ଆସିକା-କଳିଙ୍ଗା ଜାତୀୟ ରାଜପଥ ମରଣଯନ୍ତା

ଭଞ୍ଜନଗର,୧୦।୧୨(ଡି.ଏନ୍‌.ଏ.) – ରାଞ୍ଚି-ବିଜୟୱାଡ଼ା କରିଡ଼ର ରାସ୍ତାର ଭଞ୍ଜନଗର ଠାରୁ କଳିଙ୍ଗା ଘାଟି ପର୍ଯ୍ୟନ୍ତ ଜାତୀୟ ରାଜପଥ ନଂ.୧୫୭ କାମ ବହୁଦିନ ହେବ ମନ୍ଥର ଗତିରେ ଚାଲିଛି। ଫଳରେ ରାସ୍ତାର ଅନେକ ସ୍ଥାନରେ ବଡ଼ ବଡ଼ ଖାଲ ହୋଇଗଲାଣି। ଉକ୍ତ ରାସ୍ତାରେ ଯାତାୟାତ ବେଳେ ଚାଳକ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ସେହିଭଳି ଆସିକା ଠାରୁ ଭଞ୍ଜନଗର ଜାତୀୟ ରାଜପଥର ମଧ୍ୟ ଅନେକ ସ୍ଥାନରେ ବଡ଼ବଡ଼ ଖାଲ ହୋଇଗଲାଣି। ଏଠାରେ ମଧ୍ୟ ଚାଳକ ସମାନ ହଇରାଣ ହେଉଛନ୍ତି। ରାସ୍ତା ଖରାପ ଯୋଗୁ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ସହ ଗାଡି ମଧ୍ୟ ଖରାପ ହେଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକତା ରହିଛି।
ଭଞ୍ଜନଗର ଆସିକା ରାସ୍ତାର କେନ୍ଦୁପଦର, କେଶରାପଲ୍ଲୀ, ସୁମନ୍ତପଲ୍ଲୀ, ଗୁଣ୍ଠପଡ଼ା, ମୁନିଗାଡ଼ି, କ୍ଷତ୍ରିୟବରପୁର, ଦେଓଭୂମି ପ୍ରମୁଖ ସ୍ଥାନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି।
ସେହିଭଳି ଭଞ୍ଜନଗର କଳିଙ୍ଗା ରାସ୍ତାର କଲେଜ ପଡ଼ିଆ ସମ୍ମୁଖ, ଲାଲସିଂ ନର୍ସରୀ ନିକଟ, ଗଣ୍ଡିଶୁଳା ଛକ, ବୁଦୁଲି ନିକଟସ୍ଥ ଆଦି ସ୍ଥାନରେ ରାସ୍ତାରେ ବଡ଼ବଡ଼ ଖାଲ ହୋଇଗଲାଣି। ଗୋଟିଏ ପଟେ ସରକାର ଯାନାବାହାନରେ କାଗଜପତ୍ର ଠିକ୍‌ ନଥିଲେ ଜରିମାନା ଆଦାୟ କରୁଛନ୍ତି, ଅଥଚ ରାସ୍ତା ମରାମତି ପ୍ରତି ଦୃଷ୍ଟି ଦିଆଯାଉନାହିଁ। ବିଭିନ୍ନ ସମୟରେ ପ୍ରଶାସନ ଓ ବସ୍‌ ମାଲିକମାନଙ୍କ ମଧ୍ୟରେ ସମନ୍ବୟ ବୈଠକ ହେଲେ ବସ୍‌ ମାଲିକ ମାନେ ପ୍ରଥମେ ରାସ୍ତା ମରାମତି ଦାବି ଉପସ୍ଥାପନ କରୁଛନ୍ତି। ବୈଠକ ସରିଯିବା ପରେ ପ୍ରଶାସନ ରାସ୍ତା ମରାମତି ପ୍ରତି ଯେତିକି ଦୃଷ୍ଟି ଦେବାକଥା ଦେଉନାହାନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏନେଇ ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ହେବାର ସମ୍ଭାବନା ରହିଛି।
ଏନେଇ ଭଞ୍ଜନଗର ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ବିପ୍ରଚରଣ ବାରିକ କହିଛନ୍ତି, ରାସ୍ତା ଖରାପ ନେଇ ବାରମ୍ବାର ବିଭିନ୍ନ ବୈଠକରେ ଦାବି ଉପସ୍ଥାପନ କରାଯାଉଛି। କିନ୍ତୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ରାସ୍ତା ଖରାପ ଯୋଗୁ ଗାଡ଼ି ଟାୟାର ଅଳ୍ପ ଦିନରେ ନଷ୍ଟ ହେଉଛି, ଦୁର୍ଘଟଣା ମଧ୍ୟ ବଢ଼ୁଛି। ଗୋଟିଏ ପଟେ କରୋନା ଯୋଗୁ ବସ୍‌ରେ ଆବଶ୍ୟକ ଯାତ୍ରୀ ହେଉ ନଥିବା ଯୋଗୁ ଗାଡ଼ିମାଲିକ କ୍ଷତି ସହୁଥିବା ବେଳେ ଅନ୍ୟପଟେ ରାସ୍ତା ଖରାପ ସମସ୍ୟାକୁ ଦ୍ୱିଗୁଣିତ କରୁଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଜାତୀୟ ରାଜପଥ ମରାମତି


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଯୁବକ ମୃତ

କୁକୁଡାଖଣ୍ଡି,୭ା୧୨(ଡି.ଏନ.ଏ.): କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟରାସ୍ତା କାଳୁଆ ମନ୍ଦିର ନିକଟରେ ଶୁକ୍ରବାର ଅପରାହ୍ନ ସାଢେ ୪ଟାରେ ଏକ ସଡ଼କ ଦୁଘଟଣାରେ ବ୍ରହ୍ମପୁର ପାଣିଗ୍ରାହୀପେଣ୍ଠ ସାହିର ଜଣେ...

ବଡପୁଅ ଆକ୍ରମଣରେ ବାପା,୩ ଭାଇ ଆହତ

ବୁଗୁଡା,୧୩ା୫(ଡି.ଏନ.ଏ.)-ବୁଗୁଡା ଥାନା ଚିରିକିପଡା ଗ୍ରାମରେ ଜମିବାଡିକୁ କେନ୍ଦ୍ରକରି ଗୋଟିଏ ପରିବାରର ବଡପୁଅର ଆକ୍ରମଣରେ ବାପା ଏବଂ ୩ ଭାଇ ଆହତ ହୋଇଛନ୍ତି। ଆହତମାନେ ହେଲେ ବାପା...

ବଡ ଡାକ୍ତରଖାନାରୁ ନିଖୋଜ ହେଲେ ରୋଗୀ

ବ୍ରହ୍ମପୁର ଅଫିସ,୧୯ା୯:ବ୍ରହ୍ମପୁର ବଡ଼ ଡାକ୍ତରଖାନା ଆଶୁ ଚିକିତ୍ସା ବିଭାଗରେ ଚିକିତ୍ସାଧୀନ ଥିବା ଜଣେ ରୋଗୀ ରବିବାର ନିଖୋଜ ହୋଇଯାଇଛନ୍ତି। ଏ ନେଇ ତାଙ୍କ ପୁଅ ବୈଦ୍ୟନାଥପୁର...

ଦୁର୍ନୀତି ଅଭିଯୋଗରେ ଆମରଣ ଅନଶନ

ଚିକିଟି,୨ା୧୦(ଡି.ଏନ.ଏ.): ଚିକିଟି ବ୍ଲକ୍‌ ନୂଆପଡା ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାଯର୍‌ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଏହାର ଭିଜିଲାନ୍ସ ତଦନ୍ତ ଦାବି ହୋଇଛି। ଏହାର ତଦନ୍ତ...

ଗିରଫ ଶଳା ଭାଉଜ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୮।୧୨: ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ତୃପ୍ତିନଗରରେ ଗତ ୨୨ ତାରିଖ ରାତିରେ ରଞ୍ଜିତ ପାତ୍ର(୩୫)ଙ୍କର ତାଙ୍କ ଶଳାଘରେ ମୃତ୍ୟୁ ଘଟିଥିଲା। ଯାହାକୁ ନେଇ...

୧୫ ଜଣଙ୍କୁ କାରଣଦର୍ଶାଅ ନୋଟିସ: ନିର୍ବାଚନ କାର୍ଯ୍ୟରେ ଯୋଗଦେଇନାହାନ୍ତି ସରକାରୀ କର୍ମଚାରୀ

ଛତ୍ରପୁର,୧୭।୨(ଡି.ଏନ.ଏ): ନିର୍ବାଚନ କାର୍ଯ୍ୟ ଏକ ସାମ୍ବିଧାନିକ କାର୍ଯ୍ୟ। ଏହି କାର୍ଯ୍ୟ ସମ୍ପାଦନ ସକାଶେ ନିର୍ଦ୍ଦେଶ ପାଇଥିବା ପ୍ରତ୍ୟେକ ସରକାରୀ କର୍ମଚାରୀ ଏଥିରେ ସହଯୋଗ କରିବା ଆବଶ୍ୟକ।...

କବିସୂର୍ଯ୍ୟନଗରରେ ଚାଲିଛି ବେଆଇନ ଇଟାଭାଟି

କବିସୂର୍ଯ୍ୟନଗର,୧୭ା୫- କବିସୂର୍ଯ୍ୟନଗର ତହସିଲ ଅଞ୍ଚଳରେ ଚାଲିଛି ବେଆଇନ ଇଟାଭାଟି। ପୋଲିସ ଓ ତହସିଲ କର୍ତ୍ତୃପକ୍ଷ ସବୁ ଜାଣି ନୀରବ ରହୁଛନ୍ତି। ରାଜସ୍ବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ...

ବାହାର ରାଜ୍ୟରେ ଗଞ୍ଜାମର ୩ ଲକ୍ଷ ଲୋକ: ୨ ଦିନରେ ୧୯୨୫ ଜଣ କଲେଣି ଅନ୍‌ଲାଇନ୍‌ରେ ପଞ୍ଜୀକରଣ

ଛତ୍ରପୁର,୨୬ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାର ୩ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ବାହାର ରାଜ୍ୟରେ ଥିବା ସମ୍ପର୍କରେ ପ୍ରାକ୍‌ ଆକଳନରୁ ଜଣାପଡ଼ିଛି। ଏଥିରୁ ଅଧିକାଂଶ ଲୋକ...

Advertisement
Archives

Model This Week