Posted inଜାତୀୟ

‘ଅପରେସନ ସମୁଦ୍ରଗୁପ୍ତ’: ୧୨ହଜାର କୋଟିର ଡ୍ରଗ୍ସ ଜବତ, ପାକିସ୍ଥାନ ଲିଙ୍କ୍‌!

ନୂଆଦିଲ୍ଲୀ,୧୪।୫:ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମିଳିତ ଅପରେସନ ‘ସମୁଦ୍ରଗୁପ୍ତ’ରେ ବହୁ ପରିମାଣର ଡ୍ରଗ୍ସ ଜବତ କରାଯାଇଛି। କେରଳ ଉପକୂଳବର୍ତ୍ତୀ ଏକ ଜାହାଜରୁ ପ୍ରାୟ ୧୨,୦୦୦କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୫୦୦କି.ଗ୍ରା. ମିଥାମଫେଟାମାଇନ ଡ୍ରଗ୍ସ ଜବତ କରାଯାଇଛି। ଆଣ୍ଟି ଡ୍ରଗ୍ସ ଏଜେନ୍ସି କହିଛନ୍ତି ଯେ,ଏହି ଅପରେସନ ଦ୍ୱାରା ଦେଶର ସବୁଠାରୁ ବଡ ମିଥାମଫେଟାମାଇନ ଜବତ ହୋଇଛି। ଏଥିସହ ଜଣେ ପାକିସ୍ତାନୀ ନାଗରିକଙ୍କୁ ଡ୍ରଗ୍ସ ସମ୍ପର୍କରେ ପଚରାଉଚରା ପାଇଁ ଅଟକ ରଖାଯାଇଛି।

ଏନସିବି ଉପ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ କହିଛନ୍ତି ଯେ, ‘ଅପରେସନ ସମୁଦ୍ରଗୁପ୍ତ’ ଦ୍ୱାରା ଡ୍ରଗ୍ସ ଜବତ ହୋଇପାରିଛି। ଏହି ଅପରେସନରେ ଆଫଗାନିସ୍ତାନରୁ ଆସୁଥିବା ଔଷଧ ଏବଂ ଡ୍ରଗ୍ସର ସମୁଦ୍ରରେ ଚୋରା ଚାଲାଣକୁ ଟାର୍ଗେଟ କରାଯାଇଥିଲା। ଆଣ୍ଟି ଡ୍ରଗ୍ସ ଏଜେନ୍ସି କହିଛନ୍ତି ଯେ, ଗତ ଦେଢ ବର୍ଷ ମଧ୍ୟରେ ସମୁଦ୍ରର ଦକ୍ଷିଣ ମାର୍ଗ ଦେଇ କରାଯାଉଥିବା ଡ୍ରଗ୍ସ କାରବାରରେ ଏନସିବିର ଏହା ତୃତୀୟ ବଡ ସଫଳତା। ଏହି ଅପରେସନ ଅଧିନରେ ଏପର୍ଯ୍ୟନ୍ତ ପ୍ରାୟ ୩୨୦୦କି.ଗ୍ରା. ମିଥାମଫେଟାମାଇନ, ୫୦୦କି.ଗ୍ରା ହିରୋଇନ ଏବଂ ୫୨୯କି.ଗ୍ରା ହଶିଶ ଜବତ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଦଳିଯିବ ଡ୍ରାଇଭିଂ ଲାଇସେନ୍ସ, ମୋବାଇଲ କଲିଂ ଓ ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୪।୧୦: ଦେଶ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (NCR)ରେ ଆସନ୍ତା ୧ ନଭେମ୍ୱର ୨୦୨୬ରୁ ସାଧାରଣ ଜନତାଙ୍କ ଜୀବନ ସହିତ ଜଡ଼ିତ ଅନେକ ବଡ଼ ପରିବର୍ତ୍ତନ ଲାଗୁ…

ପ୍ରେମୀଯୁଗଳଙ୍କ ଅଜବ ଫଣ୍ଡା, ବିବାହ ଖର୍ଚ୍ଚ ଉଠାଇବା ପାଇଁ ଲୁଟିଲେ ସୁନା ଚେନ୍‌, ଆଉ ତା’ ପରେ…

ହାଇଦ୍ରାବାଦ,୨୪ା୧୦: ହାଇଦ୍ରାବାଦରେ ନିଜ ବିବାହ ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ପ୍ରେମୀଯୁଗଳ ଏକ ଅଜବ ଫଣ୍ଡା ଆପଣାଇଛନ୍ତି। ପ୍ରେମୀଯୁଗଳ ଜଣେ ମନ୍ଦିର କର୍ମଚାରୀଙ୍କଠାରୁ ସୁନା ଚେନ୍‌…

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ, ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୨୪ା୧୦: ଓଡ଼ିଶାର ମୟୂରଭଞ୍ଜ ଜିଲା ଅନ୍ତର୍ଗତ ରାଇରଙ୍ଗପୁରକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିର୍ଦ୍ଧାରିତ ଗସ୍ତ ବାତ୍ୟା ଆଶଙ୍କା ଯୋଗୁ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ ଭାରତୀୟ ରିଜର୍ଭ…

ଉତ୍ତର ପ୍ରଦେଶ,ପଞ୍ଜାବ ସମେତ ୫ ରାଜ୍ୟ ପାଇଁ ‘ୱାର୍‌ ରୁମ’ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛି କଂଗ୍ରେସ

ନୂଆଦିଲ୍ଲୀ,୨୪।୧୦: ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସ୍ବରୂପ, କଂଗ୍ରେସ ପାଞ୍ଚଟି ରାଜ୍ୟରେ ନିର୍ବାଚନ ‘ୱାର୍‌ ରୁମ’ (war room) ପାଇଁ ମୁଖ୍ୟ…

୨୭ ସନ୍ଧ୍ୟାରୁ ଓଡ଼ିଶାରେ ପ୍ରବଳ ବର୍ଷା: ସତର୍କ କରାଇ ପାଣିପାଗ ବିଭାଗ କହିଲା ୨୮ ତାରିଖ ସକାଳେ…

ଭୁବନେଶ୍ୱର,୨୪ା୧୦: ରାଜ୍ୟବାସୀଙ୍କ ପାଇଁ ବଢ଼ିଲା ଚିନ୍ତା। ଓଡ଼ିଶା ଉପରେ ପୁଣି ବାତ୍ୟା ଓ ପ୍ରବଳ ବର୍ଷାର ଆଶଙ୍କା। ଆସନ୍ତା ୨୭ ତାରିଖ ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ଭାଗରେ…

ମଝି ଆକାଶରେ ୨ ବିମାନ ମୁହାଁମୁହିଁ: ୪ ପାଇଲଟ୍‌ ମୃତ

ମାନିଲା,୨୪ା୧୦: ଫିଲିପାଇନ୍ସରେ ଘଟିଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଓ ଭୟାବହ ବିମାନ ଦୁର୍ଘଟଣା। ମଝି ଆକାଶରେ ବାୟୁସେନାର ଦୁଇଟି ତାଲିମ ବିମାନ ମୁହାଁମୁହିଁ ଧକ୍କା ହେବା ଫଳରେ…

ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଝଡ଼ ; IMD ଜାରି କଲା ବଡ଼ ସତର୍କତା

ନୂଆଦିଲ୍ଲୀ,୨୪।୧୦: ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି ଯେ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି…

କେଉଁଠି ଆରମ୍ଭ ହୋଇଥିଲା ସୋନିଆ-ରାଜୀବଙ୍କ ପ୍ରେମ କାହାଣୀ: ସୋନିଆ ନିଜେ କହିଲେ…

ନୂଆଦିଲ୍ଲୀ,୨୪।୧୦: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ନିଜ ପୁସ୍ତକ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ (Belonging: A Journey of Love) ର ଉଲ୍ଲେଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?