ଟେରାକୋଟା ପ୍ରେମରେ ପୋଲାଣ୍ଡ ମହିଳା: ଶିଖୁଛନ୍ତି ଏହି କଳା

ନୀଳଗିରି,୧୩।୧୧(ପ୍ରଶାନ୍ତ ବିଶ୍ୱାଳ):ଓଡ଼ିଶାର ମାଟି କଳାର ଆକର୍ଷଣ ଟାଣି ଆଣିଛି ବିଦେଶିନୀଙ୍କୁ। ପୋଲାଣ୍ଡ ମହିଳା ମାଗଡାଲେନା କାମିନସ୍କା ଏହି କଳା ଶିକ୍ଷା କରିବାକୁ ଚାଲି ଆସିଛନ୍ତି ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିନ୍ତାମଣିପୁର ଗ୍ରାମକୁ। ଟେରାକୋଟା ଶିଳ୍ପୀ ରମେଶ ଚନ୍ଦ୍ର ମୁଦୁଲିଙ୍କୁ ନିଜର ଗୁରୁ ଭାବେ ଗ୍ରହଣ କରି ତାଙ୍କ ଘରେ ରହିବା ସହ ପରିବାର ସଦସ୍ୟଙ୍କ ଭଳି ରୋଷେଇ କରୁଛନ୍ତି। ଦୀପାବଳି ମଧ୍ୟ ପାଳନ କରିଛନ୍ତି। ମାଗଡାଲେନା ଜଣେ ଦକ୍ଷ ସେରାମିକ୍‌ ଆର୍ଟିଷ୍ଟ। ଦିଲ୍ଲୀରେ ଅନୁଷ୍ଠିତ ଟେରାଫେଷ୍ଟ ମେଳାକୁ ଅନେକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ଶିଳ୍ପୀ ରମେଶଙ୍କ ମାଟିରେ ନିର୍ମିତ ମୟୂର କଳାକୃତି ଦେଖି ମାଗଡାଲେନା ବେଶ୍‌ ଆକର୍ଷିତ ହୋଇଥିଲେ। ସେ ରମେଶଙ୍କଠାରୁ ଏହି କଳା ଶିଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ରମେଶ ମଧ୍ୟ ଖୁସିର ସହ ତାଙ୍କୁ ଶିଖାଇବା ପାଇଁ ସମ୍ମତି ଦେଇଥିଲେ। ସେ ତାଙ୍କ ଗାଁକୁ ଆସି ୫ଦିନ ହେଲା ମାଟି ଶଙ୍ଖ ତିଆରି କଳା ଶିଖୁଛନ୍ତି। ଚିନ୍ତାମଣିପୁର ଗାଁର ପରିବେଶ, ଓଡ଼ିଶାର ପରମ୍ପରା, ସଂସ୍କୃତି ଓ ଐତିହ୍ୟକୁ ସେ ଭଲ ପାଇ ବସିଛନ୍ତି। ଏଠାରେ ମାଟିରେ ବିଭିନ୍ନ ପ୍ରକାର ମାଟି ପାତ୍ର, କଳସ, ଚା କପ୍‌, ହାତୀ ଘୋଡ଼ା ଓ ମାଟିରେ ତିଆରି ଶଙ୍ଖ ମୂର୍ତ୍ତି ନିର୍ମାଣ ହୋଇଥାଏ। ଏଠାରେ ଗ୍ରାମୀଣ ପରିବେଶ ଏବଂ ଲୋକଙ୍କ ଆପଣାପଣ ତାଙ୍କୁ ବେଶ୍‌ ପ୍ରଭାବିତ କରିଛି। ଆସନ୍ତାବର୍ଷ ପୁଣି ଆସିବା ପାଇଁ ସେ ଯୋଜନା କରୁଥିବା କହିଛନ୍ତି। ଏଥିସହିତ ପୋଲାଣ୍ଡକୁ ଯିବା ପାଇଁ ସେ ରମେଶଙ୍କୁ ନିମନ୍ତ୍ରଣ କରିଛନ୍ତି, ଯେଉଁଠାରେ ଅନ୍ୟମାନଙ୍କୁ ମଧ୍ୟ ମାଟି ଶଙ୍ଖ ତିଆରି କଳା ଶିଖାଇବାର ସୁଯୋଗ ମିଳିପାରିବ। ଯଦି ଭଗବାନଙ୍କ ଆଶୀର୍ବାଦ ରହିବ, ତେବେ ନିଶ୍ଚିତ ଭାବେ ପୋଲାଣ୍ଡ ଯାଇ ଆମ ଓଡ଼ିଶାର ପାରମ୍ପରିକ ମାଟି କଳାର ପ୍ରଚାର ଓ ପ୍ରସାର କରିବାକୁ ଶିଳ୍ପୀ ରମେଶ ପ୍ରସ୍ତୁତ ଥିବା କହିଛନ୍ତି। ମାଟି କେବଳ ମାଟି ନୁହେଁ, ଏହା ଆମର ପରିଚୟ, ସଂସ୍କୃତି ଓ ପରମ୍ପରା । ଆମ ଗାଁର କଳା ଆଜି ବିଦେଶରେ ନୂଆ ପରିଚୟ ସୃଷ୍ଟି କରିପାରିବ ବୋଲି ରମେଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୨୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଟିମ ସିଫର୍ଟ୍‌: ପାଓ୍ବାର୍‌ ପ୍ଲେରେ କଲେ ବଡ଼ କାରନାମା

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଦିନିକିଆରେ କିୱି ଓପନର ଟିମ ସିଫର୍ଟଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ଟସ ହାରି ପ୍ରଥମେ…

ଟ୍ରମ୍ପଙ୍କ ବଡ଼ ଦାବି, କହିଲେ Nvidiaର ପୂର୍ବତନ ସିଇଓ ହୁଆଙ୍ଗ ମୋତେ ଫୋନ କରିଥିଲେ, ‘ସେ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତି ଦେଇ ଗତି କରୁଛନ୍ତି’

ଓ୍ବାଶିଂଟନ,୧୩।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜେନସେନ ହୁଆଙ୍ଗଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏକ ଘରୋଇ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି…

ଦୃଷ୍ଟି ଆଢୁଆଳରେ ତଳକିଳାବାଡ଼ି ଗାଁ: ଧାନ ଚାଷ ପାଇଁ ଜୀବନ ବାଜିରେ ୧୮ ପରିବାର

ଦାରିଙ୍ଗବାଡ଼ି, ୧୩।୧୧ (ଅରୁଣ ସାହୁ):ଚାରିପଟେ ପାହାଡ଼, ଘଞ୍ଚ ଜଙ୍ଗଲ, ନଦୀ ଓ ନାଳ। ଏହାରି ମଧ୍ୟରେ ରହିଛି ଏକ ଦୁର୍ଗମ ଗାଁ ତଳକିଳାବାଡ଼ି। ଯେଉଁଠି ବିକାଶର ଆଲୋକ…

ଭଦ୍ରକରେ ଭୟଙ୍କର ଦୁର୍ଘଟଣା; ଟ୍ରଲରକୁ ପିଟିଲା ପୋଲିସ ଗାଡ଼ି; ମୃୃତ୍ୟୁ ସଂଖ୍ୟା…

ବାସୁଦେବପୁର,୧୩।୧୧(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲାର ବାସୁଦେବପୁର, ଧାମରା ରାସ୍ତାର ବିରସ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁବାର ବିଲମ୍ବିତ ରାତିରେ ପୋଲିସ ଗାଡ଼ି…

କ’ଣ ହେଲା! ପ୍ରଥମେ ରୋହିତ ଶର୍ମା, ପରେ ଈଶାନ କିଷନ… କ୍ରମାଗତ ଦୁଇଟି ବଲରେ ଦୁଇଟି କ୍ୟାଚ ଛାଡ଼ିଦେଲେ,ଏଥିପାଇଁ ଦେବାକୁ ପଡ଼ିବ…

ନୂଆଦିଲ୍ଲୀ,୧୩।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ ‘ବେ ଓଭାଲ’ (Bay Oval) ଠାରେ ଖେଳାଯାଉଛି। ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ…

ଖଣି ଅଞ୍ଚଳ: ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌

ଖଣିଜ ସମ୍ପଦରେ ଭରପୂର ଯାଜପୁର ଜିଲା ଏବେ ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌ ପାଲଟିଛି। ଖଣି ଖନନ, ଜଙ୍ଗଲ କ୍ଷୟ, ପାହାଡ଼ କଟା, ଶିଳ୍ପ ପ୍ରଦୂଷଣ ଓ…

ପଞ୍ଜାବ କିଙ୍ଗ୍ସକୁ ଯିବା ପରେ ପ୍ରଶ୍ନ ଉଠାଇଲେ ମହମ୍ମଦ କୈଫ୍, କହିଲେ ହାର୍ଦ୍ଦିକଙ୍କ ସବୁଠୁ ବଡ଼ ଭୁଲ….

ନୂଆଦିଲ୍ଲୀ,୧୩।୧୧: ଆଇପିଏଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ପରିବର୍ତ୍ତନକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ଗୁଜରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ହାର୍ଦ୍ଦିକଙ୍କ ପାଇଁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୧୫ରେ ଅବପାତ, ବାତ୍ୟା ଆକଳନ କଲା ବିଦେଶୀ ମଡେଲ

ଭୁବନେଶ୍ୱର, ୧୩ା୧୧:ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?