Posted inଜାତୀୟ

ଦେଶରେ ଏବେ ଭୟର ବାତାବରଣ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୧୧: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ବର୍ତ୍ତମାନ ମହାରାଷ୍ଟ୍ର ଦେଇ ଯାଉଛି। ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଖବରଦାତା ସମ୍ମିଳନୀ କରି ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ରାହୁଲ କହିଛନ୍ତି, ଗତ ୮ ବର୍ଷ ଧରି ଦେଶରେ ଭୟର ବାତାବରଣ ରହିଛି। ଘୃଣା ଓ ହିଂସା ବ୍ୟାପିବାରେ ଲାଗିଛି। ବୋଧହୁଏ ଭାଜପା ନେତାମାନେ ଭାରତର କୃଷକ ଏବଂ ଯୁବକମାନଙ୍କ ସହ କଥାବାର୍ତ୍ତା କରନ୍ତି ନାହିଁ। ଯଦି ସେମାନେ ତାହା କରିଥାନ୍ତେ, ତେବେ ଜାଣିଥାନ୍ତେ ଯେ ଭାରତର କୃଷକ ଏବଂ ଯୁବକମାନେ ଆଗକୁ ବଢିବାକୁ ରାସ୍ତା ପାଉନାହାନ୍ତି। ବେରୋଜଗାରୀ ବଢୁଛି, ଦରଦାମ ବୃଦ୍ଧି ଘଟୁଛି, କୃଷକମାନେ ଉପଯୁକ୍ତ ମୂଲ୍ୟ ପାଉନାହାଁନ୍ତି। ଭାଜପା ସମସ୍ତ ସାମ୍ବିଧାନିକ ଅନୁଷ୍ଠାନକୁ କାବୁ କରିଛି। ଗଣମାଧ୍ୟମକୁ ମଧ୍ୟ ନିଜ ନିୟନ୍ତ୍ରଣରେ ରଖିଛି। ଆମକୁ ସଂସଦରେ କହିବାକୁ ଅନୁମତି ନାହିଁ। ଜବାବ ରଖିବାକୁ କୌଣସି ବାଟ ବାକି ନାହିଁ, ସେଥିପାଇଁ ଆମେ ଭାରତ ଯୋଡୋ ଯାତ୍ରା ଆରମ୍ଭ କଲୁ।
ଏହି ସମୟରେ ରାହୁଲ ୩ଟି ପ୍ରମୁଖ ସମସ୍ୟା ବିଷୟରେ କହିଛନ୍ତି। ରାହୁଲ କହିଛନ୍ତି, ମାତାପିତା କଠିନ ପରିଶ୍ରମ କରି ଟଙ୍କା ଦେଇ ପିଲାଙ୍କୁ ଘରୋଇ ଅନୁଷ୍ଠାନରେ ପଢାଇଲେ କିନ୍ତୁ ପିଲାଙ୍କ ଭବିଷ୍ୟତର ରାସ୍ତା ବନ୍ଦ ରହିଛି। ଦ୍ୱିତୀୟ ସମସ୍ୟା ହେଉଛି ଯିଏ ଦେଶକୁ ଖାଦ୍ୟ ଯୋଗାଉଛନ୍ତି ତାଙ୍କୁ କୌଣସି ସମର୍ଥନ ନାହିଁ। ତୃତୀୟ ସମସ୍ୟା- ସରକାରୀ ଡାକ୍ତରଖାନା ଏବଂ ବିଦ୍ୟାଳୟ ଅଭାବ।
ସୂଚନାଯୋଗ୍ୟ,ରାହୁଲ ଗାନ୍ଧୀ ବର୍ତ୍ତମାନ ‘ଭାରତ ଯୋଡୋ ଯାତ୍ରା’ କରୁଛନ୍ତି। ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ କଶ୍ମୀର ପର୍ଯ୍ୟନ୍ତ ଯିବ। କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ତେଲେଙ୍ଗାନା ଏବଂ କର୍ନାଟକ ଦେଇ ମହାରାଷ୍ଟ୍ରରେ ପହଞ୍ଚିଛି। ଏହି ଯାତ୍ରାର ପରବର୍ତ୍ତୀ ମିଶନ ମଧ୍ୟପ୍ରଦେଶ ହେବ। ନଭେମ୍ବର ୨୦ରେ ଏହି ଯାତ୍ରା ମଧ୍ୟପ୍ରଦେଶରେ ପ୍ରବେଶ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?