Posted inଖେଳ

ଅଷ୍ଟ୍ରେଲିଆ ଦଳରେ ଖେଳାଳି ଅଭାବ

ମେଲବୋର୍ନ, ୨୮ା୫ (ପି.ଟି.): ଆସନ୍ତା ମାସରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଲାଗି ଅଷ୍ଟ୍ରେଲିଆର ଓ୍ବାର୍ମଅପ୍‌ ମ୍ୟାଚ ବେଳେ ଦଳରେ ଖେଳାଳି ଅଭାବ ପରିଲକ୍ଷିତ ହେବ। ତେଣୁ ଦଳ ସପୋର୍ଟ ଷ୍ଟାଫ୍‌ଙ୍କୁ ଫିଲ୍ଡର ଭାବେ ବ୍ୟବହାର କରିବାକୁ ବାଧ୍ୟ ହୋଇପାରେ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏବଂ ଆଇସିସି ଇଭେଣ୍ଟ ମଧ୍ୟରେ ସମୟ ବ୍ୟବଧାନ କମ୍‌ ରହିଥିବାରୁ ଏହି ପରିସ୍ଥିତି ଉପୁଜିଛି। ଅଷ୍ଟ୍ରେଲିଆ ବୁଧବାର ନାମ୍ବିଆ ଏବଂ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଓ୍ବାର୍ମଅପ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ଆଇପିଏଲ୍‌ ଖେଳୁଥିବା ଅଷ୍ଟ୍ରେଲିଆ ଖେଳାଳିମାନେ ପ୍ଲେ-ଅଫ୍‌ ପରେ ସାମୟିକ ଛୁଟିରେ ସ୍ବଦେଶ ଫେରିଯାଇଛନ୍ତି। ଦୁଇଟି ଓ୍ବାର୍ମଅପ୍‌ ମ୍ୟାଚ ପାଇଁ ସମ୍ଭବତଃ ୮ଜଣ ଖେଳାଳି ଉପଲବ୍ଧ ହୋଇପାରନ୍ତି। ଅଧିନାୟକ ମିଚେଲ ମାର୍ଶ ନାମ୍ବିଆ ବିପକ୍ଷ ମ୍ୟାଚ ଖେଳିବେ କି ନା ତାହା ସ୍ପଷ୍ଟ ହୋଇ ନାହିଁ। ସେ ହାମଷ୍ଟ୍ରିଙ୍ଗ ଇଞ୍ଜୁରିରୁ ସମ୍ପୂର୍ଣ୍ଣ ମୁକ୍ତି ପାଇଛନ୍ତି କି ନା ତାହା ଜଣାପଡ଼ି ନାହିଁ। ରବିବାର ରାତିରେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲ୍‌ ଫାଇନାଲ ଖେଳାଯାଇଥିଲା। ଏହି ଦୁଇଟି ଦଳରେ ଅଷ୍ଟ୍ରେଲିଆର ୩ଜଣ ଖେଳାଳି ଖେଳୁଥିଲେ। ସେମାନେ ହେଲେ ଟ୍ରାଭିସ ହେଡ୍‌, ପ୍ୟାଟ କୁମିନ୍ସ ଏବଂ ପ୍ଲେୟର ଅଫ୍‌ ଦି ମ୍ୟାଚ ମିଚେଲ ଷ୍ଟାର୍କ। ଏହି ୩ ଜଣଙ୍କ ବ୍ୟତୀତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଂଶ ବିଶେଷ ଥିବା କାମେରନ ଗ୍ରୀନ୍‌ ଓ ଗ୍ଲେନ ମାକ୍ସଓ୍ବେଲ ସପ୍ତାହ ଶେଷର ବାର୍ବାଡୋସଠାରେ ଦଳ ସହିତ ଯୋଗ ଦେବେ। ଅନ୍ୟପକ୍ଷରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ତରଫରୁ ଖେଳିଥିବା ମାର୍କସ ଷ୍ଟୋଇନିସ ନାମ୍ବିଆ ବିପକ୍ଷ ଅଭ୍ୟାସ ମ୍ୟାଚ ପରେ ତ୍ରିନିଦାଦରେ ପହଞ୍ଚତ୍ବେ। ରିଜର୍ଭ ଖେଳାଳି ଜେକ୍‌ ଫ୍ରେଜର-ମ୍ୟାକ୍‌ଗ୍ରୁକ୍‌ ଜୁନ୍‌ ୫ରେ ଓମାନ ବିପକ୍ଷରେ ପ୍ରଥମ ମ୍ୟାଚ ପରେ ଦଳରେ ଯୋଗ ଦେବେ। ଆଇପିଏଲ୍‌ରେ ବହୁ ଦିନ ଧରି ଖେଳିବା ପରେ ସେମାନେ କ୍ଳାନ୍ତ ହୋଇପଡ଼ିଛନ୍ତି। ସେମାନଙ୍କୁ ଆଗକୁ ଟି୨୦ ବିଶ୍ୱକପ୍‌ରେ ମଧ୍ୟ ବହୁ ମ୍ୟାଚ ଖେଳିବାକୁ ହେବ। ତେଣୁ ଏହା ମଧ୍ୟରେ ସେମାନେ ପରିବାର ସହିତ କିଛି ସମୟ ବିତାଇ ସତେଜ ହେବାକୁ ଚାହଁୁଛନ୍ତି। ଆଇସିସି ନିୟମାନୁସାରେ ଓ୍ବାର୍ମଅପ୍‌ ମ୍ୟାଚଗୁଡ଼ିକରେ ପଡ଼ିଆକୁ ଓହ୍ଲାଉଥିବା ଖେଳାଳିମାନେ ପ୍ରତିନିଧିତ୍ୱ କରୁଥିବା ଦେଶର ହେବା ଆବଶ୍ୟକ। ଅର୍ଥାତ୍‌ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ, ବ୍ରାଡ୍‌ ହଜ୍‌, ଜର୍ଜ ବେଲି (ସମସ୍ତେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର)ଙ୍କ ଭଳି ସପୋର୍ଟ ଷ୍ଟାଫ୍‌ ଏବଂ ଆଣ୍ଡ୍ରେ ବୋରୋଭେକ୍‌ (ଜଣେ ପୂର୍ବତନ ପ୍ରଥମ ଗ୍ରେଡ୍‌ ଉଇକେଟକିପର)ଙ୍କୁ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?