ସେମିଳିଗୁଡ଼ାରେ ଚନ୍ଦ୍ରୟାନ-୩ ମେଢ଼କୁ ନେଇ ଚର୍ଚ୍ଚା

କୋରାପୁଟ,୨୧ା୯(ଅମିତାଭ ବେହେରା: କୋରାପୁଟ ଜ଼ିଲା ସେମିଳିଗୁଡା ସହରରେ ବିଶ୍ୱକର୍ମା ପୂଜା ଅବସରରେ ନନ୍ଦପୁର ରୋଡରେ ଥିବା ମହାରଣା ଗ୍ଲାସ ହାଉସଠାରେ ଚଳିତ ବର୍ଷ ହୋଇଥିବା ବିଶ୍ୱକର୍ମା ପୂଜା ମଣ୍ଡପ ଚର୍ଚ୍ଚାକୁ ଆସିଛି। ଏହି ମଣ୍ଡପ ଚନ୍ଦ୍ରୟାନ-୩ ଆକାରରେ ନିର୍ମିତ ହୋଇଛି। ଗ୍ଲାସ ହାଉସ ମାଲିକ ବୁଲୁ ମହାରଣାଙ୍କ ପ୍ରଚେଷ୍ଟାରେ ହୋଇଥିବା ଏହି ମେଢ଼ ଚନ୍ଦ୍ର ଉପରେ ବିଶ୍ୱକର୍ମା ମୂର୍ତ୍ତି ବସିବା ଓ ତାଙ୍କ ଚାରି ପଟେ ଲେଣ୍ଡର ବୁଲିବା ଦେଖିବାକୁ ଅଞ୍ଚଳବାସୀଙ୍କ ଭିଡ ଜମୁଛି। ବୁଲୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ ଅଧାରୁ ପାଠ ଛାଡି ନିଜର କୌଳିକ ବୃତ୍ତି କାଠ କାମକୁ ଆଦରି ନେଇଛନ୍ତି l ପ୍ରତିବର୍ଷ ବିଶ୍ୱକର୍ମା ପୂଜାରେ ନିଜ ମହାରଣା ଗ୍ଲାସ ହାଉସରେ ସେ ନିଆରା ଭାବେ ପୂଜା କରିଥାନ୍ତି l ତାଙ୍କ ଭାଇ ସଞ୍ଜୟ ଏବଂ ଅନ୍ୟ ୧୫ ଜଣ ଶିଳ୍ପୀ ମିଶି ଚନ୍ଦ୍ରୟାନ-୩କୁ ତିଆରି କରିଥିଲେ l ଏଥିପାଇଁ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ବୁଲୁ କହିଛନ୍ତି l ପ୍ରତିବର୍ଷ ଦେଶର ଚର୍ଚ୍ଚିତ ଘଟଣା ଉପରେ ସେ ମେଢ଼ ପ୍ରସ୍ତୁତ କରିଥାନ୍ତି। ଗତବର୍ଷ ପୁଲଓ୍ବମା ଆକ୍ରମଣ ଆକାର ମେଢ଼ ଏବଂ ୨୦୨୧ରେ କରୋନା ସମସ୍ୟା ଉପରେ ମଧ୍ୟ ମେଢ଼ କରି ବୁଲୁ ଚର୍ଚ୍ଚାକୁ ଆସିଥିଲେ। ଚଳିତ ବର୍ଷ ଚନ୍ଦ୍ରୟାନ-୩ ସଫଳ ହୋଇଥିବା ଏବଂ ଦେଶ ପାଇଁ ଗର୍ବ ଅନୁଭବ କରି ସେ ଏହାକୁ ପ୍ରସ୍ତୁତ କରିଥିବା କହିଛନ୍ତି l ମାତ୍ର ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ତାଙ୍କର ଏଭଳି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ବିଶ୍ୱର ଅନେକ ଖ୍ୟାତିସମ୍ପନ୍ନ ବୈଜ୍ଞାନିକଙ୍କ ଚିନ୍ତାଧାରା ସହ ମେଳ ଖାଉଛି ବୋଲି ଇଞ୍ଜିନିୟର ସୁନୀଲ ବିଶ୍ବାଳ କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri