ଆର୍‌ବିଆଇର ସର୍ବୋଚ୍ଚ ସୀମା ବାହାରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୩ା୧୧(ପି.ଟି.): ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ସେପ୍ଟେମ୍ବରରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ୫.୫୪ ପ୍ରତିଶତ ରହିଥିଲା। ପୂର୍ବରୁ ୨୦୨୪ ଅକ୍ଟୋବରରେ ଏହା ୬.୨୫ ପ୍ରତିଶତ ରେକର୍ଡ କରାଯାଇଥିଲା। ଆରବିଆଇକୁ ମୁଦ୍ରାସ୍ଫୀତି ହାର ୨ରୁ ୬ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ଦାୟିତ୍ୱ ଦିଆଯାଇଛି। ତେବେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି କାରଣଗୁଡ଼ିକୁ ଦେଖିଲେ, ସେପ୍ଟେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ୭.୭୪% ଥିବାବେଳେ ଅକ୍ଟୋବରରେ ଏହା ୮.୯୪% କୁ ବୃଦ୍ଧି ପାଇଛି। ବିଶେଷକରି ପିଆଜ (୧୧୬.୨୨%), ରସୁଣ (୬୦.୭୪%), ଅଦା (୪୮.୩୨%) ଏବଂ ଲେମ୍ବୁ (୪୭.୩୦%) ଭଳି ନିତ୍ୟବ୍ୟବହାର୍ଯ୍ୟ ପରିବା ଦର ଆକାଶଛୁଆଁ ହୋଇଛି। ଅନ୍ୟପକ୍ଷରେ ଜଳଭଣ୍ଡାରଗୁଡ଼ିକରେ ଜଳସ୍ତର କମ୍‌ ରହିବା କାରଣରୁ ରବି ଫସଲ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି, ଯାହା ବଜାରରେ ଯୋଗାଣ ଶୃଙ୍ଖଳକୁ ବାଧାପ୍ରାପ୍ତ କରି ଦର ବଢ଼ାଇଛି। ସେହିପରି ପଶ୍ଚିମ ଏସିଆରେ ଯୁଦ୍ଧ ପ୍ରଭାବରେ ଅଶୋଧିତ ତୈଳ ଦରରେ ଅସ୍ଥିରତା, କଞ୍ଚାମାଲଗୁଡ଼ିକର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଏବଂ ପରିବହନ, ରେଷ୍ଟୁରାଣ୍ଟ (୧୦.୦୬%) ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ର ମହଙ୍ଗା ହୋଇଛି। ମୋଟ ୧୨ଟି ବର୍ଗ ମଧ୍ୟରୁ ୧୧ଟି ବର୍ଗରେ ଦରଦାମ ବୃଦ୍ଧି ପରିଲକ୍ଷିତ ହୋଇଛି। ଖାଦ୍ୟ ଓ ପାନୀୟ (ଏଫ୍‌ ଆଣ୍ଡ ବି)ରେ ୮.୫୧% ଏବଂ ବ୍ୟକ୍ତିଗତ ଯତ୍ନ ଓ ବିବିଧ ସାମଗ୍ରୀ କ୍ଷେତ୍ରରେ ୧୦.୧୪% ରେକର୍ଡ କରାଯାଇଛି।
ଏଭଳିସ୍ଥଳେ ଆସନ୍ତା ଡିସେମ୍ବର ୨ରୁ ୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଆର୍‌ବିଆଇର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ ରେପୋ ରେଟ୍‌ରେ ଆଉ ୨୫ ବେସିସ୍‌ ପଏଣ୍ଟ (୦.୨୫%) ବୃଦ୍ଧି ହେବା ପ୍ରାୟ ନିଶ୍ଚିତ ବୋଲି ‘ଇକ୍ରା’ର ମୁଖ୍ୟ ଅର୍ଥନୀତିଜ୍ଞ ଅଦିତି ନାୟାର ଏବଂ ଡିବିଏସ୍‌ ବ୍ୟାଙ୍କର ବରିଷ୍ଠ ଅର୍ଥନୀତିଜ୍ଞ ରାଧିକା ରାଓ ମତ ଦେଇଛନ୍ତି। ଗତ ଅକ୍ଟୋବରରେ ଆର୍‌ବିଆଇ ପ୍ରାୟ ୪ ବର୍ଷ ପରେ ସୁଧ ହାର ୦.୨୫% ବଢ଼ାଇ ୫.୫୦% କରିଥିଲା। ତେବେ ଖାଦ୍ୟ ମୁଦ୍ରାସ୍ଫୀତି ଆହୁରି କିଛି ମାସ ୬% ଉପରେ ରହିବ ବୋଲି ‘୩୬୦ ୱାନ ଆସେଟ୍‌’ର ବରିଷ୍ଠ ଅର୍ଥନୀତିଜ୍ଞ ବିକ୍ରମ ଛାବ୍ରା ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସୁଧ ହାର ବୃଦ୍ଧି ପାଇଲେ ଋଣ ମହଙ୍ଗା ହେବା ସହ ରିଅଲ ଇଷ୍ଟେଟ ବଜାରରେ ଗ୍ରାହକଙ୍କ ଚାହିଦା ହ୍ରାସ ପାଇବ ବୋଲି ନାଇଟ୍‌ ଫ୍ରାଙ୍କ୍‌ ଇଣ୍ଡିଆର ଜାତୀୟ ନିର୍ଦ୍ଦେଶକ ବିବେକ ରାଠୀ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖଣି ଅଞ୍ଚଳ: ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌

ଖଣିଜ ସମ୍ପଦରେ ଭରପୂର ଯାଜପୁର ଜିଲା ଏବେ ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌ ପାଲଟିଛି। ଖଣି ଖନନ, ଜଙ୍ଗଲ କ୍ଷୟ, ପାହାଡ଼ କଟା, ଶିଳ୍ପ ପ୍ରଦୂଷଣ ଓ…

ଟେରାକୋଟା ପ୍ରେମରେ ପୋଲାଣ୍ଡ ମହିଳା: ଶିଖୁଛନ୍ତି ଏହି କଳା

ନୀଳଗିରି,୧୩।୧୧(ପ୍ରଶାନ୍ତ ବିଶ୍ୱାଳ):ଓଡ଼ିଶାର ମାଟି କଳାର ଆକର୍ଷଣ ଟାଣି ଆଣିଛି ବିଦେଶିନୀଙ୍କୁ। ପୋଲାଣ୍ଡ ମହିଳା ମାଗଡାଲେନା କାମିନସ୍କା ଏହି କଳା ଶିକ୍ଷା କରିବାକୁ ଚାଲି ଆସିଛନ୍ତି ବାଲେଶ୍ୱର ଜିଲା…

ପଞ୍ଜାବ କିଙ୍ଗ୍ସକୁ ଯିବା ପରେ ପ୍ରଶ୍ନ ଉଠାଇଲେ ମହମ୍ମଦ କୈଫ୍, କହିଲେ ହାର୍ଦ୍ଦିକଙ୍କ ସବୁଠୁ ବଡ଼ ଭୁଲ….

ନୂଆଦିଲ୍ଲୀ,୧୩।୧୧: ଆଇପିଏଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ପରିବର୍ତ୍ତନକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ଗୁଜରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ହାର୍ଦ୍ଦିକଙ୍କ ପାଇଁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୧୫ରେ ଅବପାତ, ବାତ୍ୟା ଆକଳନ କଲା ବିଦେଶୀ ମଡେଲ

ଭୁବନେଶ୍ୱର, ୧୩ା୧୧:ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ ଏହା…

ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମରେ କୃଷ୍ଣଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା: ବଢୁଛି ମନାନ୍ତର

ଢେଙ୍କାନାଳ, ୧୩ା୧୧ (ରତନ ନାୟାର):ଢେଙ୍କାନାଳରେ ଗୁରୁବାର ଭାଜପା ପକ୍ଷରୁ ଅନୁଷ୍ଠିତ ‘ଲୋକତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ’ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ।…

ସ୍ତ୍ରୀଙ୍କୁ ଛାଡ଼ି ବିଦେଶ ନ ଯିବା ପାଇଁ ବିମାନ ହାଇଜାକ୍‌ ନାଟକ: କର୍କଟ ରୋଗୀଙ୍କୁ ବାନ୍ଧିଲା ପୋଲିସ

କୋଲକାତା,୧୩ା୧୧: ନିଜର ଅସୁସ୍ଥ ସ୍ତ୍ରୀଙ୍କୁ ଏକାକୀ ଛାଡ଼ି ବିଦେଶରେ ଚାକିରି କରିବାକୁ ଯିବା ପାଇଁ ଇଚ୍ଛା ନ ଥିବାରୁ ବିମାନର ଶୌଚାଳୟରେ ମିଥ୍ୟା ‘ହାଇଜାକ୍‌’ (ବିମାନ ଅପହରଣ)…

IND VS NZ: ଭାରତର ପ୍ଲେଇଂ ୧୧ରେ ୩ଟି ବଡ଼ ପରିବର୍ତ୍ତନ; ୬ଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ,୧୩।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ଆଜି ମାଉଣ୍ଟ ମାଉଙ୍ଗାନୁଇ ଠାରେ ଖେଳାଯିବ। ଶୁବମନ ଗିଲଙ୍କ…

ଆଦାନୀ ଯୁଆଡ଼େ ଯାଇଛି ମର୍ଡର କରିଛି: ଜୟନାରାୟଣଙ୍କ ବିବାଦୀୟ ମନ୍ତବ୍ୟ

ସମ୍ବଲପୁର,୧୩ା୧୧(ପ୍ରମୋଦ ବହିଦାର):ସମ୍ବଲପୁର ଅଞ୍ଚଳରେ ଏନ୍‌ଏଲ୍‌ସି କମ୍ପାନୀର ମନମାନି ଓ ଦାଦାଗିରି ବିରୋଧରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସମ୍ବଲପୁର ଅଞ୍ଚଳରେ ଏନ୍‌ଏଲ୍‌ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?