Posted inଖେଳ

ଟପ୍ସ ସେଣ୍ଟରରେ ଶ୍ରେଷ୍ଠ ଟ୍ରେନିଂ ବ୍ୟବସ୍ଥା କରାଯିବ: ରିଜିଜୁ

ନୂଆଦିଲ୍ଲୀ, ୯ା୧୦ (ପି.ଟି.)-ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ) ଅନ୍ତର୍ଭୁକ୍ତ ଆଥଲେଟ୍‌ଙ୍କ ଲାଗି ଉଦ୍ଦିଷ୍ଟ ଦେଶର ବିଭିନ୍ନ ସ୍ଥାନରେ ରହିଥିବା ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସଲେନ୍ସ (ଏନ୍‌ସିଓଇ)ରେ ଶ୍ରେଷ୍ଠ ଟ୍ରେନିଂ ବ୍ୟବସ୍ଥା କରାଯିବ। ୨୦୨୪ ଏବଂ ୨୦୨୮ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ପକ୍ଷରୁ ଏ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ। ଗୁରୁବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଇର ୫୩ତମ ସାଧାରଣ ପରିଷଦ ବୈଠକରେ ଏ ସମ୍ପର୍କରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ଜାତୀୟ କ୍ରୀଡ଼ା ମହାସଂଘ (ଏନଏସ୍‌ଡବ୍ଲ୍ୟୁ) ସହଯୋଗରେ ଏହି ସେଣ୍ଟରଗୁଡ଼ିକ କାର୍ଯ୍ୟ କରିବ। ଆଥଲେଟମାନଙ୍କ ଲାଗି ସରକାର ବିଶ୍ୱ ଶ୍ରେଣୀୟ ସ୍ପୋଟର୍‌ସ ଇକୋ ସିଷ୍ଟମ ଯୋଗାଇ ଦେବେ। ଟପ୍ସର ଏହି ଟ୍ରେନିଂ ସେଣ୍ଟରଗୁଡ଼ିକର ଭିତ୍ତିଭୂମି ବିକାଶ କରାଯିବ। ଆଧୁନିକ କ୍ରୀଡ଼ା ବିଜ୍ଞାନ ସହ ଦକ୍ଷ କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ ଯୋଗାଇ ଦିଆଯିବ ବୋଲି ରିଜିଜୁ ପ୍ରକାଶ କରିଛନ୍ତି। ବୈଠକରେ ସଦସ୍ୟମାନଙ୍କ ବ୍ୟତୀତ ଅଂଶୀଦାରମାନେ ଭାଗ ନେଇଥିଲେ। ଅଲିମ୍ପିକ ଆସୋସିଏଶନ ସାଧାରଣ ସମ୍ପାଦକ ରାଜୀବ ମେହେଟା ଏବଂ ପୂର୍ବତନ ଟେବୁଲ ଟେନିସ ଖେଳାଳି କମଳେଶ ମେହେଟା, ବ୍ୟାଡ୍‌ମିଣ୍ଟନ ଖେଳାଳି ତଥା ଧ୍ୟାନଚାନ୍ଦ ପୁରସ୍କାର ବିଜୟିନୀ ତୃପ୍ତି ମୁର୍‌ଗୁଣ୍ଡେ, ପୂର୍ବତନ ହକି ଖେଳାଳି ଦୀପକ ଠାକୁର, ଉଷୁ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜୟିନୀ ଯୁୁମ୍‌ନାମ୍‌ ସାନାଥୋଇ ଦେବୀ ଏବଂ ବକ୍ସର ଅଖିଲ କୁମାର ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ମନ୍ତ୍ରୀ ରିଜିଜୁ ସୂଚନା ଦେଇ କହିଥିଲେ ଯେ, କୋଭିଡ୍‌ ପରିସ୍ଥିତିରେ ଉନ୍ନତି ଘଟିବାମାତ୍ରେ ପୂର୍ବତନ ଟପ୍‌ ଆଥଲେଟ, କୋଚ୍‌ ଏବଂ ବିଶେଷଜ୍ଞଙ୍କୁ ନେଇ ଟ୍ୟାଲେଣ୍ଟ ସ୍କାଉଟିଂ କମିଟିମାନ ଗଠନ ହେବ। ଏହି କମିଟିଗୁଡ଼ିକ ୪ରୁ ୫ମାସ ମଧ୍ୟରେ ସମଗ୍ର ଦେଶରେ ବିଭିନ୍ନ କ୍ରୀଡ଼ାର ପ୍ରତିଭାମାନଙ୍କୁ ଚିହ୍ନଟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri