ଦୃଷ୍ଟି ଆଢ଼ୁଆଳରେ ଜୈବ ନିୟନ୍ତ୍ରଣ ପ୍ରୟୋଗଶାଳା

ବାଲେଶ୍ୱର ଅଫିସ, ୧୧।୯: ବାଲେଶ୍ୱର ବାଲିଆ ଅଞ୍ଚଳର ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ପରିସରରେ ରହିଥିବା ଜୈବନିୟନ୍ତ୍ରଣ ପ୍ରୟୋଗଶାଳା ଏବେ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଏହି ପ୍ରୟୋଗଶାଳାରେ ପରାଶ୍ରୟୀ କୀଟକୁ କୃତ୍ରିମ ଉପାୟରେ ବଂଶବିସ୍ତାର କରାଯାଇ ଚାଷୀମାନଙ୍କୁ ଦିଆଯିବାର ବ୍ୟବସ୍ଥା ରହିଛି। ତେବେ ଜିଲାର ରେମୁଣା, ଜଳେଶ୍ୱର ଓ ବାଲେଶ୍ୱର ସଦର ବ୍ଲକର କାଁ ଭାଁ ଚାଷୀଙ୍କୁ ଛାଡ଼ିଦେଲେ ଏହି ଯୋଜନା ବିଷୟରେ କେହି ଜାଣିନାହାନ୍ତି। ଏ ଦିଗରେ କୃଷି ବିଭାଗ ପକ୍ଷରୁ ଆଖିଦୃଶିଆ ସଚେତନତା କରାଯାଉ ନ ଥିବାରୁ ଏହି ଯୋଜନା ଚାଷୀଙ୍କ ହିତରେ ଲାଗିପାରୁନାହିଁ।

କ୍ଷେତରେ ଫସଲକୁ କ୍ଷତି କରୁଥିବା କୀଟକୁ ଦମନ କରିବା ପାଇଁ ମିତ୍ର ବା ପରାଶ୍ରୟୀ କୀଟ ରହିଛନ୍ତି। କ୍ଷେତରେ ରାସାୟନିକ କୀଟନାଶକ ପ୍ରୟୋଗ ବିନା ସଫଳତାର ସହିତ ଶତ୍ରୁକୀଟର ବିନାଶ ଏହି ମିତ୍ର ବା ପରାଶ୍ରୟୀ କୀଟ ଜରିଆରେ ହୋଇପାରିବ। ସାଧାରଣତଃ ଏହି ପରାଶ୍ରୟୀ କୀଟ ଦୁଇ ପ୍ରଜାତିର। ପ୍ରୟୋଗଶାଳାରେ ଦୁଇ ପ୍ରଜାତିରୁ ପ୍ରସ୍ତୁତ ହେଉଥିବା ଟ୍ରାଇକୋ କାଡର୍ର୍ ଚାଷୀଙ୍କୁ ମାତ୍ର ୫ଟଙ୍କାରେ ଦିଆଯାଉଛି। ଏହି କାର୍ଡକୁ କ୍ଷେତରେ ଲଗାଇବାର କିଛି ଘଣ୍ଟା ପରେ ଏଥିରୁ ଛୋଟ ଛୋଟ ପୋକ ବାହାରି ଶତ୍ରୁକୀଟ ଯଥା କାଣ୍ଡବିନ୍ଧା, ପତ୍ରପୋଡ଼ା, ନୀଳପୋକ, ବକରାବିନ୍ଧା ପୋକ, ଅଣ୍ଡାକୁ ଖାଇ ନଷ୍ଟ କରିଥାନ୍ତି। ଆଉ ସେଠାରେ ନିଜର ଅଣ୍ଡା ଫୁଟାଇ କ୍ଷେତରେ ଧୀରେ ଧୀରେ ଶତ୍ରୁକୀଟକୁ ବିନାଶ କରିଥାନ୍ତି। ଗୋଟିଏ ଏକର ଫସଲରେ ୨/୩ଟି ଟ୍ରାଇକୋ କାଡର୍ର୍ ପ୍ରୟୋଗ ଶତ୍ରୁକୀଟ ଦମନ ପାଇଁ ଯଥେଷ୍ଟ। ରୋଗ ଦମନକାରୀ କୀଟ ପାଇଁ ବର୍ଷକୁ ସରକାରଙ୍କ ପକ୍ଷରୁ ୪ହଜାର ଟାର୍ଗେଟ୍‌ ଆସୁଛି। ସେତିକି ମଧ୍ୟ ପୂରଣ କରିବା ବିଭାଗ ପକ୍ଷରେ କାଠିକର ପାଠ ହୋଇଯାଉଛି। ଫଳରେ ବହୁ ସମୟରେ ଚାଷୀଙ୍କୁ ମାଗଣାରେ ଦିଆଯାଉଛି। ବ୍ଲକସ୍ତରରେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଏହି ଯୋଜନା ଠିକ୍‌ରେ କାର୍ଯ୍ୟକାରୀ ହୋଇପାରୁନାହଁି। ଫଳରେ ଚାଷୀମାନେ ଜିଲା ଅଫିସ୍‌କୁ ଆସିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଯେଉଁ ପ୍ରୟୋଗଶାଳା ରହିଛି ତାହା ବି ଦୟନୀୟ ଅବସ୍ଥାରେ ଚାଲିଛି। ମାତ୍ର ଜଣେ ଲାବ୍‌ ଆସିଷ୍ଟାଣ୍ଟ ରହିଥିବା ବେଳେ ଜଣେ ଅଧିକାରୀ ରହିଛନ୍ତି। ତେଣୁ ସମସ୍ତ ବ୍ଲକକୁ ଯାଇ ଏ ଦିଗରେ ଚାଷୀଙ୍କୁ ସଚେତନ କରିବା ସମ୍ଭବପର ହେଉନାହିଁ।

ଲାଗିଥିବା ଶୀତତାପ ନିୟନ୍ତ୍ରଣ ଯନ୍ତ୍ର (ଏସି) କାହିଁ କେଉଁ ଦିନରୁ ଅଚଳ ଅବସ୍ଥାରେ ରହିଛି। ଫଳରେ ଖରାଦିନେ ଗରମ ସହି ନ ପାରି ବାକ୍ସରେ ରହୁଥିବା ପରାଶ୍ରୟୀ କୀଟଗୁଡ଼ିକ ମରିଯାଉଛନ୍ତି। ସେହିପରି କୀଟ ପାଇଁ ଖାଦ୍ୟ (ମକା) ଆବଶ୍ୟକ ଥିବାବେଳେ ଏହାକୁ କିଣିବାକୁ ମଧ୍ୟ ପାଣ୍ଠି ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ କୋଠା ଅବସ୍ଥା ଶୋଚନୀୟ। ବିଭାଗକୁ ଆବଶ୍ୟକ ମୁତାବକ ପାଣ୍ଠି ଆସୁ ନ ଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି। ଏହାର ପ୍ରଚାର ପ୍ରସାର କରାଯାଇପାରିଲେ ବାଲେଶ୍ୱର ଭଳି ଏକ କୃଷିବହୁଳ ଜିଲାର ବହୁ ଚାଷୀ ଏଥିରୁ ଉପକୃତ ହୋଇପାରନ୍ତେ। ଏନେଇ ଜିଲା କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତ କହିଛନ୍ତି, ଜଣେ ଷ୍ଟାଫ୍‌ ଅଛନ୍ତି। ଭିତ୍ତିଭୂମି ଓ କର୍ମଚାରୀ ଅଧିକ ନ ଥିବାରୁ ଏହି ପରାଶ୍ରୟୀ କୀଟର ପ୍ରଜନନ ଅଧିକ ହୋଇପାରୁନାହିଁ। ଅନ୍ୟପକ୍ଷରେ ପ୍ରଚାର ଓ ପ୍ରସାରର ଆବଶ୍ୟକତା ରହିଛି। ଚଳିତବର୍ଷ ଜିଲାରେ ହେବାକୁ ଥିବା ପ୍ରତ୍ୟେକ କୃଷି ବିଭାଗର ବୈଠକରେ ସମସ୍ତ କର୍ମଚାରୀଙ୍କ ସହ ଚାଷୀମାନଙ୍କୁ ମଧ୍ୟ ଏହି ପରାଶ୍ରୟୀ କୀଟର ଉପକାରିତା ସମ୍ପର୍କରେ ଜଣାଯିବାର ସ୍ଥିର କରାଯାଇଛି। ଏହି ପରାଶ୍ରୟୀ କୀଟ ବର୍ଷସାରା ପ୍ରଜନନ କରିଥାନ୍ତି। ମୁଖ୍ୟତଃ ଧାନ ଚାଷରେ ଲାଗୁଥିବା କାଣ୍ଡବିନ୍ଧା ପୋକର ଅଣ୍ଡାଗୁଡ଼ିକୁ ସହଜରେ ନଷ୍ଟ କରି ଚାଷକୁ ଉଦ୍ଧାର କରିଥାଏ। ଜିଲାରେ ଧାନ ଚାଷ ମୁଖ୍ୟ ହୋଇଥିବାରୁ ଏହି ପ୍ରକଳ୍ପ ଅଧିକ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି।

ମାନସ ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?