠୀ ମତ ଦେଇଛନ୍ତି। ମନମୋହନଙ୍କ ବିବୃତିରେ ଭାଜପାର ବର୍ଦ୍ଧିତ ଭୋଟ ସଂଖ୍ୟାକୁ ଦର୍ଶାଇ ବାହାବା ନେଉଥିବା ବେଳେ ପରାଜୟ କେଉଁଥି ପାଇଁ ଘଟିଲା ତାହାର କୌଣସି ବର୍ଣ୍ଣନା କରିବା ପାଇଁ ସକ୍ଷମ ନୁହେଁ ବୋଲି ଏହି ଯୁବ ଗୋଷ୍ଠୀର ମନ୍ତବ୍ୟ।
ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶା ଭାଜପାର ଆଭ୍ୟନ୍ତରୀଣ କନ୍ଦଳ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ମନ୍ତବ୍ୟ କେହି ଦେଉ ନ ଥିଲେ। ଏବେ ମନମୋହନଙ୍କ ଆସନ ଗ୍ରହଣ ପରେ, ଅନ୍ୟ ଦଳ ଭଳି, ଆଭ୍ୟନ୍ତରୀଣ ପରିସ୍ଥିତି ସମ୍ପର୍କରେ ମତାମତ ଦେବାକୁ ଅନେକ ନେତା ବାହାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri