ଖାତା ଖୋଲିପାରିଲାନି ଭାଜପା

ବାରିପଦା ଅଫିସ,୨୮ା୨: ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲାର ମୋଟ ୫୬ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୪୯ଟି ହାସଲ କରି ରାଜ୍ୟରେ ଚହଳ ପକାଇଥିବା ଭାଜପା ଚଳିତ ନିର୍ବାଚନରେ ଖାତା ଖୋଲିପାରି ନାହିଁ। ଦ୍ୱିତୀୟ ଦିନ ଗଣତି ସୁଦ୍ଧା ୨୫ ଜୋନ୍‌ରେ ବିଜେଡି ବିଜୟୀ ହୋଇଥିବା ବେଳେ ୨୫ଟିରେ ଆଗୁଆ ରହିଛି। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ଗୋଟିଏ ଜୋନ୍‌ରେ ଆଗୁଆ ରହିବା ସହ ଗୋଟିଏ ଜୋନ୍‌ ହାତେଇବାରେ ସଫଳ ହୋଇଛି। ବିଶୋଇ ବ୍ଲକ ଅଧୀନ ଏହି ୩୩ନଂ. ଜୋନ୍‌ରେ ଜେଏମ୍‌ଏମ୍‌ ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ ଖୁବ୍‌ କମ୍‌ ରହିଥିବାରୁ ବିଜେଡି ପୁନଃ ଗଣତି ପାଇଁ ଆବେଦନ କରିଛି। ଜିଲାର ସମସ୍ତ ଜୋନ୍‌ରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ଜେଏମ୍‌ଏମ୍‌ ୧୧ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଶୋଚନୀୟ ପରାଜୟ ବରଣ କରି ଭାଜପା ଗଡ଼ ଭୁଶୁଡ଼ି ପଡ଼ିଥିବା ସମୟରେ କଂଗ୍ରେସ ମଧ୍ୟ ସମଦଶା ଭୋଗିଛି। ତେବେ ଗତ ନିର୍ବାଚନର ତ୍ରୁଟି ସୁଧାରି ଜିଲାରେ ବିଜେଡି ଏକତରଫା ବିଜୟ ହାସଲ କରିବାକୁ ଯାଉଥିବା ନିର୍ବାଚନ ଫଳାଫଳରୁ ଜଣାପଡ଼ିଛି।
ନିର୍ବାଚନ ତୁଳନାରେ ଭାଜପା ଅପେକ୍ଷା ଜେଏମ୍‌ଏମ୍‌ ଏହି ଜିଲାରେ ଭଲ ପ୍ରଦର୍ଶନ କରିଛି। ଗତ ନିର୍ବାଚନରେ ଭାଜପା ପରିଷଦ ଗଠନ କରିଥିବା ବେଳେ ଏହାର ପ୍ରଭାବ ୨୦୧୯ ସାଧାରଣ ନିର୍ବାଚନ ଉପରେ ପଡ଼ିଥିଲା। ଫଳ ସ୍ବରୂପ ଏମ୍‌ପି ଆସନ ସମେତ ମୋଟ ୯ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୬ଜଣ ଭାଜପା ବିଧାୟକ ନିର୍ବାଚିତ ହୋଇଥିଲେ। ବିଜେଡି ମାତ୍ର ୩ଜଣ ବିଧାୟକଙ୍କୁ ଜିତାଇବାରେ ସକ୍ଷମ ହୋଇପାରିଥିଲା। ଗତଥର ଖୁଣ୍ଟା ବ୍ଲକ ୧୨ନଂ. ଓ ଯଶିପୁର ବ୍ଲକ ୪୧ନଂ. ଜୋନ୍‌ର ବିଜୟୀ ଭାଜପା ପ୍ରାର୍ଥୀ ସୁଜାତା ମୁର୍ମୁ ଓ ନରେନ୍ଦ୍ର ସାହୁ ଯଥାକ୍ରମେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଆସନରେ ବସିଥିଲେ ା ତେବେ ଚଳିତଥର ଏହି ଦୁଇଟି ଜୋନ୍‌କୁ ସୁରକ୍ଷିତ ରଖିବାରେ ଭାଜପା ବିଫଳ ହୋଇଛି। ଜିଲାର ବାରିପଦା, ଯଶିପୁର, ଉଦଳା, ବଡ଼ସାହି, ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାୟକମାନେ ପ୍ରତିନିଧିତ୍ୱ କରୁଥିବା ବେଳେ ନିଜ ଅଞ୍ଚଳରେ ଥିବା ଜୋନ୍‌କୁ ସୁରକ୍ଷା ଦେଇପାରି ନାହାନ୍ତି।
ଜିଲାର ବଡ଼ସାହିି ନିର୍ବାଚନମଣ୍ଡଳୀ ବାଲେଶ୍ୱର ସଂସଦୀୟ କ୍ଷେତ୍ର ଅଧୀନରେ ଯାଉଛି। ବାଲେଶ୍ୱର ଏମ୍‌ପି ଭାବେ ଭାଜପାର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଜୟୀ ହେବା ସହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ବଡ଼ସାହି ନିର୍ବାଚନ ମଣ୍ଡଳୀରେ ମଧ୍ୟ ତାଙ୍କର କିଛିଟା ଦବ୍‌ଦବା ରହିଛି। ସେହିପରି ମୟୂରଭଞ୍ଜ ଏମ୍‌ପି ବିଶ୍ୱେଶ୍ୱର ଟୁଡୁ ଏବେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ନିଜେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଘରକୁ ଘର ବୁଲି ପ୍ରଚାର କରିଥିଲେ ମଧ୍ୟ ଚଳିତ ନିର୍ବାଚନରେ ସେଭଳି କିଛି କରିସ୍ମା ଦେଖାଇବାରେ ସକ୍ଷମ ହୋଇପାରି ନାହାନ୍ତି। ନିର୍ବାଚନ ପୂର୍ବରୁ ଦୁଇ ସରକାରୀ ଅଧିକାରୀଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି କେନ୍ଦ୍ରମନ୍ତ୍ରୀ ଟୁଡୁ ମାଡ଼ ମାରିବା ଘଟଣାର ପ୍ରଭାବ ମଧ୍ୟ ଭୋଟରଙ୍କ ଉପରେ ପଡ଼ିଥିବା ଚର୍ଚ୍ଚା ହେଉଛି। ଦଳୀୟ ଅସନ୍ତୋଷ ସାଙ୍ଗକୁ ଜିଲାବାସୀଙ୍କ ଆବଶ୍ୟକତା ଓ ବିକାଶ ଦିଗରେ ଭାଜପା କୌଣସି ଆଖିଦୃଶିଆ କାର୍ଯ୍ୟ କରି ନ ଥିବାରୁ ଜନମତ ପରିବର୍ତ୍ତନ ହୋଇଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ୨୦୧୭ ପଞ୍ଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ହୋଇଥିବା ସାଙ୍ଗଠନିକ ତ୍ରୁଟିବିଚ୍ୟୁତିକୁ ସଜାଡ଼ିବା ସହ ଲୋକଙ୍କ ସମସ୍ୟା ସମାଧାନ କରି ଭାଜପା ଗଡ଼ରେ ବିଜେଡ଼ି ଶଙ୍ଖନାଦ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri