Posted inଖେଳ

ମୁମ୍ବାଇରେ ମୁସ୍ତାକ ଅଲୀ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ବିସିସିଆଇକୁ ଅନୁରୋଧ

ମୁମ୍ବାଇ,୨୧।୯ (ପି.ଟି.): ଦେଶର ସର୍ବବୃହତ୍‌ ଘରୋଇ ଟି୨୦ ଟୁର୍ନାମେଣ୍ଟ ମୁସ୍ତାକ ଅଲୀ ଟ୍ରଫିକୁ ମୁମ୍ବାଇରେ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରାଯାଇଛି। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ମୁମ୍ବାଇ କ୍ରିକେଟ ଆସୋସିଏଶନ ଆପେକ୍ସ କାଉନ୍‌ସିଲ ସଦସ୍ୟ ତଥା ଜଣାଶୁଣା କ୍ୟୁରେଟର ନଦୀମ ମେମନ ଅନୁରୋଧ କରିଛନ୍ତି। ମୁମ୍ବାଇରେ ବହୁ ସଂଖ୍ୟକ ଗ୍ରାଉଣ୍ଡ ରହିଛି। ତେଣୁ ଏହି ଟୁର୍ନାମେଣ୍ଟ ଆୟୋଜନରେ କୌଣସି ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଇ- ମେଲ କରିଛନ୍ତି। ଟୁର୍ନାମେଣ୍ଟର ୨୦୨୦ ସେସନ ମୁମ୍ବାଇରେ ଆୟୋଜନ କରିବାକୁ ଆମେ ସକ୍ଷମ। ମୁମ୍ବାଇରେ ୬ଟି ଭଲ କ୍ୱାଲିଟି କ୍ରିକେଟ ଗ୍ରାଉଣ୍ଡ ରହିଛି। ଏହି ଗ୍ରାଉଣ୍ଡଗୁଡିକରେ ସବୁ ପ୍ରକାର ଭିତ୍ତିଭୂମି ଓ ସୁବିଧା ସୁଯୋଗ ରହିଛି। ଗ୍ରାଉଣ୍ଡ ନିକଟରେ ଭଲ ହୋଟେଲ ମଧ୍ୟ ରହିଛି। ବିସିସିଆଇ ଗାଇଡ ଲାଇନ୍‌ ଅନୁସାରେ ସବୁ କ୍ରିକେଟର, ଅଫିସିଆଲଙ୍କର ସ୍ବାସ୍ଥ୍ୟଗତ ତଥା ନିରାପତ୍ତା ବ୍ୟବସ୍ଥା କରାଯାଇପାରିବ। ପୂର୍ବରୁ ମାତ୍ର ୨୦ ଦିନ ମଧ୍ୟରେ ମୁମ୍ବାଇରେ ଗତ ଫେବୃୟାରୀ ଓ ମାର୍ଚ୍ଚରେ ୨୦୨୦ ଅଲ ଇଣ୍ଡିଆ ମହିଳା ବିସିସିଆ ଦିନିକିଆ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା ବୋଲି ମେମନ ଇ-ମେଲ୍‌ରେ ଉଲ୍ଲେଖ କରିଛନ୍ତି। ଉଦୀୟମାନ କ୍ରିକେଟରଙ୍କ ପେଟ ପାଟଣା କଥା ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ଏ ନେଇ ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ ମୁଖ୍ୟ ତଥା ପୂର୍ବତନ କ୍ରିକେଟର ଅଶୋକ ମାଲହୋତ୍ରା ମେମନଙ୍କୁ ସମର୍ଥନ ଜଣାଇଛନ୍ତି। ମୁମ୍ବାଇ, ଆନ୍ଧ୍ର, କେରଳ କିମ୍ବା ବେଙ୍ଗାଲୁରୁରେ ସବୁ ପ୍ରକାର ସୁବିଧା ସୁଯୋଗ ରହିଥିବାରୁ ଏହି ଭେନ୍ୟୁଗୁଡିକରେ ଘରୋଇ ଟୁର୍ନାମେଣ୍ଟ ଆୟୋଜନ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି। ଉଲ୍ଲେଖଥାଉ କି, ମୁମ୍ବାଇ କୋଭିଡ୍‌-୧୯ ମହାମାରୀ ଦ୍ୱାରା ସବୁଠାରୁ ବେଶି ପ୍ରଭାବିତ ହୋଇଛି। ଏମ୍‌ସିଏର ୩ଟି ଗ୍ରାଉଣ୍ଡ ଯଥା ଓ୍ବାଙ୍ଖଡେ, ବିକେସି ଓ ସଚିନ ତେନ୍ଦୁଲକର ଜିମ୍‌ ଖାନ୍ନା ରହିଛି। ଏହାକୁ ବାଦ୍‌ ଦେଲେ ନବୀ ମୁମ୍ବାଇରେ ଡିଓ୍ବାଇ ପାଟିଲ ଷ୍ଟାଡିୟମ ଓ ଥାନେରେ ଦାଦୋଜି କେ ଷ୍ଟାଡିୟମ ରହିଛି। ସେହିପରି ସାଉଥ୍‌ ମୁମ୍ବାଇରେ ବ୍ରାବୋର୍ନ ଷ୍ଟାଡିୟମ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri