Posted inଖେଳ

ମୁମ୍ବାଇରେ ମୁସ୍ତାକ ଅଲୀ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ବିସିସିଆଇକୁ ଅନୁରୋଧ

ମୁମ୍ବାଇ,୨୧।୯ (ପି.ଟି.): ଦେଶର ସର୍ବବୃହତ୍‌ ଘରୋଇ ଟି୨୦ ଟୁର୍ନାମେଣ୍ଟ ମୁସ୍ତାକ ଅଲୀ ଟ୍ରଫିକୁ ମୁମ୍ବାଇରେ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରାଯାଇଛି। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ମୁମ୍ବାଇ କ୍ରିକେଟ ଆସୋସିଏଶନ ଆପେକ୍ସ କାଉନ୍‌ସିଲ ସଦସ୍ୟ ତଥା ଜଣାଶୁଣା କ୍ୟୁରେଟର ନଦୀମ ମେମନ ଅନୁରୋଧ କରିଛନ୍ତି। ମୁମ୍ବାଇରେ ବହୁ ସଂଖ୍ୟକ ଗ୍ରାଉଣ୍ଡ ରହିଛି। ତେଣୁ ଏହି ଟୁର୍ନାମେଣ୍ଟ ଆୟୋଜନରେ କୌଣସି ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଇ- ମେଲ କରିଛନ୍ତି। ଟୁର୍ନାମେଣ୍ଟର ୨୦୨୦ ସେସନ ମୁମ୍ବାଇରେ ଆୟୋଜନ କରିବାକୁ ଆମେ ସକ୍ଷମ। ମୁମ୍ବାଇରେ ୬ଟି ଭଲ କ୍ୱାଲିଟି କ୍ରିକେଟ ଗ୍ରାଉଣ୍ଡ ରହିଛି। ଏହି ଗ୍ରାଉଣ୍ଡଗୁଡିକରେ ସବୁ ପ୍ରକାର ଭିତ୍ତିଭୂମି ଓ ସୁବିଧା ସୁଯୋଗ ରହିଛି। ଗ୍ରାଉଣ୍ଡ ନିକଟରେ ଭଲ ହୋଟେଲ ମଧ୍ୟ ରହିଛି। ବିସିସିଆଇ ଗାଇଡ ଲାଇନ୍‌ ଅନୁସାରେ ସବୁ କ୍ରିକେଟର, ଅଫିସିଆଲଙ୍କର ସ୍ବାସ୍ଥ୍ୟଗତ ତଥା ନିରାପତ୍ତା ବ୍ୟବସ୍ଥା କରାଯାଇପାରିବ। ପୂର୍ବରୁ ମାତ୍ର ୨୦ ଦିନ ମଧ୍ୟରେ ମୁମ୍ବାଇରେ ଗତ ଫେବୃୟାରୀ ଓ ମାର୍ଚ୍ଚରେ ୨୦୨୦ ଅଲ ଇଣ୍ଡିଆ ମହିଳା ବିସିସିଆ ଦିନିକିଆ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା ବୋଲି ମେମନ ଇ-ମେଲ୍‌ରେ ଉଲ୍ଲେଖ କରିଛନ୍ତି। ଉଦୀୟମାନ କ୍ରିକେଟରଙ୍କ ପେଟ ପାଟଣା କଥା ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ଏ ନେଇ ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ ମୁଖ୍ୟ ତଥା ପୂର୍ବତନ କ୍ରିକେଟର ଅଶୋକ ମାଲହୋତ୍ରା ମେମନଙ୍କୁ ସମର୍ଥନ ଜଣାଇଛନ୍ତି। ମୁମ୍ବାଇ, ଆନ୍ଧ୍ର, କେରଳ କିମ୍ବା ବେଙ୍ଗାଲୁରୁରେ ସବୁ ପ୍ରକାର ସୁବିଧା ସୁଯୋଗ ରହିଥିବାରୁ ଏହି ଭେନ୍ୟୁଗୁଡିକରେ ଘରୋଇ ଟୁର୍ନାମେଣ୍ଟ ଆୟୋଜନ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି। ଉଲ୍ଲେଖଥାଉ କି, ମୁମ୍ବାଇ କୋଭିଡ୍‌-୧୯ ମହାମାରୀ ଦ୍ୱାରା ସବୁଠାରୁ ବେଶି ପ୍ରଭାବିତ ହୋଇଛି। ଏମ୍‌ସିଏର ୩ଟି ଗ୍ରାଉଣ୍ଡ ଯଥା ଓ୍ବାଙ୍ଖଡେ, ବିକେସି ଓ ସଚିନ ତେନ୍ଦୁଲକର ଜିମ୍‌ ଖାନ୍ନା ରହିଛି। ଏହାକୁ ବାଦ୍‌ ଦେଲେ ନବୀ ମୁମ୍ବାଇରେ ଡିଓ୍ବାଇ ପାଟିଲ ଷ୍ଟାଡିୟମ ଓ ଥାନେରେ ଦାଦୋଜି କେ ଷ୍ଟାଡିୟମ ରହିଛି। ସେହିପରି ସାଉଥ୍‌ ମୁମ୍ବାଇରେ ବ୍ରାବୋର୍ନ ଷ୍ଟାଡିୟମ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ…

କୋହଲିଙ୍କୁ କ୍ଷତି, ମାଲାମାଲ ହେଲେ ଗିଲ୍‌: ଆଗକୁ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୭।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଶେଷ ହେବା ପରେ ଆଇସିସି ପକ୍ଷରୁ ନୂଆ ଦିନିକିଆ ରାଙ୍କିଙ୍ଗ ଜାରି କରାଯାଇଛି। ଏହି ରାଙ୍କିଙ୍ଗରେ ଭାରତୀୟ…

‘ମୋତେ ଏବେ ହିଁ ନିଦ ଲାଗୁଛି…’, ପ୍ରଥମ ମ୍ୟାଚ ଜିତିବା ପରେ କାହିଁକି ଏମିତି କହିଲେ ଶ୍ରେୟସ ଆୟର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ପରେ ଶ୍ରେୟସ ଆୟର କହିଥିଲେ ଯେ ସେ ଏକ ଶତକ ହାସଲ କରିବାକୁ ସ୍ବପ୍ନ ଦେଖୁଥିଲେ ଏବଂ ସେହି…

ଟେଷ୍ଟ, ଦିନିକିଆ, ଟି-୨୦ ତିନୋଟିଯାକ ଫର୍ମାଟରେ ଶତକ ହାସଲ କରି ଏମିତି ଯୋଗ୍ୟତା ଅର୍ଜନ କଲେ ଏହି ଭାରତୀୟ ଖେଳାଳି, ଛୁଟୁଛି ପ୍ରଶଂସା

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଇତିହାସ ସୃଷ୍ଟି କରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟର ତିନୋଟିଯାକ ଫର୍ମାଟରେ ଶତକ ହାସଲ କରିବାରେ…

‘ଇତିହାସ ସର୍ବଦା…’: ଅଜିତ ଅଗରକରଙ୍କୁ ବିଦାୟ ଜଣାଇ ଏମିତି କ’ଣ କହିଲେ ଗୌତମ ଗମ୍ଭୀର, ଓଦା ହୋଇଯାଉଛି ଆଖି!

ନୂଆଦୀଲ୍ଲୀ,୭।୧୦: ଗୌତମ ଗମ୍ଭୀର ଅଜିତ ଅଗରକରଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ବାର୍ତ୍ତା ଲେଖିଛନ୍ତି, ଯିଏ ନିକଟରେ ମୁଖ୍ୟ ଚୟନକର୍ତ୍ତା (Chief Selector) ଭାବରେ ନିଜର କାର୍ଯ୍ୟକାଳ…

ପରସ୍ପର ସହ ଆଖି ମିଳାଇଲେ ନାହିଁ ସ୍ମୃତି ମନ୍ଧାନା-ହରମନପ୍ରୀତ କୌର ; ଡ୍ରେସିଂ ରୁମର ପରିବେଶକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଭାରତୀୟ ମହିଳା କ୍ରିକେଟ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦରୁ ଓହରି ଯାଇଥିଲେ ଏବଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?