Posted inଖେଳ

ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ ୧୭ରେ

ନୂଆଦିଲ୍ଲୀ, ୬ା୭ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆପେକ୍ସ କାଉନ୍‌ସିଲର ୪ର୍ଥ ବୈଠକ ଚଳିତମାସ ୧୭ ତାରିଖରେ ବସିବ। ଏଥିରେ ଭାରତର ସଂଶୋଧିତ ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ ଏବଂ ଘରୋଇ କ୍ରିକେଟ ସିଜନର ସଂଶୋଧିତ କାର୍ଯ୍ୟସୂଚୀ ନେଇ ଆଲୋଚନା ହେବ। କୋଭିଡ୍‌-୧୯ ମହାମାରୀ ଯୋଗୁ ଏହି ବୈଠକ ଅନ୍‌ଲାଇନ୍‌ରେ ହେବ। କାଉନ୍‌ସିଲର ୯ଜଣ ସଦସ୍ୟ ଆହୁରି ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଚାଇନିଜ ସ୍ପନସରଶିପ୍‌ ପ୍ରସଙ୍ଗ ଉପରେ ଆଲୋଚନା ହେବ। ତେବେ ଆଇପିଏଲ୍‌କୁ ନେଇ କେବଳ ଏହାର ପରିଚାଳନା ପରିଷଦ ବିଧିବଦ୍ଧ ନିଷ୍ପତ୍ତି ନେଇପାରିବ। ଗତମାସରେ ଗଲଓ୍ବାନ ଉପତ୍ୟକା ସଂଘର୍ଷ ପରେ ଚାଇନିଜ ସ୍ପନସରଶିପ୍‌ର ସମୀକ୍ଷା କରାଯିବ। ଏନେଇ ଆଇପିଏଲ୍‌ ପରିଚାଳନା ପରିଷଦର ଏକ ବୈଠକ ବସିବ। ତେବେ ଏଥିପାଇଁ ଦିନ ଧାର୍ଯ୍ୟ ହୋଇ ପାରିବ ନାହିଁ। ଗତ ମାର୍ଚ୍ଚ ମାସରେ ଶେଷଥର ପାଇଁ ଖେଳିଥିବା ଭାରତୀୟ କ୍ରିକେଟ ଦଳ ଜୁନ୍‌-ଜୁଲାଇରେ ଏକ ସୀମିତ ଓଭର କ୍ରିକେଟ ସିରିଜ ଖେଳିବା ଲାଗି ଶ୍ରୀଲଙ୍କା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। କୋଭିଡ୍‌-୧୯ ଯୋଗୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଅଗଷ୍ଟରେ ଜିମ୍ବାଓ୍ବେ ଟୁର୍‌କୁ ମଧ୍ୟ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଛି। ଭାରତରେ କରୋନା ସଂକ୍ରମିତ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି। ଯଦିଓ କେତେଜଣ ଖେଳାଳି ଇତିମଧ୍ୟରେ ନେଟ୍ସରେ ଅଭ୍ୟାସ ଆରମ୍‌ କରିଦେଇଛନ୍ତି, ସେମାନେ କେବେ ଟ୍ରେନିଂ କ୍ୟାମ୍ପରେ ଏକତ୍ରିତ ହେବେ ତାହା ସ୍ପଷ୍ଟ ହୋଇ ନାହିଁ। ଜୁଲାଇ ୧୭ ବୈଠକରେ ଘରୋଇ କ୍ରିକେଟ କାର୍ଯ୍ୟସୂଚୀ ଚୂଡ଼ାନ୍ତ ନେଇ ଆଲୋଚନା ହୋଇ ପାରେ। ଦେଶବ୍ୟାପୀ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହେବା ପୂର୍ବରୁ ମାର୍ଚ୍ଚରେ ରଣଜୀ ଟ୍ରଫି ଫାଇନାଲ ସହ ଗତ ସିଜନ ଶେଷ ହୋଇଥିଲା। ପରେ ଇରାନୀ କପ୍‌କୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri