ନୂଆ ରୂପରେ ଚମକିବ ଭୂଆବନ୍ଧ

ଭୋଗରାଇ, ୩।୩(ଡି.ଏନ.ଏ.):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବନ୍ୟା ପ୍ରତିରୋଧକ ଭୂଆବନ୍ଧ ଏବେ ନୂଆ ରୂପ ନେବାକୁ ଯାଉଛି। ବ୍ରିଟିଶ୍‌ ଅମଳ ଏବଂ ମରହଟ୍ଟା ଅମଳର ନିର୍ମିତ ଏହି ଭୂଆବନ୍ଧ ଦକ୍ଷିଣଭୋଗରାଇ ୩୨ ପଞ୍ଚାୟତକୁ ବନ୍ୟା ଦାଉରୁ ରକ୍ଷା ପାଇଁ ପାଚେରି ଭଳି ଉଭା ହୋଇଥିବା ବେଳେ ଦୀର୍ଘବର୍ଷ ଧରି ଏହି ବନ୍ଧରେ ଆଖିଦୃଶିଆ ରାସ୍ତା ନ ହେବାରୁ ବର୍ଷାଦିନେ ରାସ୍ତା ଶୋଚନୀୟ ହୋଇପଡ଼ି ଦୁର୍ଗମ ରାସ୍ତାରେ ପରିଣତ ହେଉଥିଲା। ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଏହି ରାସ୍ତା ମରାମତି ସହ ଉନ୍ନତମାନର ସ୍ଥାୟୀ ନିର୍ମାଣ କରିବାକୁ ଦାବି ହୋଇଆସୁଥିବା ବେଳେ ରାଜ୍ୟ ସରକାର ସେଚ ବିଭାଗକୁ ଉକ୍ତ ବନ୍ୟା ପ୍ରତିରୋଧକ ବନ୍ଧ ଖୁବ୍‌ଶୀଘ୍ର ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଭୁଆବନ୍ଧର ଲକ୍‌ଗେଟ୍‌ଠାରୁ ଜୟରାମପୁର-ବଣବାଡ଼ି ପର୍ଯ୍ୟନ୍ତ ୪କୋଟି ୨୮ଲକ୍ଷ ଟଙ୍କା ଅନୁଦାନର କାର୍ଯ୍ୟ ଆରମ୍ଭ ହୋଇଛି। ଗୋଟିଏ ମାସ ପରେ ଭୂଷଣ୍ଡେଶ୍ୱର ଏବଂ ଚନ୍ଦନେଶ୍ୱର ଚଡ଼କମେଳା ଶୁଭାରମ୍ଭ ହେବାକୁ ଯାଉଥିବା ବେଳେ ଉତ୍ତର ଭୋଗରାଇର ୫ ପଞ୍ଚାୟତ ସହ ଦକ୍ଷିଣ ଭୋଗରାଇର ବହୁ ପଞ୍ଚାୟତ ଦୁଇ ପ୍ରସିଦ୍ଧ ଶୈବପୀଠ ଚଡ଼କମେଳା ଦର୍ଶନ ଏବଂ ଆରାଧନା ନିମନ୍ତେ ଗମନାଗମନର ବାଟ ସୁଗମ ହେବାକୁ ଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ବାଟଗ୍ରାମଠାରୁ ଲକ୍‌ଗେଟ୍‌ ଓ ଓଡ଼ିଶା ସୀମାନ୍ତ ନସରବାଦଠାରୁ ବାଟଗ୍ରାମ ପର୍ଯ୍ୟନ୍ତ ରାସ୍ତା ଉନ୍ନତି କାର୍ଯ୍ୟ ଆରମ୍ଭ ହୋଇଛି। ଭୁଆବନ୍ଧକୁ ଜୀବନ୍ତ ଆକର୍ଷଣ କରିବା ପାଇଁ ସେଚବିଭାଗ ପକ୍ଷରୁ ବନ୍ଦର ଉଭୟ ପାର୍ଶ୍ୱରେ ବଉଳ ଗଛ ଲଗାଯାଇ ପଥଚାରୀଙ୍କୁ ଆକୃଷ୍ଟ କରାଯିବ ବୋଲି ସେଚ ବିଭାଗୀୟ ପକ୍ଷରୁ ସୂଚନା ଦିଆଯାଇଛି। ବନ୍ଧ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଓଡ଼ିଶା ଓ ପଶ୍ଚିମବଙ୍ଗରୁ ଗମନାଗମନ, ବାଣିଜ୍ୟ ବ୍ୟବସାୟରେ ଲୋକେ ସମସ୍ୟାର ସମ୍ମୁଖୀନ ହେବେ ନାହଁି ବୋଲି ସ୍ଥାନୀୟ ଲୋକେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?