ଦୃଷ୍ଟି ଆଢ଼ୁଆଳରେ ଜୈବ ନିୟନ୍ତ୍ରଣ ପ୍ରୟୋଗଶାଳା

ବାଲେଶ୍ୱର ଅଫିସ, ୧୧।୯: ବାଲେଶ୍ୱର ବାଲିଆ ଅଞ୍ଚଳର ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ପରିସରରେ ରହିଥିବା ଜୈବନିୟନ୍ତ୍ରଣ ପ୍ରୟୋଗଶାଳା ଏବେ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଏହି ପ୍ରୟୋଗଶାଳାରେ ପରାଶ୍ରୟୀ କୀଟକୁ କୃତ୍ରିମ ଉପାୟରେ ବଂଶବିସ୍ତାର କରାଯାଇ ଚାଷୀମାନଙ୍କୁ ଦିଆଯିବାର ବ୍ୟବସ୍ଥା ରହିଛି। ତେବେ ଜିଲାର ରେମୁଣା, ଜଳେଶ୍ୱର ଓ ବାଲେଶ୍ୱର ସଦର ବ୍ଲକର କାଁ ଭାଁ ଚାଷୀଙ୍କୁ ଛାଡ଼ିଦେଲେ ଏହି ଯୋଜନା ବିଷୟରେ କେହି ଜାଣିନାହାନ୍ତି। ଏ ଦିଗରେ କୃଷି ବିଭାଗ ପକ୍ଷରୁ ଆଖିଦୃଶିଆ ସଚେତନତା କରାଯାଉ ନ ଥିବାରୁ ଏହି ଯୋଜନା ଚାଷୀଙ୍କ ହିତରେ ଲାଗିପାରୁନାହିଁ।

କ୍ଷେତରେ ଫସଲକୁ କ୍ଷତି କରୁଥିବା କୀଟକୁ ଦମନ କରିବା ପାଇଁ ମିତ୍ର ବା ପରାଶ୍ରୟୀ କୀଟ ରହିଛନ୍ତି। କ୍ଷେତରେ ରାସାୟନିକ କୀଟନାଶକ ପ୍ରୟୋଗ ବିନା ସଫଳତାର ସହିତ ଶତ୍ରୁକୀଟର ବିନାଶ ଏହି ମିତ୍ର ବା ପରାଶ୍ରୟୀ କୀଟ ଜରିଆରେ ହୋଇପାରିବ। ସାଧାରଣତଃ ଏହି ପରାଶ୍ରୟୀ କୀଟ ଦୁଇ ପ୍ରଜାତିର। ପ୍ରୟୋଗଶାଳାରେ ଦୁଇ ପ୍ରଜାତିରୁ ପ୍ରସ୍ତୁତ ହେଉଥିବା ଟ୍ରାଇକୋ କାଡର୍ର୍ ଚାଷୀଙ୍କୁ ମାତ୍ର ୫ଟଙ୍କାରେ ଦିଆଯାଉଛି। ଏହି କାର୍ଡକୁ କ୍ଷେତରେ ଲଗାଇବାର କିଛି ଘଣ୍ଟା ପରେ ଏଥିରୁ ଛୋଟ ଛୋଟ ପୋକ ବାହାରି ଶତ୍ରୁକୀଟ ଯଥା କାଣ୍ଡବିନ୍ଧା, ପତ୍ରପୋଡ଼ା, ନୀଳପୋକ, ବକରାବିନ୍ଧା ପୋକ, ଅଣ୍ଡାକୁ ଖାଇ ନଷ୍ଟ କରିଥାନ୍ତି। ଆଉ ସେଠାରେ ନିଜର ଅଣ୍ଡା ଫୁଟାଇ କ୍ଷେତରେ ଧୀରେ ଧୀରେ ଶତ୍ରୁକୀଟକୁ ବିନାଶ କରିଥାନ୍ତି। ଗୋଟିଏ ଏକର ଫସଲରେ ୨/୩ଟି ଟ୍ରାଇକୋ କାଡର୍ର୍ ପ୍ରୟୋଗ ଶତ୍ରୁକୀଟ ଦମନ ପାଇଁ ଯଥେଷ୍ଟ। ରୋଗ ଦମନକାରୀ କୀଟ ପାଇଁ ବର୍ଷକୁ ସରକାରଙ୍କ ପକ୍ଷରୁ ୪ହଜାର ଟାର୍ଗେଟ୍‌ ଆସୁଛି। ସେତିକି ମଧ୍ୟ ପୂରଣ କରିବା ବିଭାଗ ପକ୍ଷରେ କାଠିକର ପାଠ ହୋଇଯାଉଛି। ଫଳରେ ବହୁ ସମୟରେ ଚାଷୀଙ୍କୁ ମାଗଣାରେ ଦିଆଯାଉଛି। ବ୍ଲକସ୍ତରରେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଏହି ଯୋଜନା ଠିକ୍‌ରେ କାର୍ଯ୍ୟକାରୀ ହୋଇପାରୁନାହଁି। ଫଳରେ ଚାଷୀମାନେ ଜିଲା ଅଫିସ୍‌କୁ ଆସିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଯେଉଁ ପ୍ରୟୋଗଶାଳା ରହିଛି ତାହା ବି ଦୟନୀୟ ଅବସ୍ଥାରେ ଚାଲିଛି। ମାତ୍ର ଜଣେ ଲାବ୍‌ ଆସିଷ୍ଟାଣ୍ଟ ରହିଥିବା ବେଳେ ଜଣେ ଅଧିକାରୀ ରହିଛନ୍ତି। ତେଣୁ ସମସ୍ତ ବ୍ଲକକୁ ଯାଇ ଏ ଦିଗରେ ଚାଷୀଙ୍କୁ ସଚେତନ କରିବା ସମ୍ଭବପର ହେଉନାହିଁ।

ଲାଗିଥିବା ଶୀତତାପ ନିୟନ୍ତ୍ରଣ ଯନ୍ତ୍ର (ଏସି) କାହିଁ କେଉଁ ଦିନରୁ ଅଚଳ ଅବସ୍ଥାରେ ରହିଛି। ଫଳରେ ଖରାଦିନେ ଗରମ ସହି ନ ପାରି ବାକ୍ସରେ ରହୁଥିବା ପରାଶ୍ରୟୀ କୀଟଗୁଡ଼ିକ ମରିଯାଉଛନ୍ତି। ସେହିପରି କୀଟ ପାଇଁ ଖାଦ୍ୟ (ମକା) ଆବଶ୍ୟକ ଥିବାବେଳେ ଏହାକୁ କିଣିବାକୁ ମଧ୍ୟ ପାଣ୍ଠି ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ କୋଠା ଅବସ୍ଥା ଶୋଚନୀୟ। ବିଭାଗକୁ ଆବଶ୍ୟକ ମୁତାବକ ପାଣ୍ଠି ଆସୁ ନ ଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି। ଏହାର ପ୍ରଚାର ପ୍ରସାର କରାଯାଇପାରିଲେ ବାଲେଶ୍ୱର ଭଳି ଏକ କୃଷିବହୁଳ ଜିଲାର ବହୁ ଚାଷୀ ଏଥିରୁ ଉପକୃତ ହୋଇପାରନ୍ତେ। ଏନେଇ ଜିଲା କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତ କହିଛନ୍ତି, ଜଣେ ଷ୍ଟାଫ୍‌ ଅଛନ୍ତି। ଭିତ୍ତିଭୂମି ଓ କର୍ମଚାରୀ ଅଧିକ ନ ଥିବାରୁ ଏହି ପରାଶ୍ରୟୀ କୀଟର ପ୍ରଜନନ ଅଧିକ ହୋଇପାରୁନାହିଁ। ଅନ୍ୟପକ୍ଷରେ ପ୍ରଚାର ଓ ପ୍ରସାରର ଆବଶ୍ୟକତା ରହିଛି। ଚଳିତବର୍ଷ ଜିଲାରେ ହେବାକୁ ଥିବା ପ୍ରତ୍ୟେକ କୃଷି ବିଭାଗର ବୈଠକରେ ସମସ୍ତ କର୍ମଚାରୀଙ୍କ ସହ ଚାଷୀମାନଙ୍କୁ ମଧ୍ୟ ଏହି ପରାଶ୍ରୟୀ କୀଟର ଉପକାରିତା ସମ୍ପର୍କରେ ଜଣାଯିବାର ସ୍ଥିର କରାଯାଇଛି। ଏହି ପରାଶ୍ରୟୀ କୀଟ ବର୍ଷସାରା ପ୍ରଜନନ କରିଥାନ୍ତି। ମୁଖ୍ୟତଃ ଧାନ ଚାଷରେ ଲାଗୁଥିବା କାଣ୍ଡବିନ୍ଧା ପୋକର ଅଣ୍ଡାଗୁଡ଼ିକୁ ସହଜରେ ନଷ୍ଟ କରି ଚାଷକୁ ଉଦ୍ଧାର କରିଥାଏ। ଜିଲାରେ ଧାନ ଚାଷ ମୁଖ୍ୟ ହୋଇଥିବାରୁ ଏହି ପ୍ରକଳ୍ପ ଅଧିକ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି।

ମାନସ ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri