୨୦୦ ଫୁଟ୍‌ ଟାଓ୍ବାରକୁ ଚଢ଼ିଗଲା ଶିଶୁ

କଣ୍ଟାପଡା, ୨ା୩(ଡି.ଏନ.ଏ.):କଣ୍ଟାପଡା ବ୍ଲକ ଅନ୍ତର୍ଗତ ବଡପାଟସୁନ୍ଦରପୁର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜଣେ ୪ ବର୍ଷର ଶିଶୁପୁତ୍ର ମୋବାଇଲ ଟାୱାର ନିକଟରେ ଖେଳୁଖେଳୁ ତାହା ଉପରେ ଚଢିଯାଇଥିଲା। ପରେ ସେହି ଗ୍ରାମର ଜଣେ ଯୁବକଙ୍କ ଉପସ୍ଥିତ ବୁଦ୍ଧି ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଶିଶୁକୁ ଉଦ୍ଧାର କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, କୈଳାସ ସେଠୀ(୬୨)ଙ୍କ ୪ବର୍ଷର ପୁଅ କାହ୍ନା ଅପରାହ୍ନ ପ୍ରାୟ ୩ଟାରେ ଟାୱାର ନିକଟରେ ଖେଳୁଖେଳୁ ଏହା ଉପରକୁ ଚଢ଼ିଯାଇଥିଲା। ଖବରପାଇ ଉକ୍ତ ଗ୍ରାମର ପ୍ରଶାନ୍ତ ବେହେରା(୩୫) ପହଞ୍ଚି ଶିଶୁଟି ଟାଓ୍ବାର ଉପରେ ଚଢୁଥିବା ଦେଖିଥିଲେ। ସେ ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରିବା ପାଇଁ ଟାୱାର ଉପରକୁ ଚଢ଼ିବା ଆରମ୍ଭ କରିଥିଲେ। ହେଲେ ଶିଶୁଟି ପ୍ରାୟ ୨୦୦ ଫୁଟ ଉଚ୍ଚତା ବିଶିଷ୍ଟ ଟ୍ବାୱାର ଉପରକୁ ଚଢ଼ିଯାଇ ଉପରେ ବସିରହିଥିଲା। ପ୍ରଶାନ୍ତ କୌଶଳକ୍ରମେ ତାଙ୍କ ନିକଟରେ ପହଞ୍ଚି କାବୁକରି ନେଇଥିଲେ। ତେବେ ତାକୁ ତଳକୁ ଆଣିବା ପାଇଁ କୌଣସି ଉପାୟ ନ ପାଇବାରୁ ଅଡଶପୁର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନୀଶମ ଅଧିକାରୀ କୃଷ୍ଣଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ଫାୟାରମ୍ୟାନ ରାକେଶ କୁମାର ସାହୁ ଓ ବିଜୟ ବେହେରା ଟାୱାର ଉପରେ ଚଢି ଶିଶୁକୁ ପିକ୍‌ବ୍ୟାଗ ସହାୟତାରେ ଅପରାହ୍ନ ୫.୩୦ ସୁଦ୍ଧା ତଳକୁ ଆଣିଥିଲେ। କାହ୍ନା ତଳେ ପହଞ୍ଚିବା ପରେ ସ୍ବାଭାବିକ ଭାବେ ଚଳପ୍ରଚଳ କରିଥିଲା। ଅଗ୍ନୀଶମ କର୍ମଚାରୀ ଶିଶୁକୁ ତାଙ୍କ ମା’କୁ ହସ୍ତାନ୍ତର କରି ଫେରିଯାଇଥିଲେ। ଜଣେ ଜେନେରେଟର ମେକାନିକ ଭାବେ କାମ କରୁଥିବା ପ୍ରଶାନ୍ତଙ୍କୁ ବିଭିନ୍ନ ମହଲରୁ ସାବାସି ମିଳିଛି। ତାଙ୍କର ଉପସ୍ଥିତ ବୁଦ୍ଧି ଓ ସାହସ ଯୋଗୁ ଶିଶୁଟିର ଜୀବନ ରକ୍ଷା କରାଯାଇପାରିଛି। ଏ ସମ୍ପର୍କରେ ପ୍ରଶାନ୍ତ କହିଛନ୍ତି, ଘଟଣାସ୍ଥଳରେ ପହଞ୍ଚିବା ପରେ କାହ୍ନାଙ୍କ ମା’ଙ୍କ କାନ୍ଦ ଦେଖି ବିଚଳିତ ହୋଇଯାଇଥିଲି। ପରେ ସାହସ ବାନ୍ଧି ଟାୱାର ଉପରେ ଚଢିଥିଲି। ସେଠାରୁ ଶିଶୁଙ୍କୁ କାବୁ କରି ଜୀବନ ରକ୍ଷା କରିପାରିଥିବାରୁ ଜୀବନ ସାର୍ଥକ ହୋଇଛି ବୋଲି କହିଛନ୍ତି। ସେହିପରି ଅଗ୍ନିଶମ କର୍ମଚାରୀମାନଙ୍କ କର୍ତ୍ତବ୍ୟନିଷ୍ଠାକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
ଅପରପକ୍ଷେ ଉକ୍ତ ଟାୱାରର ସୁରକ୍ଷା ବାଡ ନଷ୍ଟ ହୋଇଯାଇଥିବାରୁ ବିଭିନ୍ନ ସମୟରେ ପିଲାମାନେ ଏଠାରେ ଖେଳିବା ପାଇଁ ପଶିଯାଆନ୍ତି। ଫଳରେ ସୋମବାର ଏଭଳି ଘଟଣା ଘଟିଲା ବୋଲି ସେହି ଗ୍ରାମର ରଞ୍ଜନ କୁମାର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri