NEET ମାମଲାରେ ସାମ୍ନାକୁ ଆସିଲା ବଡ଼ ସତ, ୩୫ ଛାତ୍ରଙ୍କୁ…

ନୂଆଦିଲ୍ଲୀ, ୨୪।୬: NEET ପେପର୍‌ ଲିକ୍‌ ମାମଲାରେ ବଡ଼ ସତ ସାମ୍ନାକୁ ଆସିଛି । ଗିରଫ ହୋଇଥିବା ଚିଣ୍ଟୁ କୁମାରକୁ ପଚରାଉଚରା ବେଳେ ବିହାର ଅର୍ଥନୈତିକ ଅପରାଧ ଶାଖା ପୋଲିସ୍‌ ହାତରେ ବଡ଼ ସୂଚନା ଲାଗିଛି । ନିଟ୍‌ ପେପର ଲିକ୍‌ରେ ସାମିଲ୍‌ ଥିବା କିଛି ଲୋକଙ୍କ ନାମ ସେ କହିଛି । ପାଟନାର ଖୋମନି ଚକ୍‌ ସ୍ଥିତ ଲର୍ଡ ଏଣ୍ଡ୍‌ ପ୍ଲେ ସ୍କୁଲରେ ପାଖାପାଖି ୩୫ ଛାତ୍ରଙ୍କୁ ପ୍ରଶ୍ନ ପତ୍ର ଏବଂ ଉତ୍ତର ଘୋଷିବାକୁ ଦିଆଯାଇଥିଲା । ଏଠାରେ ଥିବା ୱାଇଫାଇ ପ୍ରିଣ୍ଟରରେ ୧୦-୧୨ କପି ପ୍ରିଣ୍ଟ କରାଯାଇଥିଲା । ପ୍ରଥମେ ବାୟୋଲୋଜିର ପ୍ରଶ୍ନ ଏବଂ ଉତ୍ତର ରକି ଜରିଆରେ ଆସିଥିଲା । ଏହାପରେ ଫିଜିକ୍ସ ଏବଂ ଶେଷରେ କେମେଷ୍ଟ୍ରିର ପେପର ଆସିଥିବା ସେ କହିଛି ।

ଏହି ମାମଲାର ମୁଖ୍ୟ ମାଷ୍ଟର ମାଇଣ୍ଡ୍‌ ଅତୁଲ ବତ୍ସ, ଅଂଶୁଲ ସିଂହ ସମେତ ଅନ୍ୟ ବ୍ୟକ୍ତିଙ୍କ ଜରିଆରେ ପ୍ରଶ୍ନ ଉତ୍ତର ପହଞ୍ଚିଥିଲା । ଅତୁଲ ଚିଣ୍ଟୁ ମାଧ୍ୟମରେ ବିହାରରେ ପ୍ରଶ୍ନ ପତ୍ର ପହଞ୍ଚାଇବା ପ୍ଲାନ୍‌ କରିଥିଲା । ରକି ବର୍ତ୍ତମାନ ରାଞ୍ଚିର ଚୁଟିଆ ଥାନା ଅଧିନ କଡରୁ ରୋଡ୍‌ ନିକଟରେ ଏକ ରେଷ୍ଟାରୁଣ୍ଟ କରି ଚଳୁଥିବା ଜଣାପଡ଼ିଛି । ବିହାର ପୋଲିସ୍‌ ଝାଡ଼ଖଣ୍ଡରେ ରକିକୁ ଖୋଜୁଥିବା ଜଣାପଡ଼ିଛି ।

ସୂଚନା ଥାଉକି, NEET -ୟୁଜି ପରୀକ୍ଷାରେ ଅନିୟିତତା ଓ ରେଜଲ୍ଟ ବିଭ୍ରାଟ ଘଟଣାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗ୍ରେସ୍‌ ମାର୍କ ପାଇଥିବା ୧,୫୬୩ ପରୀକ୍ଷାର୍ଥୀଙ୍କୁ ସାନି ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯାଇଥିଲା। ପରୀକ୍ଷା ନ ଦେଲେ ଗ୍ରେସ୍‌ମାର୍କକୁ ବାଦ୍‌ ଦିଆଯାଇ ଅବଶିଷ୍ଟ ମାର୍କକୁ ସେମାନଙ୍କ ଫଳାଫଳ ବିବେଚନା କରାଯିବ ବୋଲି ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) କହିଥିଲା। ରବିବାର ଏହି ପିଲାମାନଙ୍କ ପାଇଁ ସାନି ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ୪୮ ପ୍ରତିଶତ ପରୀକ୍ଷା ଦେବାକୁ ଆସି ନାହାନ୍ତି। ମୋଟ ୮୧୩ ଜଣ ଛାତ୍ରୀଛାତ୍ର (୫୨ ପ୍ରତିଶତ) ପରୀକ୍ଷା ଦେଇଥିବାବେଳେ ୭୫୦ ଜଣ ଏହାକୁ ଏଡ଼ାଇ ଯାଇଥିବା ଏନ୍‌ଟିଏ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ୧,୫୬୩ ପିଲାଙ୍କ ପାଇଁ ଛତିଶଗଡ଼, ଗୁଜରାଟ, ହରିୟାଣା, ମେଘାଳୟ, ଚଣ୍ଡିଗଡ଼ରେ ୭ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଥିଲା। ଚଣ୍ଡିଗଡ଼ ଏକ୍‌ଜାମ୍‌ ସେଣ୍ଟରରେ ୨ ଜଣ ପରୀକ୍ଷା ଦେବାକୁ ଥିବାବେଳେ କେହି ଆସି ନ ଥିଲେ। ସେହିପରି ଛତିଶଗଡ଼ରେ ୬୦୨ ଜଣ ପରୀକ୍ଷାର୍ଥୀଙ୍କ ସ୍ଥାନରେ ୩୧୧ ଜଣ ଅନୁପସ୍ଥିତ ଥିବାବେଳେ ୨୯୧ ଜଣ ପରୀକ୍ଷା ଦେଇଥିଲେ। ଗୁଜରାଟର ପରୀକ୍ଷା କେନ୍ଦ୍ରରେ ମାତ୍ର ଜଣେ ପରୀକ୍ଷାର୍ଥୀ ଥିବାବେଳେ ସେ ମଧ୍ୟ ଅନୁପସ୍ଥିତ ରହିଥିଲେ। ମେଘାଳୟର ୪୬୪ ପିଲାଙ୍କ ମଧ୍ୟରୁ ୨୩୦ ଅନୁପସ୍ଥିତ ଥିବାବେଳେ ୨୩୪ ଜଣ ପୁନଃ ପରୀକ୍ଷା ଦେଇଛନ୍ତି।

ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ମେ’ ୫ରେ ଅନୁଷ୍ଠିତ ଏନ୍‌ଇଇଟି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଏବଂ ବ୍ୟାପକ ଅନିୟମିତତା ରିପୋର୍ଟ ମିଳିବା ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ରବିବାର ତଦନ୍ତ ଆରମ୍ଭ କରିଛି। ସିବିଆଇ ମାମଲା ରୁଜୁ କରିବା ପରେ ଏହାର ସ୍ବତନ୍ତ୍ର ଟିମ୍‌ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗୋଧ୍ରା ଓ ପାଟନା ଯାଇ ତନାଘନା ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?