ନୂଆ ରୂପରେ ଚମକିବ ଭୂଆବନ୍ଧ

ଭୋଗରାଇ, ୩।୩(ଡି.ଏନ.ଏ.):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବନ୍ୟା ପ୍ରତିରୋଧକ ଭୂଆବନ୍ଧ ଏବେ ନୂଆ ରୂପ ନେବାକୁ ଯାଉଛି। ବ୍ରିଟିଶ୍‌ ଅମଳ ଏବଂ ମରହଟ୍ଟା ଅମଳର ନିର୍ମିତ ଏହି ଭୂଆବନ୍ଧ ଦକ୍ଷିଣଭୋଗରାଇ ୩୨ ପଞ୍ଚାୟତକୁ ବନ୍ୟା ଦାଉରୁ ରକ୍ଷା ପାଇଁ ପାଚେରି ଭଳି ଉଭା ହୋଇଥିବା ବେଳେ ଦୀର୍ଘବର୍ଷ ଧରି ଏହି ବନ୍ଧରେ ଆଖିଦୃଶିଆ ରାସ୍ତା ନ ହେବାରୁ ବର୍ଷାଦିନେ ରାସ୍ତା ଶୋଚନୀୟ ହୋଇପଡ଼ି ଦୁର୍ଗମ ରାସ୍ତାରେ ପରିଣତ ହେଉଥିଲା। ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଏହି ରାସ୍ତା ମରାମତି ସହ ଉନ୍ନତମାନର ସ୍ଥାୟୀ ନିର୍ମାଣ କରିବାକୁ ଦାବି ହୋଇଆସୁଥିବା ବେଳେ ରାଜ୍ୟ ସରକାର ସେଚ ବିଭାଗକୁ ଉକ୍ତ ବନ୍ୟା ପ୍ରତିରୋଧକ ବନ୍ଧ ଖୁବ୍‌ଶୀଘ୍ର ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଭୁଆବନ୍ଧର ଲକ୍‌ଗେଟ୍‌ଠାରୁ ଜୟରାମପୁର-ବଣବାଡ଼ି ପର୍ଯ୍ୟନ୍ତ ୪କୋଟି ୨୮ଲକ୍ଷ ଟଙ୍କା ଅନୁଦାନର କାର୍ଯ୍ୟ ଆରମ୍ଭ ହୋଇଛି। ଗୋଟିଏ ମାସ ପରେ ଭୂଷଣ୍ଡେଶ୍ୱର ଏବଂ ଚନ୍ଦନେଶ୍ୱର ଚଡ଼କମେଳା ଶୁଭାରମ୍ଭ ହେବାକୁ ଯାଉଥିବା ବେଳେ ଉତ୍ତର ଭୋଗରାଇର ୫ ପଞ୍ଚାୟତ ସହ ଦକ୍ଷିଣ ଭୋଗରାଇର ବହୁ ପଞ୍ଚାୟତ ଦୁଇ ପ୍ରସିଦ୍ଧ ଶୈବପୀଠ ଚଡ଼କମେଳା ଦର୍ଶନ ଏବଂ ଆରାଧନା ନିମନ୍ତେ ଗମନାଗମନର ବାଟ ସୁଗମ ହେବାକୁ ଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ବାଟଗ୍ରାମଠାରୁ ଲକ୍‌ଗେଟ୍‌ ଓ ଓଡ଼ିଶା ସୀମାନ୍ତ ନସରବାଦଠାରୁ ବାଟଗ୍ରାମ ପର୍ଯ୍ୟନ୍ତ ରାସ୍ତା ଉନ୍ନତି କାର୍ଯ୍ୟ ଆରମ୍ଭ ହୋଇଛି। ଭୁଆବନ୍ଧକୁ ଜୀବନ୍ତ ଆକର୍ଷଣ କରିବା ପାଇଁ ସେଚବିଭାଗ ପକ୍ଷରୁ ବନ୍ଦର ଉଭୟ ପାର୍ଶ୍ୱରେ ବଉଳ ଗଛ ଲଗାଯାଇ ପଥଚାରୀଙ୍କୁ ଆକୃଷ୍ଟ କରାଯିବ ବୋଲି ସେଚ ବିଭାଗୀୟ ପକ୍ଷରୁ ସୂଚନା ଦିଆଯାଇଛି। ବନ୍ଧ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଓଡ଼ିଶା ଓ ପଶ୍ଚିମବଙ୍ଗରୁ ଗମନାଗମନ, ବାଣିଜ୍ୟ ବ୍ୟବସାୟରେ ଲୋକେ ସମସ୍ୟାର ସମ୍ମୁଖୀନ ହେବେ ନାହଁି ବୋଲି ସ୍ଥାନୀୟ ଲୋକେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଡିପିଓଙ୍କୁ ଘେରିଲେ ମହିଳା

ଲୋଇସିଂହା,୨୪।୯(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର-୧ ଦୀର୍ଘ ମାସ ହେଲା ବନ୍ଦ ରହିଛି। ଉକ୍ତ କେନ୍ଦ୍ର ଖୋଲିବା ଦିଗରେ ପ୍ରଶାସନ...

ମୃତ ଡାକ୍ତରଙ୍କ ଶରୀରଦାନ କଲେ ପରିବାରବର୍ଗ

ବ୍ରହ୍ମପୁର ଅଫିସ୍‌,୨୧୧୦-ବ୍ରହ୍ମପୁର ଭାବାନଗର ବାସିନ୍ଦା ଡା. ଗୌର ଚନ୍ଦ୍ର ଚୌଧୁରୀ (୭୮)ଙ୍କର ରବିବାର ସକାଳେ ପରଲୋକ ହୋଇଛି । ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା...

ପୂଜାରେ ଭାଙ୍ଗିବ ପରମ୍ପରା

ଭୁବନ, ୧୯।୧୦ (ବିପିନ ବିହାରୀ ସେଠୀ) : ସ୍ଥିତି ସ୍ବାଭାବିକ ଥିଲେ ଏତେବେଳକୁ ଆରମ୍ଭ ହୋଇସାରନ୍ତାଣି ଗହଳଚହଳ। ମେଢ଼, ମୂର୍ତ୍ତି, ସାଜସଜ୍ଜା ପାଇଁ ଚାଲିଥାନ୍ତା ପ୍ରତିଯୋଗିତା। ବଳଦଙ୍କୁ...

୨୮ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର, ୧୩।୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଶନିବାର ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଖୋଲିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୮ଟି ଗେଟ୍‌...

ଭୋଗରାଇରେ ବିରଳ ପ୍ରଜାତିର ମାଛ

ଭୋଗରାଇ, ୧୭।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁସୁଟି ଗ୍ରାମ ନିକଟସ୍ଥ ଧାନ କ୍ଷେତରେ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି। ଦେଢ଼ଫୁଟ୍‌ ଲମ୍ବର...

ସହରରେ ‘ସୁଜଳ’ ଯୋଜନାର ସଫଳତା ପାଇଁ ଓ୍ବାଟକୋ ପୁରସ୍କୃତ

ପୁରୀ ଅଫିସ,୨୧।୩: ପୁରୀ ସହରରେ ‘ସୁଜଳ’ ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ ଓ୍ବାଟକୋକୁ ‘ଆୱାର୍ଡ ଅଫ୍‌ ଏକ୍ସେଲେନ୍ସ’ ପୁରସ୍କାର ମିଳିଛି। ଗତ ଗୁରୁବାର ଭାରତ ସରକାରଙ୍କ...

ବାଇକ୍‌ ଉପରେ ମାଡ଼ିଗଲା ଲୁହା ବୋଝେଇ ଟ୍ରକ୍‌

ଛତ୍ରପୁର,୧୨ା୬(ଡି.ଏନ.ଏ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଆଇଆର୍‌ଇ ଆବାସିକ କଲୋନୀ ସମ୍ମୁଖ ରାସ୍ତାରେ ରବିବାର ଲୁହା ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ...

ଉଇ ମୁହଁରେ ନଥିପତ୍ର

କଟକ ଅଫିସ, ୬।୯: କଟକ ମହାନଗର ନିଗମ (ସିଏମ୍‌ସି)ର ଜନ୍ମମୃତ୍ୟୁ ପଞ୍ଜୀକରଣ ବିଭାଗ ଚୌଧୁରୀ ବଜାରସ୍ଥିତ ବିଜୁ ଭବନରେ କାର୍ଯ୍ୟ କରୁଥିଲା। ସେଠାରେ ନାନା ସମସ୍ୟା...

Advertisement
Archives

Model This Week