୧୦୩ ବିଧାୟକଙ୍କ ସମ୍ପତ୍ତି ୫ ବର୍ଷରେ ୭୩% ବଢ଼ିଛି

ଭୁବନେଶ୍ୱର,୨୮ା୫(ଅନିଲ ଦାସ):୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ଦଳର ୧୦୩ ଜଣ ବିଧାୟକ ପୁଣି ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କର ହାରାହାରି ସମ୍ପତ୍ତି ପରିମାଣ ୫ ବର୍ଷରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଅର୍ଥାତ୍‌ ସମ୍ପତ୍ତି ୭୩% ବୃଦ୍ଧି ପାଇଛି। ଏଥିରୁ ବିଜେଡିରୁ ୭୪ଜଣ ପୁଣି ଥରେ ଟିକେଟ ପାଇ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ହାରାହାରି ସମ୍ପତ୍ତି ୫ କୋଟିରୁ ୮ କୋଟି ଅର୍ଥାତ୍‌ ପ୍ରାୟ ୫୪% ବଢ଼ିଛିି। ଭାଜପାର ୨୧ଜଣ ବିଧାୟକ ପୁଣି ଟିକେଟ ପାଇଛନ୍ତି। ସେମାନଙ୍କ ହାରାହାରି ସମ୍ପତ୍ତି ୧ କୋଟିରୁ ୨ କୋଟି ହୋଇଛି। ଅର୍ଥାତ୍‌ ପ୍ରାୟ ୭୪% ବଢ଼ିଛି। କଂଗ୍ରେସର ୫ଜଣ ବିଧାୟକ ପୁଣି ଟିକେଟ ପାଇଛନ୍ତି। ସେମାନଙ୍କ ହାରାହାରି ସମ୍ପତ୍ତି ୧ କୋଟିରୁ ୩ କୋଟି ହୋଇଛି ଅର୍ଥାତ୍‌ ପ୍ରାୟ ୧୨୨% ବୃଦ୍ଧି ପାଇଛି।
୧,୨୮୫ ବିଧାୟକ ପ୍ରାର୍ଥୀଙ୍କ ଭିତରେ ୪୧୨ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ସମ୍ପତ୍ତି ଥିବା ବିଧାୟକ ପ୍ରାର୍ଥୀ ହେଉଛନ୍ତି ଭାଜପାର ଦିଲୀପ ରାୟ। ତାଙ୍କ ପାଖରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଶି ମୋଟ ୩୧୩ କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ତଳକୁ ବିଜେଡିର ସନାତନ ମହାକୁଡ଼ଙ୍କ ପାଖରେ ୨୨୭ କୋଟି, ଭାଜପାର ବସ୍ତା ପ୍ରାର୍ଥୀ ସୁବାସିନୀ ଜେନାଙ୍କ ପାଖରେ ୧୩୫ କୋଟି, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପାଖରେ ୧୨୨ କୋଟି ଓ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କ ପାଖରେ ୧୨୦ କୋଟିର ସମ୍ପତ୍ତି ରହିଛି। ଏମିତି ଅନେକ ପ୍ରାର୍ଥୀ ଅଛନ୍ତି, ଯେଉଁମାନଙ୍କ ପାଖରେ ମାତ୍ର ୧ ହଜାର କିମ୍ବା ୨ ହଜାର ଟଙ୍କାର ସମ୍ପତ୍ତି ରହିଥିବା ସେମାନେ ନିର୍ବାଚନ ସତ୍ୟପାଠରେ ଦର୍ଶାଇଛନ୍ତି। ଅଧିକ ଋଣ କରିଥିବା ବିଧାୟକ ପ୍ରାର୍ଥୀଙ୍କ ଭିତରେ ସୌମ୍ୟରଞ୍ଜନ ପଟ୍ଟନାୟକ ଶୀର୍ଷରେ ଅଛନ୍ତି। ତାଙ୍କ ଋଣ ପରିମାଣ ୧୦୬ କୋଟି, ସୁବାସିନୀ ଜେନାଙ୍କ ଋଣ ୨୯ କୋଟି ଓ ନିରଞ୍ଜନ ପଟ୍ଟନାୟକଙ୍କ ଋଣ ୨୦ କୋଟି ରହିଥିବା ଦର୍ଶାଇଛନ୍ତି।
ଆୟକର ବିବରଣୀକୁ ଦେଖିଲେ, ବର୍ଷକୁ ସବୁଠାରୁ ଅଧିକ ଆୟ କରୁଥିବା ପ୍ରାର୍ଥୀଙ୍କ ଭିତରେ ଅଛନ୍ତି ଦୀପାଳି ଦାସ। ତାଙ୍କର ବାର୍ଷିକ ଆୟ ପ୍ରାୟ ୬ କୋଟି ରହିଛି। ସେମିତି ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ବାର୍ଷିକ ଆୟ ୫ କୋଟି ଓ ସୁବାସିନୀ ଜେନାଙ୍କ ବାର୍ଷିକ ଆୟ ୩ କୋଟି ରହିଥିବା ଦର୍ଶାଇଛନ୍ତି। ଦିଲୀପ ରାୟ ତାଙ୍କ ବାର୍ଷିକ ଆୟ ପାଖାପାଖି ୩ କୋଟି ରହିଥିବା ଦର୍ଶାଇଛନ୍ତି। ବିଜେଡିର ୮୭% ପ୍ରାର୍ଥୀ କୋଟିପତି ହୋଇଥିବାବେଳେ ଭାଜପାର ୬୫%, କଂଗ୍ରେସର ୬୧% ଓ ଆପ୍‌ର ୨୭% କୋଟିପତି ପ୍ରାର୍ଥୀ ଅଛନ୍ତି। ପୁଣି ଥରେ ନିର୍ବାଚନ ଲଢ଼ୁଥିବା ୫ ବିଧାୟକ ପ୍ରାର୍ଥୀଙ୍କର ସମ୍ପତ୍ତି ୫ ବର୍ଷରେ କମିଯାଇଛି। ଦୀପାଳି ଦାସଙ୍କ ସମ୍ପତ୍ତି ୪୦ କୋଟିରୁ ୩୭ କୋଟି, ଅନନ୍ତ ନାରାୟଣ ଜେନାଙ୍କ ସମ୍ପତ୍ତି ୩ କୋଟିରୁ ୧ କୋଟି, ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସମ୍ପତ୍ତି ୩ କୋଟିରୁ ୨ କୋଟି ହୋଇଯାଇଛି। ସେହିପରି ନିର୍ବାଚନ ଲଢୁଥିବା ୧୩୦ ଜଣ ପ୍ରାର୍ଥୀଙ୍କର ସମ୍ପତ୍ତି ୫ କୋଟିରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ୨ରୁ ୫ କୋଟି ୧୩୨, ୫୦ ଲକ୍ଷରୁ ୨ କୋଟି ୩୦୪, ୧୦ ଲକ୍ଷରୁ କମ୍‌ ସମ୍ପତ୍ତି ୪୩୪ ଜଣଙ୍କର ସମ୍ପତ୍ତି ଥିବା ଦର୍ଶାଯାଇଛି।
ଏଥର ନିର୍ବାଚନରେ ସବୁଠାରୁ ଅଧିକ ବୟସର ପ୍ରାର୍ଥୀଙ୍କ ଭିତରେ ଅଛନ୍ତି କେନ୍ଦୁଝର ପାଟଣାରୁ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ହୃଷୀକେଶ ନାୟକ। ତାଙ୍କର ବୟସ ୮୩ ବର୍ଷ ହୋଇଥିବା ବେଳେ ନିରଞ୍ଜନ ପଟ୍ଟନାୟକଙ୍କ ବୟସ ୮୧, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ବୟସ ୮୦ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୟସ ୭୭ ରହିଛି।
ନିର୍ବାଚନ ରାଜନୀତିରେ କ୍ରମଶଃ ଅଧିକ ଆପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ ପ୍ରବେଶ କରୁଛନ୍ତି। ଭାଜପାର ୫୮% ପ୍ରାର୍ଥୀଙ୍କ ନଁାରେ ୫ ବର୍ଷରୁ ଅଧିକ ଦଣ୍ଡ ପାଇବା ଭଳି ଗୁରୁତର ମାମଲା ଥିବାବେଳେ କଂଗ୍ରେସର ୩୦% ଓ ବିଜେଡିର ୨୨% ପ୍ରାର୍ଥୀଙ୍କ ନାଁରେ ଗୁରୁତର ମାମଲା ରହିଛି। ଚଳିତ ନିର୍ବାଚନରେ ସମସ୍ତ ପର୍ଯ୍ୟାୟରେ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୋଟ ୧୨୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୩୪୮ ଜଣଙ୍କ ନାମରେ ଆପରାଧିକ ମାମଲା ରହିଛି। ସେହିପରି ୨୯୨ ଜଣ ପ୍ରାର୍ଥୀଙ୍କ ନାମରେ ଗୁରୁତର ଆପରାଧିକ ମାମଲା ରହିଛି। ଭାଜପାର ୧୦୦, ବିଜେଡି ୬୦, କଂଗ୍ରେସ ୬୦ ଓ ଆମ୍‌ ଆଦ୍‌ମୀ ପାର୍ଟିର ୭ ଜଣ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା ରହିଛି।
ସେହିପରି ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୨ ଜଣ ଆଦୌ ପାଠ ପଢ଼ି ନ ଥିବା ବେଳେ ୪୮ ଜଣ ପଞ୍ଚମ ପାସ୍‌, ୧୦୪ ଅଷ୍ଟମ ପାସ୍‌, ୨୦୧୧ ଦଶମ ପାସ୍‌, ୨୦୩ ଦ୍ୱାଦଶ ପାସ୍‌, ୨୭୨ ଗ୍ରାଜୁଏଟ୍‌, ୧୯୩ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀଧାରୀ ରହିଛନ୍ତି। ସେହିପରି ୧୮ ଜଣ ପ୍ରାର୍ଥୀ ଡକ୍ଟରେଟ କରିଥିବା ବେଳେ ୫୧ ଜଣ ଡିପ୍ଲୋମା ପ୍ରାର୍ଥୀ ଅଛନ୍ତି।
ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠକୁ ବିଶ୍ଳେଷଣ କରି ଆସୋସିଏଶନ୍‌ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପକ୍ଷରୁ ସୋମବାର ଜାରି କରାଯାଇଥିବା ରିପୋର୍ଟରେ ଏଭଳି ତଥ୍ୟ ଦର୍ଶାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?