ଦେଶକୁ ଦୁର୍ବଳ କରୁଛି ଭାଜପା

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଦେଶରେ ନିଜକୁ ଏକମାତ୍ର ଦେଶପ୍ରେମୀ ଦଳ ବୋଲି କହି ଅନ୍ୟ ଉପରେ ଲଗାତର ଦୋଷାରୋପ କରି ଆସୁଥିବା ଭାରତୀୟ ଜନତା ପାର୍ଟିର ଅସଲମୁଖା ଏବେ ଖୋଲିବାରେ ଲାଗିଛି। ଆତଙ୍କବାଦ କାର୍ଯ୍ୟକଳାପକୁ ପୃଷ୍ଠପୋଷକତା ଦେବାରେ ଦଳ ଏବେ ରେକର୍ଡ ଭାଙ୍ଗିଛି। ଗୋଟିଏ ପରେ ଗୋଟିଏ ୮ଟି ଘଟଣାର ପ୍ରମାଣ ଦେଇ ଶନିବାର କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଆଇସିସି ନେତ୍ରୀ ୱିଙ୍ଗ କମାଣ୍ଡର ଅନୁମା ଆଚାର୍ଯ୍ୟ ଏସବୁ ଘଟଣା ସମ୍ପର୍କରେ ଭାଜପା ସ୍ପଷ୍ଟୀକରଣ ଦେଉ ବୋଲି ଦାବି କରିଛନ୍ତି। ଭାଜପାର ତଥାକଥିତ ରାଷ୍ଟ୍ରବାଦ ଦେଶକୁ ଦୁର୍ବଳ କରୁଛି। ସତର୍କ ରହିବାକୁ ସେ ଆହ୍ବାନ କରିଛନ୍ତି।
ସେ କହିଛନ୍ତି ଯେ ଭାରତୀୟ ଜାତୀୟ କଂଗ୍ରେସ ଆତଙ୍କବାଦୀମାନଙ୍କ ସହିତ କୌଣସି ପରିସ୍ଥିତିରେ ବି ସାଲିସ କରିନାହିଁ। ଗୋଟିଏ ପରେ ଗୋଟିଏ ଘଟଣା ପଛରେ ଆତଙ୍କବାଦୀ କିମ୍ବା ଅପରାଧୀଙ୍କ ସହିତ ଭାଜପାର ଅତି ଘନିଷ୍ଠ ଓ ନିବିଡ଼ ସମ୍ପର୍କର ସମସ୍ତ ତଥ୍ୟ ପ୍ରମାଣ ମିଳୁଛି। ଏବେ ଚିନ୍ତା ଓ ବିଚାର କରିବାର ସମୟ ଉପନୀତ ହୋଇଛି। ଭାଜପା ଦେଶପ୍ରେମ ନାମରେ ରାଷ୍ଟ୍ର ବିରୋଧରେ ଅତି ନୀଚ ସ୍ତରକୁ ଯାଇ ଅପରାଧ ସୃଷ୍ଟି ଓ ଷଡ଼ଯନ୍ତ୍ର କରିବାରେ ପ୍ରୟାସ ଜାରି ରଖିଛି। କହ୍ନେୟାଲାଲଙ୍କ ମୁଖ୍ୟ ହତ୍ୟାକାରୀ ମହମ୍ମଦ ରିୟାଜ ଅନସାରି ଭାରତୀୟ ଜନତା ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା ବୋଲି ପ୍ରମାଣିତ ହୋଇଛି। ଗଣମାଧ୍ୟମ ତଥ୍ୟରୁ ଜଣାପଡ଼ିଛି ଯେ ରିୟାଜ ରାଜସ୍ଥାନ ବିଧାନସଭାରେ ଭାଜପା ନେତା ତଥା ପ୍ରାକ୍ତନ ମନ୍ତ୍ରୀ ଗୁଲାବଚାନ୍ଦ କଟାରିଆଙ୍କ ଜ୍ୱାଇଁ ତଥା ପୂର୍ବତନ କର୍ପୋରେଟର ଅତୁଲ ଚଣ୍ଡାହିଆଙ୍କ କାରଖାନାରେ କାମ କରୁଥିଲେ। ସେ ଭାଜପାର ଅନେକଗୁଡ଼ିଏ ଦଳୀୟ କାର୍ଯ୍ୟକ୍ରମରେ ବରିଷ୍ଠ ନେତାମାନଙ୍କ ସହିତ ସାମିଲ ହେଉଥିବାର ଦେଖାଯାଉଛି। ଜମ୍ମୁ-କଶ୍ମୀରରେ ଗ୍ରାମବାସୀଙ୍କ ଦ୍ୱାରା ଧରାଯାଇଥିବା ବା କାବୁ କରାଯାଇଥିବା ଲଶ୍କର-ଇ-ତୋଇବାର ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ‘ତାଲିବ ହସେନ’ ଭାଜପାର କର୍ମକର୍ତ୍ତା ବୋଲି ପ୍ରମାଣିତ ହୋଇଛି। ଏପରି କି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ବି ତାଙ୍କର ଫଟୋ ରହିଛି। ମହାରାଷ୍ଟ୍ର ଅମରାବତିର ଔଷଧ ବ୍ୟବସାୟୀ ଉମେଶ କୋଲ୍‌ହେର ହତ୍ୟାର ମାଷ୍ଟରମାଇଣ୍ଡ ଇର୍‌ଫାନ ଖଁାଙ୍କ ସମ୍ପର୍କ ଭାଜପା ସମର୍ଥିତ ସ୍ବାଧୀନ ଏମ୍‌ପି ନବନୀତ ରାଣା ଓ ତାଙ୍କ ସ୍ବାମୀ ବିଧାୟକ ରବି ରାଣାଙ୍କ ସହ ରହିଛି। ୨୦୨୦ରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଘଟଣାରେ ଭାଜପା ନେତା ତଥା ପୂର୍ବତନ ସରପଞ୍ଚ ତାରିକ୍‌ ଅହମ୍ମଦ ମୀରଙ୍କୁ ଗିରଫ କରାଯାଇଥିଲା। ହିଜବୁଲ କମାଣ୍ଡର ନବେଦ୍‌ ବାବୁଙ୍କୁ ଅସ୍ତ୍ର ଯୋଗାଇଥିବାର ସଙ୍ଗିନ ଆରୋପ ତାରିକ୍‌ ଅହମ୍ମଦଙ୍କ ଉପରେ ଥିଲା, ଯିଏ କି ଡିଏସ୍‌ପି ଦେବୀନ୍ଦର ସିଂହଙ୍କ ସହ ମିଶି ଆତଙ୍କବାଦୀଙ୍କୁ ସହଯୋଗ କରି ଗିରଫ ହୋଇଥିଲେ। ଏତିକିରେ ସୀମିତ ନ ରହି ଭାଜପା କ୍ଷମତା ପାଇଁ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ବି ଟିକେଟ ଦେବାକୁ ପଛଘୁଞ୍ଚା ଦେଇନାହିଁ। ଆତଙ୍କବାଦୀ ମସୁଦ୍‌ ଅଜହରଙ୍କ ଅତି ଘନିଷ୍ଠ ମହମ୍ମଦ ଫାରୁକ୍‌ ଖଁାଙ୍କୁ ଶ୍ରୀନଗର ୩୩ ନମ୍ବର ୱାର୍ଡରୁ ଦଳୀୟ ଟିକେଟ ଦେଇଥିଲା। ଯିଏକି ଜମ୍ମୁ-କଶ୍ମୀର ଲିବରେଶନ୍‌ ଫ୍ରଣ୍ଟ ଓ ହରକତ୍‌ ଉଲ୍‌ ମୁଜାହିଦ୍ଦିନର ସଭ୍ୟ ରହିଥିଲେ। ଭାଜପାର ‘ଛଦ୍ମ ରାଷ୍ଟ୍ରବାଦ’କୁ ଚିହ୍ନନ୍ତୁ। ରାଷ୍ଟ୍ରବାଦ ବା ଦେଶଭକ୍ତି ନାମରେ ଘୃଣିତ ଓ କୁତ୍ସିତ ଖେଳଖେଳି ଦେଶକୁ ଦୁର୍ବଳ କରୁଛି। ଏଥିପାଇଁ ସମସ୍ତେ ସତର୍କ ରହିବା ଉଚିତ ବୋଲି ଆଚାର୍ଯ୍ୟ କହିଛନ୍ତି। ଏହି ଖବରଦାତା ସମ୍ମିଳନୀକୁ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ପୌରୋହିତ୍ୟ କରିଥିବା ବେଳେ ଆବାହକ ସତ୍ୟପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଲିନ ମହୋତ୍ସବରେ ଓଡ଼ିଆ ଫିଲ୍ମ

ଭୁବନେଶ୍ୱର,୨୮।୯: ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ହେଉଥିବା ଇଣ୍ଡୋ ଜର୍ମାନ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର କ୍ରୀଡ଼ା ଡକ୍ୟୁମେଣ୍ଟ ଭିତ୍ତିକ ଫିଲ୍ମ ‘ଦ ମାଉଣ୍ଟେନ୍‌ ହକି’।...

ନଗଡ଼ାରେ ବାଲ୍ୟବିବାହ, ଜନସଂଖ୍ୟା ବଢୁଛି

ଯାଜପୁର ଅଫିସ,୯ା୫: ଆଉ ମାସକ ପରେ ଯାଜପୁର ଜିଲା ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣାର ପର୍ଦ୍ଦାଫାସକୁ ୬ ବର୍ଷ ପୂରିବ। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ତତ୍ପରତା...

ହାତ ଛାଡ଼ିଲେ ଜର୍ଜ ତିର୍କୀ

ସୁନ୍ଦରଗଡ଼,୧୭।୪(ଡି.ଏନ୍‌.ଏ.): କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପିସିସି...

ଓଡ଼ିଶାରେ ବିଜେଡି ଆଗରେ: ବିଧାନ ସଭାରେ ୯୪, ଲୋକ ସଭାରେ ୧୪ଟି ଆସନରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନ ସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ପ୍ରାଥମିକ ଟ୍ରେଣ୍ଟ ଅନୁଯାୟୀ ଉଭୟ...

ଜଟିଳ ହେଉଛି ପରିକ୍ରମା ପ୍ରକଳ୍ପ ବିବାଦ

ପୁରୀ ଅଫିସ,୧୦।୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଜଟିଳ ହେବାରେ ଲାଗିଛି। ପ୍ରକଳ୍ପ କାର୍ଯ୍ୟ ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ଅନୁମୋଦନ ରହିଛି ବୋଲି...

ନିଯୁକ୍ତି, ବିକାଶର ଇକୋସିଷ୍ଟମ ସୃଷ୍ଟି କରିଛି ଓଡିଶା

ଭୁବନେଶ୍ୱର,୧୪-୧୧(ବ୍ୟୁରୋ): ଟେକ୍ନୋଲୋଜି ଏବଂ ସ୍ବଚ୍ଛତା ସହ ଓଡିଶା ଏବେ ଅଗ୍ରସର ହେଉଛି। ବିକାଶ ଏବଂ ଲଗାତାର ଭାବେ ନିଯୁକ୍ତି ସୃଷ୍ଟି ଦିଗରେ ରାଜ୍ୟ ଏକ ଇକୋସିଷ୍ଟମ...

ପ୍ରକୃତିର ବରଦାନ ‘ବାରବାଙ୍କ’

ଢେଙ୍କାନାଳ ଅଫିସ, ୭।୧: ସର୍ପିଳ ରାସ୍ତାଟିଏ। ପାହାଡ଼ର ଛାତି ଚିରି ମାଡ଼ି ଯାଇଛି ଆଗକୁ। ଦୁଇ ପାର୍ଶ୍ୱରେ ଘଞ୍ଚ ସବୁଜ ବନାନୀ। ପକ୍ଷୀଙ୍କ କାକଳି। ମେଘମାଳାର...

୨୭ରୁ ବ୍ରହ୍ମପୁର ୪ଦିନିଆ ଶଟ୍‌ଡାଉନ୍‌

ଛତ୍ରପୁର,୨୬ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୭ରୁ ୩୦ ତାରିଖ (୪ଦିନ) ପର୍ଯ୍ୟନ୍ତ ବ୍ରହ୍ମପୁର...

Advertisement
Archives

Model This Week