ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀ ପଲଙ୍କୁ ଦେଖିବାକୁ ମିଳୁଛି। ଏକ ମାଟି ଖସଡ଼ା ରାସ୍ତାରେ ବଡ଼ ହାତୀ ଉଠି ଯାଉଥିବା ବେଳେ ଛୁଆ ହାତୀଟି ଯାଇ ପାରୁ ନାହିଁ। ପରେ ସେ ଚେଷ୍ଟା କରୁଥିବା ବେଳେ ଆଉ ଏକ ମା’ ହାତୀ ପଛରୁ ଆସି ତାକୁ ଶୁଣ୍ଢରେ ପେଲି ଉଠାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Little kid struck on the cliff gets a helping hand💕
🎥In the clip pic.twitter.com/hsKSHGNDkk— Susanta Nanda IFS (@susantananda3) September 2, 2021