ଚାଷ ଜମିରେ ଜୈବ ବିପ୍ଳବ

ଡି ଶୁଭମ୍‌

 

ଜୈବିକ କୃଷକୁ ଏବେ ପ୍ରାଥମିକତା ଦିଆଯାଉଛି। କମ୍‌ ଖର୍ଚ୍ଚ, ସ୍ବଳ୍ପ ସମୟ ଓ ଅଧିକ ଆୟର ମାଧ୍ୟମ ହୋଇଛି ଏହି ଜୈବିକ କୃଷି। କୃଷିକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ଚାଷୀଙ୍କ ଭିତରେ ନୂଆ ଜାଗରଣ ଭରି ଏକ ସୁସ୍ଥ ଓ ସବୁଜ ସମାଜ ଗଢ଼ିବାରେ ଜୈବିକ କୃଷିର ଭୂମିକା ଅତୁଳନୀୟ। ଚଳିତ ଶତାବ୍ଦୀରେ ସମସ୍ତଙ୍କୁ ଜୈବିକ କୃଷି ଓ ଏହାର ଉପକାରିତା ସମ୍ବନ୍ଧରେ ଭଲ ଭାବେ ଜଣା। ଜୈବିକ କୃଷିର ସଂଜ୍ଞା ବହୁ ପୁରାତନ କାଳରୁ ଆମ ବାପା ଅଜାମାନେ ଦେଇସାରିଛନ୍ତି। ଯେବେ ଟ୍ରାକ୍ଟର, ସାର, ବିଷର ଦୁନିଆ ନ ଥିଲା, ସେବେଠାରୁ ଏ ଜୈବିକ କୃଷିର ସୃଷ୍ଟି। ଓଡ଼ିଶା ଏକ ଚାଷୀକୁଳର ରାଜ୍ୟ। ଏ ଭିତରେ ଜୈବ କୃଷି ଓଡ଼ିଶାରେ ଏକ ଅହେତୁକ ଆକର୍ଷଣ ସୃଷ୍ଟି କରିଛି। ଏକ ଜୈବିକ ସବୁଜିମାମୟ ପରିବେଶ ଗଠନ ପାଇଁ ଏହି ବିପ୍ଳବର ଅୟମାରମ୍ଭ ହୋଇଛି।
ଥରେ ଭାବନ୍ତୁ ତ, ଯେବେ ଏ ସାର, ବିଷର ଦୁନିଆ ନ ଥିଲା ସେବେ କ’ଣ ଚାଷ ହେଉ ନ ଥିଲା? ଉତ୍ତରେ ଆସିବ ହଁ ହେଉଥିଲା। ଆଉ ସେ ଚାଷରେ ଥିଲା ଏକ ସ୍ବତନ୍ତ୍ର ଉତ୍ସାହ। ନିଜ ଘରୁ ପ୍ରସ୍ତୁତ ହେଉଥିଲା ଜୈବ ସାର ଆଉ ବିଷ, ଯାହା ଜମିରେ ଗୁଣବତ୍ତା ବଢ଼ାଇବା ସହ ଉତ୍ପାଦନ ବଢ଼ାଉଥିଲା। ନା ଥିଲା ସ୍ବାସ୍ଥ୍ୟ ସମସ୍ୟା ନା ପରିବେଶ ପ୍ରଦୂଷଣର କଥା। ଜୈବବିବିଧତାର ରକ୍ଷା ହେବା ସହ ଜୈବିକ କୃଷି ସମସ୍ତଙ୍କ ଜମିରେ ସୁନା ଫଳାଉଥିଲା। ପ୍ରକୃତିର ନିନାଦିତ ଶବ୍ଦକୁ ବେଶ୍‌ ପାଖରୁ ଶୁଣିବାକୁ ମିଳୁଥିଲା। ଏକ ସ୍ବଚ୍ଛ ପରିବେଶ ମଧ୍ୟରେ ଜୀବନ ଜିଇବାର ମୁହୂର୍ତ୍ତକୁ ରଙ୍ଗିନ ଭାବେ ଅନୁଭବ କରୁଥିଲୁ। ଆପଣ କେବେ ଏକ ଜୈବ କୃଷିର ଅନୁଭବ ନିଅନ୍ତୁ ଦେଖିବେ ସେଥିର ମାଧୁର୍ଯ୍ୟକୁ। ସମୟ ଆସିଛି ପାରମ୍ପରିକ ଜ୍ଞାନକୌଶଳକୁ ପୁଣି ଥରେ ଜମିରେ ଦୋହରାଇବାକୁ। ଜୈବ ଖାଦ୍ୟ ପାଇଁ ଏବେ ସଭିଙ୍କ ଭିତରେ ଉତ୍କଣ୍ଠା। ରାସାୟନିକ ବସ୍ତୁରୁ ମୁକ୍ତ ରହି ସୁସ୍ଥ ଖାଦ୍ୟ ନିଶାରେ ଏବେ ସଭିଏଁ ବ୍ୟସ୍ତ।
ଉପକୂଳବର୍ତ୍ତୀ ଜିଲାର ଅଧିକାଂଶ ସ୍ଥାନରୁ ଆରମ୍ଭକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଚାଷୀ ଏବେ ଜୈବିକ ଚାଷରେ ମାତିଲେଣି। ଓଡ଼ିଶାର ଚାଷୀଙ୍କ ଜୈବ ଉପତ୍ାଦ ଏବେ ଭାରତ ଓ ଭାରତ ବାହାରେ ଚମକିବାରେ ଲାଗିଛି। ମାଣ୍ଡିଆରୁ ପ୍ରସ୍ତୁତ ଜୈବ ଉପତ୍ାଦ କଥା କୁହନ୍ତୁ ଅବା ପନିପରିବା ଓ ଶସ୍ୟସାମଗ୍ରୀ କୁହନ୍ତୁ ସବୁଠି ଏବେ ଓଡ଼ିଶା ଚାଷୀଙ୍କ ଜୈବ ବିପ୍ଳବ ବେଶ୍‌ ସହଜରେ ବାରିହୋଇପଡ଼ୁଛି। ଓଡ଼ିଶା ସରକାର ମଧ୍ୟ ଜୈବିକ ଚାଷ ଦିଗରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଓଡ଼ିଶାର ରାୟଗଡ଼ା, କନ୍ଧମାଳ, ଗଜପତି, ନୟାଗଡ଼, କଳାହାଣ୍ଡି, ମୟୂରଭଞ୍ଜ, କୋରାପୁଟ ପରି ଜିଲାଗୁଡ଼ିକରେ ଚାଷୀମାନେ ଏବେ ଅନେକାଂଶରେ ଜୈବ କୃଷିକୁ ଆପଣେଇ ସାରିଛନ୍ତି। କେବଳ ଏତିକି ନୁହେଁ ବରଂ ପ୍ରାୟ ସବୁ ଜିଲାର ଚାଷୀମାନେ ଅନେକ ପରିମାଣରେ ଜୈବ କୃଷି ଦିଗରେ ନିଜର ଚେଷ୍ଟା ଜାରି ରଖିଛନ୍ତି। ଭାରତୀୟ ପ୍ରାକୃତିକ କୃଷିପଦ୍ଧତି, ବିପିକେପି ଓ ଏନ୍‌ପିଓପି ଜରିଆରେ ଏହାକୁ ପ୍ରମାଣୀକରଣ କରାଯାଉଛି। ଚାଷୀ ନିଜର ପ୍ରମାଣୀକରଣକୁ ସାଥିକରି ନିଜ ଜୈବ ଉପତ୍ାଦକୁ ବିଭିନ୍ନ କୋଣ ଅନୁକୋଣରେ ସଫଳତାର ସହ ପହଞ୍ଚାଇ ପାରିଛନ୍ତି। ନିକଟରେ ଯାଇଥିବା କ୍ଷେତ୍ର ପରିଦର୍ଶନ ସମୟରେ ଯେବେ ବିଭିନ୍ନ ଚାଷୀଙ୍କ ସହ ମିଶିବାର ସୁଯୋଗ ମିଳିଥିଲା, ସେବେ ଜାଣିପାରିଥିଲି ଯେ ସତରେ ଓଡ଼ିଶାରେ ଏ ଦିଗରେ ବିପ୍ଳବ ଏକ ମାଇଲଖୁଣ୍ଟ ସାଜିବ। କାରଣ କେବଳ ଚାଷୀ ନୁହେଁ ବରଂ ଘରର ମା’ମାନେ ନିଜ ପାକଶାଳା ବଗିଚାରେ ବି ଜୈବିକ ସାର ବ୍ୟବହାର କରୁଛନ୍ତି। ଗାଁ ଗାଁରେ ଜମୁଛି ଭିଡ଼, ଜୈବ ଚାଷର ଭାରି ଆଦର- ଏ ଉକ୍ତିଟିର ପ୍ରତିଫଳନ ଓଡ଼ିଶାର ଅନେକ ଗାଁରେ ଦେଖିବାକୁ ମିଳୁଛି। ରାସାୟନିକ ସାର ଓ କୀଟନାଶକର ପ୍ରଭାବ ବିଷୟରେ ଆଉ କାହାକୁ ବୁଝାଇବାର ଆବଶ୍ୟକତା ରହୁନାହିଁ। ମାଟିର ମାନ ସହ ସ୍ବାସ୍ଥ୍ୟହାନି ଯେ ରାସାୟନିକ ଚାଷର ଲକ୍ଷ୍ୟ, ଏହା ସଭିଏଁ ବୁଝିସାରିଛନ୍ତି।
ଏଫ୍‌ଆଇବିଏଲ୍‌ର ସର୍ଭେ ଅନୁସାରେ, ସାରା ବିଶ୍ୱରେ ଭାରତ ଜୈବ କୃଷି ଉତ୍ପାଦନ ଦିଗରେ ଏକ ସଫଳ ଭୂମିକା ନିଭାଇଛି। ସାରା ବିଶ୍ୱର ଜୈବ ଉତ୍ପାଦରେ ଭାରତର ୩୦ ପ୍ରତିଶତ ଭାଗୀଦାରି ରହିଛି। ପାଖାପାଖି ୩୦ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜୈବିକ କୃଷି କରାଯାଉଛି। ଏହାରି ଭିତରେ ଓଡ଼ିଶାରେ ବି ଆରମ୍ଭ ହୋଇଛି ଜୈବ ବିପ୍ଳବ। ଆଜି ଚାଷୀ ନିମାସ୍ତ୍ର ହେଉ ବା ଜୀବାମୃତ କି ବୀଜାମୃତ ଏସବୁ ବିଷୟରେ ବେଶ୍‌ ଭଲଭାବରେ ଜାଣି ଜମିରେ ପ୍ରୟୋଗ ବି କରୁଛନ୍ତି। ଅନ୍ୟ ଚାଷୀମାନଙ୍କୁ ଏ ବିଷୟରେ ସଚେତନ କରାଉଛନ୍ତି। ବିହନ ବିଶୋଧନଠୁ ଆରମ୍ଭକରି ରୋଗପୋକ ଦମନ ଯାଏ ସବୁଠି ଜୈବ କୃଷିର ସ୍ବତନ୍ତ୍ରତା ରହିଛି। ଏପରିକି ରାଜ୍ୟ ସରକାରଙ୍କ ତରଫରୁ ଜୈବ କୃଷିକୁ ପ୍ରମାଣୀକରଣ କରିବା ପାଇଁ ମଧ୍ୟ କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି। ଚାଷୀମାନେ ନିଜ ଜୈବ କୃଷି ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ଜୈବିକ ପ୍ରମାଣୀକରଣ କରିପାରିବେ। ଓଡ଼ିଶାରେ ଜୈବ ବିପ୍ଳବର ମୂଳଦୁଆ ପଡ଼ିସାରିଛି। ଅନେକ ସ୍ଥାନରେ ଚାଷୀ ନିଜେ ବୁଝିବା ସହ ଅନ୍ୟମାନଙ୍କୁ ବଝାଇ ସେମାନଙ୍କୁ ଜୈବିକ କୃଷି ଦିଗରେ ପ୍ରବର୍ତ୍ତାଇଲେଣି। ଏବେ ଯେଉଁ ଗାଁକୁ ଗଲେ ଜୈବ କୃଷି ଓ ଜୈବ ଚାଷୀଙ୍କୁ ଆପଣ ଦେଖିବାକୁ ପାଇବେ। ସେମାନଙ୍କ ମୁହଁରୁ ଏ ଜୈବ ବିପ୍ଳବର ଉପକାରିତା ଶୁଣିପାରିବେ। ସାର ବିଷରୁ ମୁହଁ ଫେରେଇ ଚାଷୀ ଏବେ ବିଭିନ୍ନ ଜୈବିକ ଉପାଦାନ ନିଜ ଘରେ ପ୍ରସ୍ତୁତକରି ଜମିରେ ପ୍ରୟୋଗ କରୁଛନ୍ତି। ଧାନଚାଷଠୁ ଆରମ୍ଭକରି ପନିପରିବା ସବୁଥିରେ ଜୈବ କୀଟନାଶକ ଓ ଜୈବିକ ସାରକୁ ଉପଯୋଗ କରି ଚାଷୀ ଚାଷ କରୁଛନ୍ତି।
ଚାଷ ଜମିରେ ଆରମ୍ଭ ହୋଇଥିବା ଏହି ଜୈବ ବିପ୍ଳବ ଆଉ କିଛିବର୍ଷ ଭିତରେ ଏକ ରୂପାନ୍ତରଣ ଆଣିବ, ଏହା ସୁନିଶ୍ଚିତ। ଜୈବ କୃଷିର ବାଣୀ କେବଳ ସ୍ଲୋଗାନ୍‌ ନୁହେଁ ବରଂ ସଫଳତାର ସହ ଫର୍ଦ୍ଦ ପରେ ଫର୍ଦ୍ଦ ଯୋଡ଼ିଚାଲିଛି। ଏକ ସୁସ୍ଥ, ଶ୍ୟାମଳ ଓ ସବୁଜିମାମୟ ପରିବେଶ ଗଠନରେ ଜୈବ କୃଷିର ବିପ୍ଳବ ପ୍ରଶଂସନୀୟ ଓ ସ୍ବାଗତଯୋଗ୍ୟ।
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର,
ମୋ-୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?