Posted inଖେଳ

ବ୍ରାଭୋ କେତୋଟି ମ୍ୟାଚ୍‌ ଖେଳିବେନି

ଆବୁଧାବି,୨୧।୯(ପି.ଟି.): ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଆଗାମୀ କେତୋଟି ମ୍ୟାଚ୍‌ ଖେଳିବେ ନାହିଁ ବୋଲି ଚେନ୍ନାଇ ସୁପର କିଙ୍ଗ୍ସ ହେଡ୍‌ କୋଚ୍‌ ଷ୍ଟିଫାନ ଫ୍ଲେମିଂ କହିଛନ୍ତି। ବ୍ରାଭୋଙ୍କ ଅନୁପସ୍ଥିତି ସତ୍ତ୍ୱେ ଚେନ୍ନାଇ ତା’ର ପ୍ରଥମ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ବ୍ରାଭୋ ଆଘାତ ସମସ୍ୟା ଦେଇ ଗତି କରୁଛନ୍ତି। କ୍ୟାରିବିୟାନ ପ୍ରିମିୟର ଲିଗ୍‌ ଅବସରରେ ସେ ଆହତ ହୋଇଥିଲେ ଓ ଫାଇନାଲ ମ୍ୟାଚ୍‌ରେ ଆଣ୍ଠୁ ଆଘାତ ସମସ୍ୟା ଯୋଗୁ ବୋଲିଂ କରି ନ ଥିଲେ। ବ୍ରାଭୋଙ୍କ ସ୍ଥାନରେ ଇଂଲଣ୍ଡ ଅଲରାଉଣ୍ଡର ସାମ କୁରାନ ଖେଳିଥିଲେ ଓ ୬ ବଲରୁ ୧୮ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ବୋଲିଂ କରି ସେ ୨୮ ରନ ବ୍ୟୟ କରି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ସେ ବିପଜ୍ଜନକ କ୍ୱିଣ୍ଟନ ଡିକକ୍‌ଙ୍କୁ ଆଉଟ କରିଥିଲେ। କୁରାନ ଦମ୍‌ଦାର ପ୍ରଦର୍ଶନ କରିଥିଲେ ବୋଲି ଫ୍ଲେମିଂ କହିଛନ୍ତି। ୨୨ ତାରିଖରେ ଚେନ୍ନାଇ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦: ବାଂଲାଦେଶ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ,୩।୧୧: ଭୟଙ୍କର ଓ ବିଷାକ୍ତ ପ୍ରଦୂଷଣ ଭିତରେ ଦିଲ୍ଲୀର ଜେଟଲୀ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆରମ୍ଭ ହୋଇଛି। ବାଂଲାଦେଶ...

ଏସୀୟ ଜୁଜୁଟ୍‌ସୁ ପାଇଁ ଅନୁପମାଙ୍କୁ ଯୋଗ୍ୟତା

ଭୁବନେଶ୍ୱର,୬ା୨ (ସ୍ପୋଟର୍‌ସ ବ୍ୟୁରୋ): ଏସୀୟ ଜୁଜୁଟ୍‌ସୁ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି ଓଡ଼ିଶାର ଅନୁପମା ସ୍ବାଇଁ। ରବିବାର ଦିଲ୍ଲୀର ପ୍ରୋ ଫାଇଟ୍‌ କ୍ଲବରେ...

‘ମହିଳା ହକିର ଅଗ୍ରଗତିରେ ମୁଁ ଉଲ୍ଲସିତ’

ଭୁବନେଶ୍ୱର, ୧୬।୯ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ଅନ୍ୟତମ ତାରକା ମହିଳା ହକି ଖେଳାଳି ନମିତା ଟପ୍ପୋ ଗୁରୁବାର ଅବସର ଘୋଷଣା କରିଛନ୍ତି। ଭାରତୀୟ ଦଳର ଜଣେ...

ଅଧିକ ଦର୍ଶକଙ୍କ ଉପସ୍ଥିତି ଚାହାନ୍ତି ଛେତ୍ରୀ

ଭୁବନେଶ୍ୱର, ୧୪ା୬ (ସରୋଜ ଜେନା) କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଭାନୁଆଟୁ ବିପକ୍ଷ ମ୍ୟାଚକୁ ୧-୦ରେ ଜିତିବା ପରେ ଫ୍ୟାନଙ୍କୁ ପ୍ରଶଂସା...

କିରନ ମୋରେଙ୍କୁ ବ୍ୟାଟ୍‌ରେ ପିଟିବାକୁ ଉଦ୍ୟମ କରିଥିଲେ ଏହି ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ, ୧୧।୭- ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ କିରନ ମୋରେଙ୍କୁ ଏକଦା ଗୋଟିଏ ଟେଷ୍ଟ ମ୍ୟାଚ୍‌ ସମୟରେ ପାକିସ୍ତାନର ସଲିମ୍‌ ମଲିକ ବ୍ୟାଟ୍‌ରେ...

ଇନ୍ଦୋର ପିଚ୍‌କୁ ନିମ୍ନମାନର ବିବେଚନା କଲା ଆଇସିସି

ଇନ୍ଦୋର, ୩ା୩: ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମ ପିଚ୍‌କୁ ନିମ୍ନମାନର ବିବେଚନା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଏଠାରେ ବର୍ଡର-ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ ଖେଳାଯାଇଥିଲା।...

କରୋନା ଭୟ ସତ୍ତ୍ୱେ ଅଲିମ୍ପିକ୍ସ ବକ୍ସିଂ କ୍ୱାଲିଫାୟର ଚାଲିଛି

ଲଣ୍ଡନ, ୧୬ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ଭୟ ସତ୍ତ୍ୱେ ୟୁରୋପ୍‌ ଫାଇଟରମାନଙ୍କ ଲାଗି ବକ୍ସିଂ କ୍ୱାଲିଫାୟର୍ସ ଲଣ୍ଡନଠାରେ ଯଥାରୀତି ଚାଲିଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ବକ୍ସିଂ...

ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି ବିଶ୍ୱସ୍ତରୀୟ: ମାର୍ଟିନ

ଭୁବନେଶ୍ୱର,୮।୯(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ କ୍ରୀଡ଼ା ବିଜ୍ଞାନ ନେଇ ଶନିବାର ଏକ ବକ୍ତୃତାମାଳା ଆୟୋଜନ କରାଯାଇଛି। ଏଥିରେ ଇଂଲଣ୍ଡର...

Advertisement
Archives

Model This Week