Posted inଖେଳ

ଇଂଲଣ୍ଡ ଟୁର୍‌ରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ

ସିଡ୍‌ନୀ, ୨୪ା୮ (ଏପି)-ଅଷ୍ଟ୍ରେଲିଆ କ୍ରିକେଟ ଦଳ ରବିବାର ଇଂଲଣ୍ଡ ଅଭିମୁଖେ ଯାତ୍ରା କରିଛି। ଦଳ ଏହି ଦେଶରେ ତିନୋଟି ଦିନିକିଆ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଟି୨୦ ଖେଳିବ। ମ୍ୟାଚ ବେଳେ ଷ୍ଟାଡିୟମରେ ଦର୍ଶକ ଉପସ୍ଥିତ ରହିବେ ନାହିଁ। ଜୈବ ସୁରକ୍ଷା ନିୟମକୁ କଡ଼ାକଡି ଭାବେ ପାଳନ କରାଯିବ। କରୋନା ମହାମାରୀ ଦେଖାଦେବା ପରଠାରୁ ଅଷ୍ଟ୍ରେଲିଆର ପ୍ରଥମ ଜାତୀୟ କ୍ରୀଡ଼ା ଦଳ ଭାବେ ବିଦେଶ ଗସ୍ତ କରିଛି। ମାର୍ଚ୍ଚ ୧୩ ନ୍ୟୁଜିଲାଣ୍ଡ ବିପକ୍ଷ ଏକ ଦିନିକିଆ ସିରିଜର ବାତିଲ ପରଠାରୁ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ଖେଳିନାହିଁ। ଅଧିନାୟକ ଷ୍ଟିଭ ସ୍ମିଥ୍‌ ରବିବାର ସିଡ୍‌ନୀରୁ ପର୍ଥ ଯାତ୍ରା କରିଥିଲେ। ସେଠାରୁ ଅଷ୍ଟ୍ରେଲିଆ ଦଳ ସହ ସେ ଏକ ସ୍ବତନ୍ତ୍ର ବିମାନରେ ଲଣ୍ଡନ ଗସ୍ତ କରିଛନ୍ତି। ପରିବେଶ ଯାହା ହେଉ ନା କାହିଁକି ସେ ପୁଣି ଥରେ ଦେଶ ତରଫରୁ ଖେଳିବା ଲାଗି ତାଙ୍କର ଖୁବ୍‌ ଉତ୍କଣ୍ଠା ରହିଛି। ଷ୍ଟାଡିୟମରେ ଦର୍ଶକ ଉପସ୍ଥିତ ରହୁଥିବାରୁ ସ୍ମିଥ୍‌ ଦୁଃଖ ପ୍ରକାଶ କରିଛନ୍ତି, ବିଶେଷ କରି ଯେଉଁମାନେ ବଲ୍‌ ଟ୍ୟାମ୍ପରିଂ ମାମଲାରେ ନିଲମ୍ବନ ପରେ ତାଙ୍କୁ ପରିହାସ କରୁଥିଲେ। ତେବେ ଟିଭିରେ ତାଙ୍କ ଖେଳ ଉପରେ ଅନେକଙ୍କ ନଜର ରହିବ। ଦକ୍ଷିଣ ଆଫ୍ରିକାରେ ବଲ୍‌ ଟ୍ୟାମ୍ପରିଂ ଘଟଣାରେ ୧୨ ମାସ ସସ୍‌ପେଣ୍ଡ ରହିବା ପରେ ଗତବର୍ଷ ଟେଷ୍ଟକୁ ପ୍ରତ୍ୟାବର୍ତ୍ତନ ସମୟରେ ଇଂଲଣ୍ଡ ସମର୍ଥକମାନେ ସ୍ମିଥ୍‌ଙ୍କୁ ଲକ୍ଷ୍ୟ କରି ବିଦ୍ରୂପ କରିଥିଲେ। ଏହାର ପ୍ରତିକ୍ରିୟାରେ ସେହି ବର୍ଷ ଆଶେସ ସିରିଜରେ ଅଷ୍ଟ୍ରେଲୀୟ କ୍ରିକେଟର ୧୧୦ ଆଭରେଜରେ ୭୭୪ରନ ସଂଗ୍ରହ କରି ସେମାନଙ୍କୁ ଚୁପ୍‌ କରିଦେଇଥିଲେ। ଓ୍ବେଷ୍ଟଇଣ୍ଡିଜ ଓ ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ଖେଳିଥିବାରୁ ଇଂଲଣ୍ଡ ଫାଇଦାରେ ରହିବ। ଅଷ୍ଟ୍ରେଲିଆ ୩ ମାସ ହେବ ଅନ୍ତର୍ଜାତୀୟ କ୍ରିକେଟରେ ଅନୁପସ୍ଥିତ ରହିଥିଲେ ମଧ୍ୟ ଏଥିଲାଗି ଆମେ ଚିନ୍ତିତ ନୋହୁ ବୋଲି ସ୍ମିଥ୍‌ କହିଛନ୍ତି। ଅଷ୍ଟ୍ରେଲିଆର ୨୧ ଜଣିଆ ଦଳ ଇଂଲଣ୍ଡ ଗସ୍ତ କରିଛନ୍ତି। ଦଳ ସାଉଥାମ୍ପଟନରେ ଡେରା ପକାଇବ। ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବ ବେଳେ ୫ଟି ଇଣ୍ଟର ସ୍କ୍ବାଡ୍‌ ମ୍ୟାଚ ଖେଳିବେ। ବାୟୋସିକ୍ୟୁରିଟି ବବଲ ପରିବେଶରେ ଏହା ଅନୁଷ୍ଠିତ ହେବ। ଖେଳାଳିମାନେ ଗଲ୍ଫ ଖେଳି ପାରିବେ। ହେଲେ ଡ୍ରିଙ୍କ୍ସ କିମ୍ବା ଭୋଜନ ପାଇଁ ହୋଟେଲ ବାହାରକୁ ଯାଇ ପାରିବେ ନାହିଁ। ହୋଟେଲ କର୍ମଚାରୀଙ୍କ ସହ ବାର୍ତ୍ତାଳାପ ଏଡାଇବା ଲାଗି ସେମାନଙ୍କୁ ନିଜ ଶଯ୍ୟା ପ୍ରସ୍ତୁତ କରିବାକୁ ପଡ଼ିବ। ଜୈବସୁରକ୍ଷା ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ଖେଳାଳି ସିରିଜରେ ଖେଳିବାରୁ ବଞ୍ଚତ୍ତ ହେବେ। ପ୍ରଥମ ତିନୋଟି ଟି୨୦ ସାଉଥାମ୍ପଟନର ରୋଜ୍‌ ବାଓଲଠାରେ ସେପ୍ଟେମ୍ବର ୪ରୁ ଆରମ୍ଭ ହେବ। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡଠାରେ ଦିନିକିଆ ସିରିଜ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

କିଏ ଏହି ସାରାଂଶ ଜୈନ? ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୨୮।୭: ଶ୍ରୀଲଙ୍କା ବିରୋଧରେ ଆଗାମୀ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କିଏ ଗଲେ, କିଏ ଆସିଲେ…

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ (BCCI) ମଙ୍ଗଳବାର…

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri