ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଆଇଆଇଟି ମାଡ୍ରାସ

ଭୁବନେଶ୍ୱର,୧୩।୮(ଅସମାପିକା ସାହୁ): ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ନ୍ୟାଶନାଲ ଇନଷ୍ଟିଚ୍ୟୁଶନାଲ ରାଙ୍କିଙ୍ଗ୍‌ ଫ୍ରେମ୍‌ୱର୍କ(ଏନ୍‌ଆଇଆର୍‌ଏଫ୍‌) ୨୦୨୪ ଘୋଷଣା କରାଯାଇଛି। ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ପୁଣିଥରେ ଆଇଆଇଟି ମାଡ୍ରାସ ବିବେଚିତ ହୋଇଛି। ଉଭୟ ସାମଗ୍ରିକ (କ୍ରମାଗତ ଷଷ୍ଠଥର) ଏବଂ ଇଞ୍ଜିନିୟରିଂ (ଅଷ୍ଟମଥର) ବର୍ଗରେ ୧ ନମ୍ବରରେ ରହିଛି। ଦ୍ୱିତୀୟ ସ୍ଥାନରେ ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ, ତୃତୀୟ ସ୍ଥାନରେ ଆଇଆଇଟି ମୁମ୍ବାଇ ଓ ଚତୁର୍ଥ ସ୍ଥାନରେ ଆଇଆଇଟି ଦିଲ୍ଲୀ ରହିଛି। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଦଶମ ସ୍ଥାନରେ ରହିଛି। ତେବେ ଶ୍ରେଷ୍ଠ ୧୦୦ ସାମଗ୍ରିକ ବର୍ଗରେ ଓଡ଼ିଶାର ୩ ଶିକ୍ଷାନୁଷ୍ଠାନ ରହିଛି। ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ବବିଦ୍ୟାଳୟ ୨୪ତମ ସ୍ଥାନରେ, କିଟ୍‌ ବିଶ୍ବବିଦ୍ୟାଳୟ ୨୮ତମ ଓ କେନ୍ଦ୍ରୀୟ ସରକାରୀ ଶିକ୍ଷାନୁଷ୍ଠାନ ଏନ୍‌ଆଇଟି ରାଉରକେଲା ୩୪ତମ ସ୍ଥାନରେ ରହିଥିଲେ ମଧ୍ୟ ଏହି ବର୍ଗରେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହିଁ। ସେହିଭଳି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗରେ ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ୧ ନମ୍ବରରେ
ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ…
ଥିବାବେଳେ ଜେଏନ୍‌ୟୁ ଦ୍ୱିତୀୟ ସ୍ଥାନରେ ଓ ତୃତୀୟ ସ୍ଥାନରେ କ୍ରମାଗତ ତୃତୀୟଥର ଲାଗି ଜାମିଆ ମିଲିଆ ଇସ୍‌ଲାମିଆ ରହିଛି। ବିଶ୍ୱବିଦ୍ୟାଳୟ ବର୍ଗରେ ବି ଶ୍ରେଷ୍ଠ ୧୦୦ ଭିତରେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହିଁ। ହେଲେ ଓଡ଼ିଶାର ସୋଆ ବିଶ୍ୱବିଦ୍ୟାଳୟ ୧୪ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟ ୧୫ତମ ସ୍ଥାନରେ ରହିଛନ୍ତି। ୨୦୨୨ ଓ ୨୦୨୩ରେ ଯଥାକ୍ରମେ ୮୮ ଓ ୯୩ତମ ସ୍ଥାନରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟ କିନ୍ତୁ ଏଥର ଆଦୌ ସ୍ଥାନ ପାଇନାହିଁ। ତେବେ ପ୍ରଥମଥର ଆରମ୍ଭ ହୋଇଥିବା ଷ୍ଟେଟ୍‌ ପବ୍ଲିକ ୟୁନିଭର୍ସିଟି ବର୍ଗରେ ଚେନ୍ନାଇସ୍ଥିତ ଆନ୍ନା ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ୪୨ତମ ସ୍ଥାନରେ ରହିଛି। ସେହିଭଳି ଦେଶର ଶ୍ରେଷ୍ଠ ୧୦୦ କଲେଜ ଭିତରେ ଓଡ଼ିଶାର ଗୋଟିଏ ବି କଲେଜ ସ୍ଥାନ ପାଇନାହିଁ।
ଅନ୍ୟପଟେ ଗବେଷଣା ଶିକ୍ଷାନୁଷ୍ଠାନ ବର୍ଗରେ ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ୧ ନମ୍ବରରେ ଥିବା ବେଳେ ଓଡ଼ିଶାର ଏନ୍‌ଆଇଟି ରାଉରକେଲା ୩୦, କିଟ୍‌ ୪୬ ଓ ସୋଆ ୫୦ତମ ସ୍ଥାନରେ ରହିଛନ୍ତି। ଇଞ୍ଜିନିୟରିଂ ଭର୍ଗରେ ଆଇଆଇଟି ମାଡ୍ରାସ ପ୍ରଥମରେ ଥିବା ବେଳେ ଓଡ଼ିଶାର ଏନ୍‌ଆଇଟି ରାଉରକେଲା ୧୯, ସୋଆ ୨୬, କିଟ୍‌ ୩୭, ଆଇଆଇଟି ଭୁବନେଶ୍ୱର ୫୪ ଏବଂ ସି.ଭି. ରମଣ ଗ୍ଲୋବାଲ ବିଶ୍ୱଦ୍ୟାଳୟ ୯୬ତମ ସ୍ଥାନରେ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ବର୍ଗରେ ପ୍ରଥମଥର ପାଇଁ ଶ୍ରେଷ୍ଠ ୧୦ ଶିକ୍ଷାନୁଷ୍ଠାନ ଭିତରେ ଆଇଆଇଟି ବାରାଣସୀ ସ୍ଥାନ ପାଇବା ସହ ୧୦ତମ ସ୍ଥାନରେ ରହିଛି। ସେହିପରି ଶ୍ରେଷ୍ଠ ୧୦୦ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର ଏକ୍ସଆଇଏମ୍‌ ବିଶ୍ୱବିଦ୍ୟାଳୟ ୪୩ତମ ସ୍ଥାନରେ ଥିବାବେଳେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ସମ୍ବଲପୁର ୫୦, ଭୁବନେଶ୍ୱରର ଇଣ୍ଟରନ୍ୟାଶନାଲ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ୬୧, ସୋଆ ୬୨ ଏବଂ କିଟ୍‌ ୬୭ତମ ସ୍ଥାନରେ ରହିଛି।
ସେପଟେ ଫାର୍ମାସୀ ଶିକ୍ଷାନୁଷ୍ଠାନ ବର୍ଗରେ ଶ୍ରେଷ୍ଠ ୧୦ ଭିତରେ ଓଡ଼ିଶାର କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇ ନ ଥିବା ଦେଖାଯାଇଛି। ତେବେ ଶ୍ରେଷ୍ଠ ୧୦ ଆର୍କିଟେକ୍‌ଚର ଆଣ୍ଡ ପ୍ଲାନିଂ ଶିକ୍ଷାନୁଷ୍ଠାନ ବର୍ଗରେ ଭିତରେ ଏନ୍‌ଆଇଟି ରାଉରକେଲା ନବମ ସ୍ଥାନରେ ରହିଛି। କିନ୍ତୁ ପ୍ରକାଶିତ ଏହାର ଶ୍ରେଷ୍ଠ ୪୦ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାର ଆଉ କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହିଁ। ଆଇନ ଶିକ୍ଷାନୁଷ୍ଠାନ ବର୍ଗରେ ଓଡ଼ିଶାର ସୋଆ ନବମ ସ୍ଥାନରେ ଥିବାବେଳେ କିଟ୍‌ ୧୧, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ୨୬ତମ ସ୍ଥାନରେ ରହିଛନ୍ତି। ସେହିଭଳି ଶ୍ରେଷ୍ଠ ୫୦ ଡାକ୍ତରୀ କଲେଜ ଭିତରେ ଏମ୍‌ସ ଦିଲ୍ଲୀ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶାର ଏମ୍‌ସ ଭୁବନେଶ୍ୱର ୧୫, ସୋଆ ୨୧ ଓ କିଟ୍‌ ୨୫ତମ ସ୍ଥାନରେ ରହିଛି। ସେହିଭଳି ଶ୍ରେଷ୍ଠ ୪୦ ଡେଣ୍ଟାଲ ଇନ୍‌ଷ୍ଟିଚ୍ୟୁଟ୍‌ ବର୍ଗରେ ଓଡ଼ିଶାର ସୋଆ ନବମ ସ୍ଥାନରେ ଥିବାବେଳେ କିଟ୍‌ ୨୨ତମ ସ୍ଥାନରେ ରହିଛି। ଏଗ୍ରିକଲ୍‌ଚର ଆଣ୍ଡ ଆଲାଏଡ୍‌ ସେକ୍ଟର ବର୍ଗରେ ଶ୍ରେଷ୍ଠ ୪୦ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ୧୫ତମ ସ୍ଥାନ ହାସଲ କରିଛି।
ନୂଆଦିଲ୍ଲୀ ଇଣ୍ଡିଆ ମଣ୍ଡପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନ୍‌ଆଇଆର୍‌ଏଫ୍‌-୨୦୨୪ ଘୋଷଣା କରିଛନ୍ତି। ଏହି ରାଙ୍କିଙ୍ଗକୁ ଅଫିସିଆଲ ୱେବ୍‌ସାଇଟ nirfindia.orgରେ ଦେଖିହେବ। ଏନ୍‌ଆଇଆର୍‌ଏଫ୍‌ ରାଙ୍କିଙ୍ଗର ଏହି ୯ମ ସଂସ୍କରଣରେ ୩ଟି ନୂଆ ବର୍ଗ ମୁକ୍ତ ବିଶ୍ୱବିଦ୍ୟାଳୟ, ଦକ୍ଷତା ବିଶ୍ୱବିଦ୍ୟାଳୟ ଓ ଷ୍ଟେଟ ପବ୍ଲିକ ୟୁନିଭର୍ସିଟିକୁ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?