ହଟିଲା ନିଷେଧାଦେଶ, ଚାଲିଲା ଟ୍ରଲର

ଭୋଗରାଇ, ୧୪।୬(ପ୍ରଦୀପ ଦାସ): ମତ୍ସ୍ୟଜୀବୀଙ୍କ ଦୀର୍ଘ ଦୁଇ ମାସ ଅପେକ୍ଷାର ଅନ୍ତ ଘଟିଛି। ଏହି ଦୁଇ ମାସ ମଧ୍ୟରେ ମତ୍ସ୍ୟଜୀବୀଙ୍କ ପରିବାର ଜୀବନଜୀବିକା ଦୁର୍ବିଷହ ହୋଇପଡ଼ିଥିଲା ବେଳେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମୁଦ୍ର ନିଷେଧାଦେଶକୁ ବୁଧବାରଠାରୁ ହଟାଇ ନିଆଯାଇଛି। ଟ୍ରଲର ମାଲିକ ଓ ମତ୍ସଜୀବୀମାନେ ଆଶ୍ବସ୍ତ ହୋଇଛନ୍ତି। ଏଭଳି ସ୍ଥିତିରେ ସମୁଦ୍ରମୁହାଁ ହୋଇଛି ସହସ୍ରାଧିକ ମାଛଧରା ଟ୍ରଲର, ଭୁଟୁଭୁଟି ଓ ଡ଼ଙ୍ଗା। ଚଞ୍ଚଳ ହୋଇପଡିଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ପୁରୀ ଓ ଗଞ୍ଜାମ ଜିଲା ସମୁଦ୍ରକୂଳ ମତ୍ସ୍ୟ ଅବତରଣ କେନ୍ଦ୍ର। ବହୁ ମତ୍ସ୍ୟଜୀବୀ ନିଜର ଜାଲ ବୁଣା କାର୍ଯ୍ୟ ଶେଷ କରିଥିବା ବେଳେ ଅନ୍ୟ ଟ୍ରଲର ଓ ଡ଼ଙ୍ଗାରେ ରଙ୍ଗ ବୋଳି ମାଲିକମାନେ ପୂଜାର୍ଚ୍ଚନା କରିବା ସହିତ ଶୁଭବେଳାରେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଆଗଭର ହୋଇଛନ୍ତି।
ସୂଚନା ଅନୁଯାୟୀ, ବଙ୍ଗୋପସାଗର ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରଜାତିର ମାଛ ଓ ଅଲିଭରିଡଲେ କଇଁଛ ଅଣ୍ଡାଦାନ ସୁରକ୍ଷା ଯୋଗୁ ସରକାର ଗତ ଏପ୍ରିଲ ୧୫ରୁ ଜୁନ ୧୪ପର୍ଯ୍ୟନ୍ତ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ସମୁଦ୍ରରେ ଟ୍ରଲର ଓ ଡ଼ଙ୍ଗା ଚଳାଚଳ ଉପରେ ନିଷେଧାଜ୍ଞା ଜାରି କରିଥିଲେ। ସମୁଦ୍ରରେ ମାଛ ମାରିବା ବନ୍ଦ ଯୋଗୁ ମଧୁର ଜଳ ମାଛର ଦାମ ବୃଦ୍ଧି ଘଟିଥିବା ବେଳେ ଲୁଣିମାଛ ବଜାରକୁ ଆସିଲେ ମାଛର ମୂଲ୍ୟ ହ୍ରାସ ହେବ ବୋଲି ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ବାଲେଶ୍ୱର ଜିଲାରେ ସରକାରୀ ପରିସଂଖ୍ୟାନୁଯାୟୀ ୩୭ହଜାର ୩୩୮ଜଣ ମତ୍ସ୍ୟଜୀବୀ ପରିବାର ୨ଲକ୍ଷ ୨୬ହଜାର ୫୬ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକରେ ୧୦୧ଟି ଗ୍ରାମର ୧୦ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ରହିଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ଜିଲାରେ ଉଦୟପୁର, ତାଳସାରୀ, କୀର୍ତ୍ତିନିଆ, ଚୌମୁଖ, କଙ୍କଡାପାଳ, ଡଗରା, ହସକରା, ବାହାବଳପୁର, ବଳରାମଗଡି, ଜାମୁକା, ମୈଶାଳୀ, ଗଦେଇ ସାଗର, ପଞ୍ଚୁବିସା, ଚାନ୍ଦିପୁର ଆଦି ସମୁଦ୍ର ମୁହାଣରେ ମତ୍ସ୍ୟ ଅବତରଣ କେନ୍ଦ୍ର ରହିଥିବା ବେଳେ ୫ଟି ସ୍ଥାନରେ ପ୍ରସ୍ତାବିତ ଜେଟି ନିର୍ମାଣ କାର୍ଯ୍ୟ ଅନିଶ୍ଚିତତା ଦେଖାଦେଇଛି। ତାଳସାରୀ ସମୁଦ୍ରକୂଳରେ ବଡ ବଡ ବାଲିଚଢ଼ ହୋଇଥିବାରୁ ମତ୍ସଜୀବୀଙ୍କ ଡ଼ଙ୍ଗା କୂଳକୁ ଭିଡ଼ିବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସମୁଦ୍ର ବାଲିଚରର ଭୁଟଭୁଟି କିମ୍ବା ଡ଼ଙ୍ଗା ଆସୁଥିବା ବେଳେ ଉତ୍ତାଳ ଢେଉ ଡଙ୍ଗାରେ ବାଡେଇ ହୋଇ ଡ଼ଙ୍ଗା କ୍ଷତିଗ୍ରସ୍ତ ହେଉଛି। ସେଠାରେ ଡ଼ଙ୍ଗା ଅଟକିଯିବା ସହିତ ବିପଦ ସୃଷ୍ଟି କରୁଥିବା ତାଳସାରୀ ଗଙ୍ଗାମାତା ମେରାଇନ ଫିସରମ୍ୟାନ ସୋସାଇଟି ସମ୍ପାଦକ ପୁଣ୍ଡରୀକାକ୍ଷ ଲାୟା ପ୍ରକାଶ କରିଛନ୍ତି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ନିମନ୍ତେ ସମସ୍ତ ଡ଼ଙ୍ଗା ଓ ଟ୍ରଲରରେ ଜାତୀୟ ପତାକା, ଲାଇଫ ଜ୍ୟାକେଟ, ବିପଦସଂକେତ ଯନ୍ତ୍ର, ଅଗ୍ନି ନିର୍ବାପକ, ଲାଇସେନ୍ସ ଓ ଆଧାର କାର୍ଡର ବାଧ୍ୟତାମୂଳକ ଭାବେ ରଖାଯିବା ସହକାରୀ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ ସମ୍ପ୍ରସାରଣ) ଅନନ୍ତ ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?