ଦେଶକୁ ଦୁର୍ବଳ କରୁଛି ଭାଜପା

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଦେଶରେ ନିଜକୁ ଏକମାତ୍ର ଦେଶପ୍ରେମୀ ଦଳ ବୋଲି କହି ଅନ୍ୟ ଉପରେ ଲଗାତର ଦୋଷାରୋପ କରି ଆସୁଥିବା ଭାରତୀୟ ଜନତା ପାର୍ଟିର ଅସଲମୁଖା ଏବେ ଖୋଲିବାରେ ଲାଗିଛି। ଆତଙ୍କବାଦ କାର୍ଯ୍ୟକଳାପକୁ ପୃଷ୍ଠପୋଷକତା ଦେବାରେ ଦଳ ଏବେ ରେକର୍ଡ ଭାଙ୍ଗିଛି। ଗୋଟିଏ ପରେ ଗୋଟିଏ ୮ଟି ଘଟଣାର ପ୍ରମାଣ ଦେଇ ଶନିବାର କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଆଇସିସି ନେତ୍ରୀ ୱିଙ୍ଗ କମାଣ୍ଡର ଅନୁମା ଆଚାର୍ଯ୍ୟ ଏସବୁ ଘଟଣା ସମ୍ପର୍କରେ ଭାଜପା ସ୍ପଷ୍ଟୀକରଣ ଦେଉ ବୋଲି ଦାବି କରିଛନ୍ତି। ଭାଜପାର ତଥାକଥିତ ରାଷ୍ଟ୍ରବାଦ ଦେଶକୁ ଦୁର୍ବଳ କରୁଛି। ସତର୍କ ରହିବାକୁ ସେ ଆହ୍ବାନ କରିଛନ୍ତି।
ସେ କହିଛନ୍ତି ଯେ ଭାରତୀୟ ଜାତୀୟ କଂଗ୍ରେସ ଆତଙ୍କବାଦୀମାନଙ୍କ ସହିତ କୌଣସି ପରିସ୍ଥିତିରେ ବି ସାଲିସ କରିନାହିଁ। ଗୋଟିଏ ପରେ ଗୋଟିଏ ଘଟଣା ପଛରେ ଆତଙ୍କବାଦୀ କିମ୍ବା ଅପରାଧୀଙ୍କ ସହିତ ଭାଜପାର ଅତି ଘନିଷ୍ଠ ଓ ନିବିଡ଼ ସମ୍ପର୍କର ସମସ୍ତ ତଥ୍ୟ ପ୍ରମାଣ ମିଳୁଛି। ଏବେ ଚିନ୍ତା ଓ ବିଚାର କରିବାର ସମୟ ଉପନୀତ ହୋଇଛି। ଭାଜପା ଦେଶପ୍ରେମ ନାମରେ ରାଷ୍ଟ୍ର ବିରୋଧରେ ଅତି ନୀଚ ସ୍ତରକୁ ଯାଇ ଅପରାଧ ସୃଷ୍ଟି ଓ ଷଡ଼ଯନ୍ତ୍ର କରିବାରେ ପ୍ରୟାସ ଜାରି ରଖିଛି। କହ୍ନେୟାଲାଲଙ୍କ ମୁଖ୍ୟ ହତ୍ୟାକାରୀ ମହମ୍ମଦ ରିୟାଜ ଅନସାରି ଭାରତୀୟ ଜନତା ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା ବୋଲି ପ୍ରମାଣିତ ହୋଇଛି। ଗଣମାଧ୍ୟମ ତଥ୍ୟରୁ ଜଣାପଡ଼ିଛି ଯେ ରିୟାଜ ରାଜସ୍ଥାନ ବିଧାନସଭାରେ ଭାଜପା ନେତା ତଥା ପ୍ରାକ୍ତନ ମନ୍ତ୍ରୀ ଗୁଲାବଚାନ୍ଦ କଟାରିଆଙ୍କ ଜ୍ୱାଇଁ ତଥା ପୂର୍ବତନ କର୍ପୋରେଟର ଅତୁଲ ଚଣ୍ଡାହିଆଙ୍କ କାରଖାନାରେ କାମ କରୁଥିଲେ। ସେ ଭାଜପାର ଅନେକଗୁଡ଼ିଏ ଦଳୀୟ କାର୍ଯ୍ୟକ୍ରମରେ ବରିଷ୍ଠ ନେତାମାନଙ୍କ ସହିତ ସାମିଲ ହେଉଥିବାର ଦେଖାଯାଉଛି। ଜମ୍ମୁ-କଶ୍ମୀରରେ ଗ୍ରାମବାସୀଙ୍କ ଦ୍ୱାରା ଧରାଯାଇଥିବା ବା କାବୁ କରାଯାଇଥିବା ଲଶ୍କର-ଇ-ତୋଇବାର ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ‘ତାଲିବ ହସେନ’ ଭାଜପାର କର୍ମକର୍ତ୍ତା ବୋଲି ପ୍ରମାଣିତ ହୋଇଛି। ଏପରି କି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ବି ତାଙ୍କର ଫଟୋ ରହିଛି। ମହାରାଷ୍ଟ୍ର ଅମରାବତିର ଔଷଧ ବ୍ୟବସାୟୀ ଉମେଶ କୋଲ୍‌ହେର ହତ୍ୟାର ମାଷ୍ଟରମାଇଣ୍ଡ ଇର୍‌ଫାନ ଖଁାଙ୍କ ସମ୍ପର୍କ ଭାଜପା ସମର୍ଥିତ ସ୍ବାଧୀନ ଏମ୍‌ପି ନବନୀତ ରାଣା ଓ ତାଙ୍କ ସ୍ବାମୀ ବିଧାୟକ ରବି ରାଣାଙ୍କ ସହ ରହିଛି। ୨୦୨୦ରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଘଟଣାରେ ଭାଜପା ନେତା ତଥା ପୂର୍ବତନ ସରପଞ୍ଚ ତାରିକ୍‌ ଅହମ୍ମଦ ମୀରଙ୍କୁ ଗିରଫ କରାଯାଇଥିଲା। ହିଜବୁଲ କମାଣ୍ଡର ନବେଦ୍‌ ବାବୁଙ୍କୁ ଅସ୍ତ୍ର ଯୋଗାଇଥିବାର ସଙ୍ଗିନ ଆରୋପ ତାରିକ୍‌ ଅହମ୍ମଦଙ୍କ ଉପରେ ଥିଲା, ଯିଏ କି ଡିଏସ୍‌ପି ଦେବୀନ୍ଦର ସିଂହଙ୍କ ସହ ମିଶି ଆତଙ୍କବାଦୀଙ୍କୁ ସହଯୋଗ କରି ଗିରଫ ହୋଇଥିଲେ। ଏତିକିରେ ସୀମିତ ନ ରହି ଭାଜପା କ୍ଷମତା ପାଇଁ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ବି ଟିକେଟ ଦେବାକୁ ପଛଘୁଞ୍ଚା ଦେଇନାହିଁ। ଆତଙ୍କବାଦୀ ମସୁଦ୍‌ ଅଜହରଙ୍କ ଅତି ଘନିଷ୍ଠ ମହମ୍ମଦ ଫାରୁକ୍‌ ଖଁାଙ୍କୁ ଶ୍ରୀନଗର ୩୩ ନମ୍ବର ୱାର୍ଡରୁ ଦଳୀୟ ଟିକେଟ ଦେଇଥିଲା। ଯିଏକି ଜମ୍ମୁ-କଶ୍ମୀର ଲିବରେଶନ୍‌ ଫ୍ରଣ୍ଟ ଓ ହରକତ୍‌ ଉଲ୍‌ ମୁଜାହିଦ୍ଦିନର ସଭ୍ୟ ରହିଥିଲେ। ଭାଜପାର ‘ଛଦ୍ମ ରାଷ୍ଟ୍ରବାଦ’କୁ ଚିହ୍ନନ୍ତୁ। ରାଷ୍ଟ୍ରବାଦ ବା ଦେଶଭକ୍ତି ନାମରେ ଘୃଣିତ ଓ କୁତ୍ସିତ ଖେଳଖେଳି ଦେଶକୁ ଦୁର୍ବଳ କରୁଛି। ଏଥିପାଇଁ ସମସ୍ତେ ସତର୍କ ରହିବା ଉଚିତ ବୋଲି ଆଚାର୍ଯ୍ୟ କହିଛନ୍ତି। ଏହି ଖବରଦାତା ସମ୍ମିଳନୀକୁ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ପୌରୋହିତ୍ୟ କରିଥିବା ବେଳେ ଆବାହକ ସତ୍ୟପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri