ଏମ୍ସ ଏବେ ‘ଓଡିଏମ୍‌ ବିଜ୍‌ନେସ ସ୍କୁଲ’ ଭାବେ ନାମିତ

ଭୁବନେଶ୍ୱର,୨୫।୪: ରାଜ୍ୟର ଏକ ଅଗ୍ରଣୀ ଏମ୍‌ବିଏ କଲେଜ ଭାବେ ଜଣାଶୁଣା ଆଷ୍ଟ୍ରଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ(ଏମ୍ସ) ର ନାମ ପରିବର୍ତ୍ତନ (ରି ବ୍ରାଣ୍ଡ) କରାଯାଇଛି। ଏଇ ନିକଟରେ ଏକ ନିରାଡ଼ମ୍ବରପୂର୍ଣ୍ଣ ସଭାରେ ଓଡିଏମ୍‌ ଏଜୁକେଶନାଲ ଗ୍ରୁପ୍‌ ପକ୍ଷରୁ ଏ ସମ୍ପର୍କରେ ଘୋଷଣା ସହ ଏକ ନୂଆ ନାମରେ ଅନୁଷ୍ଠାନକୁ ନାମିତ କରାଯାଇଛି। ଓଡ଼ିଶାର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଓଡିଏମ୍‌ ଏଜୁକେଶନାଲ ଗ୍ରୁପ୍‌ର ବିଜ୍‌ନେସ ମ୍ୟାନେଜମେଣ୍ଟ ଶାଖା ଆଷ୍ଟ୍ରଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ(ଏମ୍ସ)ର ନାମ ପରିବର୍ତ୍ତନ ହୋଇ ବର୍ତ୍ତମାନ ଓଡିଏମ୍‌ ବିଜ୍‌ନେସ ସ୍କୁଲ ନାମରେ ନାମିତ ହୋଇଛି। ଏହାକୁ ଯଥାଶୀଘ୍ର ଆନୁଷ୍ଠାନିକ ସ୍ତରରେ ଲାଗୁ କରିବା ସହ ଏହାର ପରିଚାଳନାର ବିନା ପରିବର୍ତ୍ତନରେ ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ କୁହାଯାଇଛି। ଏହା ସମ୍ପର୍କରେ ଓଡିଏମ୍‌ ଏଜୁକେଶନାଲ ଗ୍ରୁପ୍‌ର ସିଓଓ ସ୍ବୟମ ଶତେନ୍ଦୁ କହିଥିଲେ , ଗତ ୩ ଦଶନ୍ଧି ଧରି ଓଡ଼ିଶା ଓ ଓଡ଼ିଶା ବାହାରେ ଏହି ଅନୁଷ୍ଠାନର ନାମ ରହିଛି। ଶିକ୍ଷାଦାନଠାରୁ ଆରମ୍ଭକରି ପରିବେଶ ଏବଂ ଶିକ୍ଷାଦାନ ବ୍ୟବସ୍ଥା ବିଶ୍ୱସ୍ତରୀୟ ହୋଇଥିବାରୁ ଏହାର ଚାହିଦା ମଧ୍ୟ ସେହି ଅନୁସାରେ ରହିଛି। ଫଳରେ ଅନୁଷ୍ଠାନର ବିଜ୍‌ନେସ ମ୍ୟାନେଜମେଣ୍ଟ ଶାଖାର ନାମକୁ ରି ବ୍ରାଣ୍ଡ କରି ନୂତନ ଭାବେ ଓଡିଏମ ବିଜ୍‌ନେସ ସ୍କୁଲ କରାଯାଇଛି। ଏହା ସବୁ ସ୍ତରରେ ଭଲ ହେବ ବୋଲି ଆଶା ଓ ବିଶ୍ୱାସ ରହିଛି ବୋଲି ସେ କହିଥିଲେ। ଅନୁଷ୍ଠାନର ଏହି ବିଜ୍‌ନେସ ସ୍କୁଲ ଆଗାମୀ ଦିନରେ ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବ ବୋଲି ଆଶା ରହିଛି। ଅନୁଷ୍ଠାନ ବର୍ତ୍ତମାନ ସମୟରେ ଏମ୍‌ବିଏ ଏବଂ ପିଜିଡିଏମ ଭଳି ମ୍ୟାନେଜମେଣ୍ଟ ଶିକ୍ଷା ପ୍ରଦାନ କରୁଛି। ଅନୁଷ୍ଠାନର ପୂର୍ବତନ ନାମ ଏମ୍ସ ପରିବର୍ତ୍ତନ ହୋଇ ଓଡିଏମ୍‌ ବିଜ୍‌ନେସ ସ୍କୁଲ କରାଯାଇଥିବାରୁ ଏହାର ସମସ୍ତ ଛାତ୍ରୀଛାତ୍ର ଓ ଅଭିଭାବକ ଅନୁଷ୍ଠାନର ନୂତନ ନାମ ଓ ଓ୍ବେବ୍‌ସାଇଟରେ ସବିଶେଷ ସୂଚନା ପାଇପାରିବେ। ୨୦୨୧ ଶିକ୍ଷାବର୍ଷ ମଧ୍ୟ ଏହି ନୂତନ ନାମ ଓଡିଏମ ବିଜ୍‌ନେସ ସ୍କୁଲ ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

କି ଦଣ୍ଡ ମିଳିବ ଉଦୟନିଧି ଷ୍ଟାଲିନଙ୍କୁ ,ସେ ତ୍ରିଶାଙ୍କ ବିଷୟରେ କ’ଣ କହିଥିଲେ? ଥାଲାପତି ବିଜୟଙ୍କ ସହ ଅଭିନେତ୍ରୀଙ୍କ ସମ୍ପର୍କ କ’ଣ? ଜାଣନ୍ତୁ ….

ଚେନ୍ନାଇ,୪।୮: ତ୍ରିଶା କୃଷ୍ଣନଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେଇ ଉପ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗୁରୁତର ସମସ୍ୟାରେ ପଡ଼ିଛନ୍ତି। ଜଣେ ଘନିଷ୍ଠ ବନ୍ଧୁଙ୍କ ବିଷୟରେ ଏହି ମନ୍ତବ୍ୟ…

ଗିରଫ ହେବା ପରେ ଉଦୟନିଧି ଷ୍ଟାଲିନଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ-ମୁଁ କ’ଣ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ଅଡ଼ୁଆ ବଢ଼ିଛି। ଅଭିନେତ୍ରୀ ତ୍ରିଶାଙ୍କୁ ନେଇ କରିଥିବା ମନ୍ତବ୍ୟ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ତ୍ରିଶାଙ୍କୁ ନେଇ କଥିତ ଦ୍ୱିଅର୍ଥବୋଧକ…

ବିଦେଶରେ ଥାଇ ଏମିତି କାମ କଲେ ପ୍ରିୟଙ୍କା ଚୋପ୍ରା: ସମସ୍ତେ କହୁଛନ୍ତି ବାଃ ବାଃ

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ରାଜ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ। ବଲିଉଡରେ ସଫଳତା ହାସଲ କରିବା ପରେ ସେ ଅନେକ ବର୍ଷ ଧରି…

ଭାଜପାର ପରାଜୟ ପରେ ମୋଦିଙ୍କ ସହ ବଡ଼ ଆଲୋଚନା କଲେ ନୀତିନ ନବୀନ? ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୪।୮: ସଂସଦ ଅଧିବେଶନ ମଧ୍ୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ‘ମଙ୍ଗଳ ମିଳନ’ ସମାବେଶରୁ ଏକ ଆକର୍ଷଣୀୟ ଫଟୋ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା…

ଉପନିର୍ବାଚନରେ ପରାଜୟ ପରେ ଭାଜପା ମହଲରେ ହଲଚଲ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ନୂଆଦିଲ୍ଲୀ,୪।୮: ବିହାରର ପାଟନା ସ୍ଥିତ ବାଙ୍କିପୁର ବିଧାନସଭା ଆସନର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପରାଜୟ ପରେ ଜନତା ଦଳ (ୟୁନାଇଟେଡ)ର ନେତା ଏବଂ ରାଜ୍ୟ…

‘ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି’: ଉପନିର୍ବାଚନ ଫଳାଫଳକୁ ନେଇ ତେର୍ଚ୍ଛାବାଣ ମାରିଲେ ଧର୍ମେନ୍ଦ୍ର, କହିଲେ…

ନୂଆଦିଲ୍ଲୀ,୪।୮: ବାଙ୍କିପୁର ଉପନିର୍ବାଚନର ଫଳାଫଳକୁ ନେଇ ସମାଜବାଦୀ ପାର୍ଟିର ସାଂସଦ ଧର୍ମେନ୍ଦ୍ର ଯାଦବ ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ କଡ଼ା ଆକ୍ରମଣ କରିଛନ୍ତି। ଦିଲ୍ଲୀରେ ଲୋକ…

ଚିଚର୍ଲା ଉଦ୍ୟାନ ବିଭାଗରେ ନାହିଁ ପାଣି ସୁବିଧା: ଶ୍ରୀହୀନ ପଡ଼ିଛି ନର୍ସରି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବୋରିଆ ପଞ୍ଚାୟତ ଚିଚର୍ଲା ଗାଁ ନିକଟରେ ଥିବା ଜାତୀୟ ରାଜପଥ ୨୬ ନିକଟରେ ଥିବା ଉଦ୍ୟାନ ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri