ବାଲିଗୁଡ଼ାରୁ ଭୁବନେଶ୍ୱର ଆସୁଥିଲା ଗଞ୍ଜେଇ

ଖୋର୍ଦ୍ଧା ଅଫିସ,୧୭ା୯: ବ୍ରାଉନ୍‌ସୁଗାର ପରେ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି। ବ୍ରାଉନ୍‌ସୁଗାର କାରବାର ଉପରେ ଏସ୍‌ଟିଏଫ୍‌ ପକ୍ଷରୁ ବାରମ୍ବାର ଚଢ଼ାଉ ଯୋଗୁ ମାଫିଆମାନଙ୍କ ନଜର ଏବେ ଗଞ୍ଜେଇ ଉପରେ ରହିଛି। କନ୍ଧମାଳରୁ ଭୁବନେଶ୍ୱରକୁ ଜାତୀୟ ରାଜପଥ ଦେଇ ଗଞ୍ଜେଇ ଚୋରାଚାଲାଣ ଚାଲିଛି। ଯାତ୍ରୀବାହୀ ବସ୍‌ ଏବଂ କାର୍‌ରେ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ। ଶୁକ୍ରବାର ଅପରାହ୍ନ ୨ଟାରେ ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ବୋମାଢିହ ଛକରୁ ବାଘମାରୀ ପୋଲିସ ଏକ କାର (ଓଡି-୦୨-ଏଫ୍‌-୨୫୨୭) ସହ ୩୬ କେଜି ୩ ଶହ ଗ୍ରାମ୍‌ ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତି ନେଇ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା କିଆମୁଣ୍ଡା ବରିଗୁଡ଼ାର ସୁଶାନ୍ତ ଦିଗାଲ(୩୫)ଙ୍କୁ ଗିରଫ କରାଯାଇଛି। ବାଲିଗୁଡ଼ାରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିଲା ବୋଲି ପୋଲିସ କହିଛି।
ସୂଚନା ମୁତାବକ, ବାଲିଗୁଡ଼ାପଟୁ ଏକ କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ସଦର ଏସ୍‌ଡିପିଓ ଦିଲୀପ ଦାସଙ୍କ ତତ୍ତ୍ୱାବଧାନରେ ଆଇଆଇସି ପି.ଆର୍‌. କରଙ୍କ ନେତୃତ୍ୱରେ ଏକ ଟିମ୍‌ ବୋମାଢିହ ଛକରେ ସମ୍ପୃକ୍ତ କାରକୁ ଅଟକାଇ ଯାଞ୍ଚ କରିଥିଲା। କାରରେ ଦୁଇଟି ପ୍ଲାଷ୍ଟିକ୍‌ ଜରିରେ ଥିବା ଗଞ୍ଜେଇ ଜବତ କରିବା ସହ ଚାଳକ ସୁଶାନ୍ତଙ୍କୁ ପଚରାଉଚରା କରିଥିଲା। ତେବେ ସୁଶାନ୍ତଙ୍କଠାରୁ ପୋଲିସ ସନ୍ତୋଷଜନକ ଉତ୍ତର ନ ପାଇବାରୁ ତାଙ୍କୁ ଗିରଫ କରିଥିଲା। ଏନେଇ ଥାନାରେ ଏନ୍‌ଡିପିଏସ୍‌ ଆକ୍ଟ ୨୦(ବି)(ସି)/୨୫/୨୯ରେ ଏକ ମାମଲା(ନଂ .୧୧୯/୨୨) ରୁଜୁ ହୋଇଛି। ଗଞ୍ଜେଇ ଚାଲାଣ ର଼୍ୟାକେଟ ପଛରେ ଅନ୍ୟ କେଉଁମାନେ ରହିଛନ୍ତି, ଭୁବନେଶ୍ୱର କାହା ପାଖକୁ ଯାଉଥିଲା ସେ ସମ୍ପର୍କରେ ପୋଲିସ ଖୋଳତାଡ଼ ଚଳାଇଛି। ଏହି ଚଢ଼ାଉରେ ଏସ୍‌ଆଇ ଗାୟତ୍ରୀ ଗୋଚ୍ଛାୟତ, ଏଏସ୍‌ଆଇ ରଞ୍ଜିତ କୁମାର ନାୟକ, କନ୍‌ଷ୍ଟେବଲ ଏସ୍‌.କେ. ବେହେରା ଓ ଅନ୍ୟମାନେ ସାମିଲ ଥିଲେ। ସୂଚନାଯୋଗ୍ୟ, ଜାତୀୟ ରାଜପଥ ମାଫିଆଙ୍କ ପାଇଁ ଗଳାବାଟ ସାଜିଛି। ଗତ କିଛିମାସ ତଳେ ଖୋର୍ଦ୍ଧା ଅବକାରୀ ବିଭାଗ କନ୍ଧମାଳରୁ ଖୋର୍ଦ୍ଧାକୁ ଚାଲାଣ ହେଉଥିବା ଦୁଇଟି କାରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା। ଗତ ଏପ୍ରିଲ ମାସରେ ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ଛତ୍ରମା ଛକ ଏକ ଢାବା ନିକଟରୁ ଗଞ୍ଜେଇ ଭର୍ତ୍ତି ପିକ୍‌ଅପ ଭ୍ୟାନ୍‌ରୁ ୧ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ସହ ୫୬ ହଜାର ଟଙ୍କା ଜବତ ହୋଇଥିଲା। ଏଥିସହ ଦୁଇଜଣଙ୍କୁ ଗିରଫ କରାଯାଇଥିଲା। ଗତ ମଙ୍ଗଳବାର ପୂର୍ବାହ୍ନରେ ଖୋର୍ଦ୍ଧା ପୋଲିସ ନୂଆ ବସ୍‌ଷ୍ଟାଣ୍ଡରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ରୁ ଦୁଇଟି ଗଞ୍ଜେଇ ପ୍ୟାକେଟ୍‌ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri