ଭାଜପା ନେତା ଜାଣିପାରୁ ନାହାନ୍ତି

ଭୁବନେଶ୍ବର, ୧୪।୫(ବ୍ୟୁରୋ): ଭାଜପା ସଭାପତି ଭାବେ ଗତ ମାର୍ଚ୍ଚ ୨୩ରେ ମନମୋହନ ସାମଲ ପଦ ଗ୍ରହଣ କଲେ। ସେତେବେଳେ ଭୁବନେଶ୍ୱର ରାମମନ୍ଦିର ନିକଟସ୍ଥ ଭାଜପା ଅଫିସ୍‌ ସମ୍ମୁଖରେ ଲାଗିଥିବା ଗାଡ଼ି ଏବଂ ବସ୍‌ର ଭିଡ଼ରୁ ମନେହେଲା ଯେପରି ବିଦାୟ ନେଇଥିବା ସଭାପତି ସମୀର ମହାନ୍ତିଙ୍କ ପରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ। ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଏବଂ ଉଲ୍ଲାସ ଦେଖି ହୃଦ୍‌ବୋଧ ହେଉଥିଲା ଯେ, ମନମୋହନ ସାମଲ ନିଜେ ଏକ ବିଧାନସଭା ଆସନ ଜିତିପାରି ନ ଥିବା ସତ୍ତ୍ୱେ ରାଜ୍ୟବ୍ୟାପୀ ଦଳୀୟ ସଙ୍ଗଠନରେ ନୂତନ ସମୀକରଣ କରାଇ ଦଳକୁ ଆଗେଇ ନେଇପାରିବେ। ଦୁଃଖର ବିଷୟ ଯେ, ତାଙ୍କର ଦଳୀୟ ସଭାପତି ପଦ ଗ୍ରହଣ ପରେ ତୁରନ୍ତ ଏକ ପରୀକ୍ଷାର ସମୟ ଆସିଗଲା। ନିଜର ଦକ୍ଷତା ପ୍ରମାଣ କରିବାକୁ ମିଳିଥିବା ସୁଯୋଗକୁ ମନମୋହନ ହୁଏତ ଭଲ ଭାବେ ଚିହ୍ନିପାରିଲେ ନାହିଁ। ଝାରସୁଗୁଡ଼ା ଉପନିର୍ବାଚନ ମାଧ୍ୟମରେ ତାଙ୍କର ସ୍ଥିତିକୁ ଦଳ ଭିତରେ ସୁଦୃଢ଼ କରିବାର ଯେଉଁ ସମୟ ଏବଂ ସୁଯୋଗ ମିଳିଥିଲା ସେଥିରେ ଅନେକ ସଫଳତା ହାସଲ କରାଯାଇପାରି ଥାଆନ୍ତା। କିନ୍ତୁ ଭାଜପାର ରାଜ୍ୟ ନେତାମାନେ ସବୁବେଳେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ପରିପ୍ରକାଶ କରିଦେଉଛନ୍ତି ବୋଲି ଦଳର କ୍ଷତି ବୃଦ୍ଧି ପାଉଛି। ଅନ୍ୟପଟେ ମନମୋହନଙ୍କ ସେଭଳି କୌଣସି ଆଖିଦୃଶିଆ ସାଙ୍ଗଠନିକ ଦକ୍ଷତା ନାହିଁ ବୋଲି ଦଳୀୟ କର୍ମୀମାନେ ରାଜ୍ୟ ଅଫିସରେ ଫୁସୁରୁଫାସର ହୋଇ କହୁଛନ୍ତି।
ଦଳର ଅନେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ନେତା ଯେଉଁମାନେ ବିଧାୟକ ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି ସେମାନେ ମଧ୍ୟ ଝାରସୁଗୁଡ଼ା ନିର୍ବାଚନ ପରେ ନିରାଶ ପ୍ରକାଶ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପରିଚିତ ଭାବି ବିଧାୟକ ପ୍ରାର୍ଥୀଙ୍କ କହିବାନୁଯାୟୀ, ଓଡ଼ିଶା ଭାଜପାର ନେତା ଭାବେ ନବୀନ ପଟ୍ଟନାୟକଙ୍କୁ ଦେଖାଯାଉଛି। ଏହି ନେତା ଅନେକ ଯୁବ ସମର୍ଥକଙ୍କ ମତକୁ ପ୍ରକାଶକରି କହୁଛନ୍ତି, ଭାଜପାରେ ”ନୂତନ ଯୁବ ମୁହଁ ଦିଆ ନ ଯିବା ପର୍ଯ୍ୟନ୍ତ ପରିବର୍ତ୍ତନ ଆସିପାରିବ ନାହିଁ “ । ତାଙ୍କ କହିବାନୁୟାୟୀ, ନବୀନଙ୍କ ଗୋଟି ଚାଳନାକୁ ମନମୋହନଙ୍କ ଭଳି ବ୍ୟକ୍ତିତ୍ୱ ବୁଝିବା କଷ୍ଟକର। ନିକଟରେ ଉଭୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ଯେଉଁଭଳି ଭାବେ ନବୀନ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାଲିସ କରିଦେଲେ ତାହା ଫଳରେ ରାଜ୍ୟ ଭାଜପାର ମଙ୍ଗ ଧରିଥିବା ସମସ୍ତ ନେତା ବାଟବଣା ହୋଇପଡ଼ିଛନ୍ତି। ଏହାର ପ୍ରମାଣ ଝାରସୁଗୁଡ଼ା ନିର୍ବାଚନ ଫଳାଫଳ ସମ୍ପର୍କରେ ରାଜ୍ୟ ସଭାପତି ଦେଇଥିବା ମନ୍ତବ୍ୟରୁ ସ୍ପଷ୍ଟ ବୁଝାପଡୁଛି ବୋଲି ଏହି ଗୋଷ୍ଠୀ ମତ ଦେଇଛନ୍ତି। ମନମୋହନଙ୍କ ବିବୃତିରେ ଭାଜପାର ବର୍ଦ୍ଧିତ ଭୋଟ ସଂଖ୍ୟାକୁ ଦର୍ଶାଇ ବାହାବା ନେଉଥିବା ବେଳେ ପରାଜୟ କେଉଁଥି ପାଇଁ ଘଟିଲା ତାହାର କୌଣସି ବର୍ଣ୍ଣନା କରିବା ପାଇଁ ସକ୍ଷମ ନୁହେଁ ବୋଲି ଏହି ଯୁବ ଗୋଷ୍ଠୀର ମନ୍ତବ୍ୟ।
ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶା ଭାଜପାର ଆଭ୍ୟନ୍ତରୀଣ କନ୍ଦଳ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ମନ୍ତବ୍ୟ କେହି ଦେଉ ନ ଥିଲେ। ଏବେ ମନମୋହନଙ୍କ ଆସନ ଗ୍ରହଣ ପରେ, ଅନ୍ୟ ଦଳ ଭଳି, ଆଭ୍ୟନ୍ତରୀଣ ପରିସ୍ଥିତି ସମ୍ପର୍କରେ ମତାମତ ଦେବାକୁ ଅନେକ ନେତା ବାହାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?