Posted inଫୁରସତ

ଘର ସଫା କରିବା ସମୟରେ ମିଳିଲା ଜେଜେବାପାଙ୍କ ଡାଏରୀ, ଏଥିରେ ଯାହା ଲେଖାଥିଲା ନାତି ହେଲେ ଆଶ୍ଚର୍ଯ୍ୟ

ଜଣେ ଯୁବକ ତାଙ୍କ ମା’ଙ୍କ ସହିତ ଘର ସଫା କରୁଥିବା ସମୟରେ ଏକ ଡାଏରୀ ପାଇଥିଲେ। ଏଥିରୁ ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଏହି ଡାଏରୀରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ବି.ଆର୍‌ ଆମ୍ବେଦକର ଏବଂ ସିଭି ରମଣଙ୍କ ପରି ମହାନ ବ୍ୟକ୍ତିଙ୍କ ପ୍ରକୃତ ଦସ୍ତଖତ ରହିଥିଲା।

गांधी-नेहरू-आंबेडकर के हस्ताक्षर

ବିଜୟ ବସରୁର ନାମକ ଜଣେ ଯୁବକ ଏହି ଦସ୍ତଖତର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ଗତ କିଛି ଦିନ ତଳେ ମୁଁ ଘର ସଫା କରୁଥିଲି। ଏହି ସମୟରେ ଜେଜେ ବାପାଙ୍କ ଡାଏରୀ ପାଇଲି। ଏଥିରେ ନେହରୁ, ଆମ୍ବେଦକର ଏବଂ ସିଭି ରମଣଙ୍କ ଦସ୍ତଖତ ପାଇଛି।

ଏହା ବ୍ୟତୀତ ବିଜୟ ସେହି ସମସ୍ତ ଦସ୍ତଖତର  ଫଟୋ ପୋଷ୍ଟ କରିଥିଲେ। ଦସ୍ତଖତ ବ୍ୟତୀତ ଦସ୍ତଖତର ତାରିଖ ମଧ୍ୟ ଲେଖାଯାଇଛି। ପୃଷ୍ଠାଗୁଡ଼ିକୁ ଦେଖିଲେ ଏଗୁଡ଼ିକ ବହୁତ ପୁରୁଣା ବୋଲି ବୁଝାପଡ଼େ।

ପୋଷ୍ଟ କରାଯାଇଥିବା ଫଟୋଗୁଡ଼ିକ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ନେହେରୁଙ୍କ ଦସ୍ତଖତ ୧୯୩୭ରେ ହୋଇଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ଦସ୍ତଖତ ୧୯୩୮ରେ ଏବଂ ଆମ୍ବେଦକରଙ୍କ ଦସ୍ତଖତ ୧୯୪୮ରେ ହୋଇଛି। ସିଭି ରମଣଙ୍କ ଦସ୍ତଖତରେ ତାରିଖ ଲେଖା ନାହିଁ।

ଟୁଇଟର ବ୍ୟବହାରକାରୀମାନେ ଏହି ଫଟୋ ଦେଖି ବହୁତ ଖୁସି ବ୍ୟକ୍ତ କରିଛନ୍ତି। କିଛି ଲୋକ ବିଜୟଙ୍କୁ ପରାମର୍ଶ ଦେଉଥିବାର ଦେଖାଯାଇଛି। ଏହି ଡାଏରୀକୁ ସବୁଦିନ ସାଇତି ରଖିବା ପାଇଁ ୟୁଜରମାନେ ବିଜୟଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭ ଅଶୁଭର ସଙ୍କେତ ଦିଏ କାଉ

ଶାସ୍ତ୍ରରେ ପଶୁପକ୍ଷୀଙ୍କ ଉପସ୍ଥିତି ଓ ସ୍ବର ଆଧାରରେ ତାହା ଶୁଭ କି ଅଶୁଭ ସ୍ଥିର କରାଯାଇଥାଏ। କୁହାଯାଏ ଯେ, ଛାତ ଉପରେ ଯଦି କୌଣସି କାଉ...

କରୋନା ଚିକିତ୍ସା ପାଇଁ ୬ ଔଷଧ; ଜାଣନ୍ତୁ କ’ଣ ରହିଛି ମୂଲ୍ୟ

ନୂଆଦିଲ୍ଲୀ,୧୫।୭: ବର୍ତ୍ତମାନ କରୋନା ନିୟନ୍ତ୍ରଣକୁ ଆସିନାହିଁ। ଏଭଳି ସ୍ଥିତିରେ ଭାରତରେ କରୋନା ଚିକିତ୍ସା ଲାଗି ପ୍ରାଥମିକ ପର୍ଯ୍ୟାୟରେ ୬ ଔଷଧ ବ୍ୟବହାର କରାଯାଉଛି। ଗ୍ଲେନମାର୍କ ଫାର୍ମାସିଟିକାଲ...

ସେଲୁନ ମାଲିକଙ୍କ ଝିଅ ହେଲେ ୟୁଏନ୍‌ଏଡିଏପିର ଗୁଡ୍‌ ଓ୍ବିଲ ଆମ୍ବାସଡର

ଚେନ୍ନାଇ,୬।୬: କରୋନା ଭାଇରସକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଗରିବଙ୍କ ସେବା କରିଥିବା ଜଣେ ସେଲୁନ ମାଲିକଙ୍କ ଝିଅ ଏବେ ୟୁନାଇଟେଡ ନେଶନ୍ସ ଆସୋସିଏଶନ...

ମିଳିବ ପ୍ରାଣୀ-ପାଳନ ଛୁଟି

ଘରେ ଯଦି କେହି ପ୍ରାଣୀ ଅର୍ଥାତ ଗୃହପାଳିତ ପଶୁ ପାଳନ କରୁଛନ୍ତି ତା’ହେଲେ ସେମାନଙ୍କୁ ପ୍ରାଣୀ-ପାଳନ ଛୁଟି ମିଳିବ। ଅବଶ୍ୟ ଏଭଳି ଏକ ଛୁଟି ବିଷୟ...

ପ୍ରତିଦିନ ୫ଶହ ଲୋକଙ୍କୁ ମାଗଣାରେ ଖାଇବାକୁ ଦିଅନ୍ତି ଏହି ବାବା

ଭୋକିଲା ଲୋକଙ୍କୁ ଖାଇବାକୁ ଦେଲେ ଅନେକ ପୂଣ୍ୟ ହୋଇଥାଏ ବୋଲି କୁହାଯାଏ। କେବଳ ମଣିଷ ନୁହେଁ ପଶୁପକ୍ଷୀଙ୍କୁ ମଧ୍ୟ ଖାଇବାକୁ ଦେଲେ ଏହାପୂଣ୍ୟ ବୋଲି କୁହାଯାଏ।...

ଗାଁକୁ ନାହିଁ ରାସ୍ତା: ଖଟରେ ବୁହା ହେଲେ ରୋଗୀ

ଅନୁପପୁର,୧୩।୮: ଗରିବ ଲୋକଙ୍କ ପାଇଁ ଓ ଗାଁଗୁଡ଼ିକୁ ବିକଶିତ କରିବା ଲାଗି ସରକାର ମାଳ ମାଳ ଯୋଜନା କରୁଛନ୍ତି। ଏନେଇ ଡିଣ୍ଡିମ ମଧ୍ୟ ପିଟୁଛନ୍ତି। ହେଲେ...

ବେଦୀ ଚାରିପଟେ ନାଚି ନାଚି ବାହାହେଲେ ବରକନ୍ୟା, ଭିଡିଓ ଦେଖି ଲୋକେ କହିଲେ…

ସୋସିଆଲ ମିଡିଆରେ ଏକ ବିବାହ ଫଟୋ ଏବେ ଭାଇରାଲ ହେଉଛି। ଭିଡିଓରେ ବରକନ୍ୟା ନାଚି ନାଚି ସାତଫେରା ନେଇଛନ୍ତି। ଅଗ୍ନିକୁ ସାକ୍ଷୀ ରଖି ବରକନ୍ୟା ବିବାହ...

ସ୍କୁଲରେ ୭୬ ଜଣଙ୍କ ମୁହଁ ଏକାଭଳି

ଚଣ୍ଡିଗଡ଼: କୁହାଯାଏ, ଦୁନିଆରେ ଏକ ମୁହଁର ଅନେକ ଲୋକ ଥାନ୍ତି। କିନ୍ତୁ ସେମାନଙ୍କୁ ଏକାସାଙ୍ଗରେ ଦେଖିବା ଘଟଣା କମ୍‌ ଦେଖିବାକୁ ମିଳିଥାଏ। ହେଲେ ଏପରି ଏକ...

Advertisement
Archives

Model This Week