ଆମେରିକାରେ ପ୍ରଦର୍ଶିତ ହେଲା ଓଡ଼ିଶାର ବାନ୍ଧକଳା

ଭୁବନେଶ୍ୱର, ୮ା୧୧(ବ୍ୟୁରୋ): ଆମେରିକାର ଓ୍ବାଶିଂଟନସ୍ଥିତ କେନେଡି ସେଣ୍ଟରରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର ବାନ୍ଧକଳା। ଓଡ଼ିଶାର ହସ୍ତକଳାକୁ ନ୍ୟାଶନାଲ ଅପେରା ମଞ୍ଚ ମାଧ୍ୟମରେ ବିଶ୍ୱ ଦରବାରରେ ପହଞ୍ଚାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଫ୍ୟାଶନ ଡିଜାଇନର ବିଭୁ ମହାପାତ୍ର। ୨ ବର୍ଷ ପରେ ଏହି ନ୍ୟାଶନାଲ ଅପେରା ଖୋଲିଥିବାବେଳେ ଗତ ଶନିବାର ଏଥିରେ ବିଭୂଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନ୍‌କୁ କଳାକାରମାନେ ପରିଧାନ କରି ଦର୍ଶକଙ୍କ ମନ ଓ ହୃଦୟ ଜିଣିଛନ୍ତି। ଏହାର ଶୀର୍ଷକ ଥିଲା ‘ଗୃହାଗମନ- ସେଲିବ୍ରେଶନ ଅଫ୍‌ ରିଟର୍ଣ୍ଣ’। ଅପେରା ତାରକା ଇସାବେଲ ଲିଓନାର୍ଡ ଓଡ଼ିଶାର କଳା, ଧଳା ଓ ନାଲି ସୂତାରେ ପ୍ରସ୍ତୁତ ‘ଇକତ୍‌’ରୁ ଏକ ସୁନ୍ଦର ସ୍ଥାପତ୍ୟ ପୋଷାକ ପରିଧାନ କରିଥିଲେ। ସେହିପରି ଅପେରାର ଅନ୍ୟତମ କଳାକାର ଲରେନ୍ସ ବ୍ରାଉନ୍‌ଲି କମଳା ଓ ସ୍ବର୍ଣ୍ଣିମ ‘ଇକତ୍‌’ ପ୍ରସ୍ତୁତ ସ୍କାର୍ଫ ଏବଂ ଓଡ଼ିଶା କୋଟପାଡ଼ ରେଶମ୍‌ ନେହେରୁ ଜ୍ୟାକେଟ୍‌ ପରିଧାନ କରିଥିଲେ। ଫ୍ୟାଶନ ଡିଜାଇନର ବିଭୁଙ୍କ ‘ଇକତ୍‌’ ବାନ୍ଧକଳା ବିଶ୍ୱ ଦରବାରରେ ଫ୍ୟାଶନ ରୂପେ ଆଦୃତ ହୋଇ ଓଡ଼ିଶାର ଅନୁପମ ହସ୍ତତନ୍ତ ଓ ଅପୂର୍ବ ବୟନଶିଳ୍ପକୁ ସାରା ବିଶ୍ୱ ବଜାରରେ ଆଦୃତ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଅପରପକ୍ଷେ ଓଡ଼ିଶାର ବୟନ ଶିଳ୍ପକୁ ଆମେରିକାରେ ସ୍ଥାନ ଦେଇଥିବାରୁ ବିଭୁ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଏହାଦ୍ୱାରା ବୟନ ଶିଳ୍ପ ଅଧିକ ଲୋକପ୍ରିୟ ହେବା ସହ ବିଶ୍ୱସ୍ତରରେ ପହଞ୍ଚତ୍ପାରିବ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍‌ ମାଧ୍ୟମରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବେନ୍ଦ୍ର ଦାଶଙ୍କୁ ୨ୟ ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ବିଶିଷ୍ଟ ଲେଖକ ଡ. ଦେବେନ୍ଦ୍ର କୁମାର ଦାଶଙ୍କୁ ଚଳିତବର୍ଷ ‘୨ୟ ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ’...

ପିସିସି ସଭାପତି ବଦଳିବା ଚର୍ଚ୍ଚା

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ଯଦିଓ ସୋମବାର ନୂଆଦିଲ୍ଲୀରେ ବସିବାକୁ ଥିବା ସିଡବ୍ଲ୍ୟୁସି ବୈଠକରେ ଏନେଇ...

ଲୁଟ୍‌ ବେଳେ ବାଇକ୍‌ ପଡ଼ିଗଲା: ଲୁଟେରା ଲୁଟ୍‌ ସାମଗ୍ରୀ, ବାଇକ୍‌ ଛାଡ଼ି ଫେରାର

ଖୋର୍ଦ୍ଧା ଅଫିସ/ଯାଁଳା, ୧୮।୭(ଡି.ଏନ.ଏ.) : ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥର କେ.କେ. ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ରାତି...

ନୂଆ ଷ୍ଟ୍ରେନ୍‌ରୁ ଲକ୍‌ଡାଉନ ଚର୍ଚ୍ଚା

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଇବାବେଳକୁ ପୁଣି ଚିନ୍ତା ବଢ଼ାଇଲାଣି ବ୍ରିଟେନରେ ସୃଷ୍ଟି ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍‌। ଏହାକୁ ମୁକାବିଲା କରିବା ପାଇଁ ଭାରତ...

ଗୋଟିଏ ଦିନରେ ୧, ୪୧.୦୦୦ଜରିମାନା ଆଦାୟ

ଭଦ୍ରକ ଅଫିସ,୧୪।୪: ଜିଲାରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଆଇନ ଉଲ୍ଲଂଘନକାରୀଙ୍କ ଉପରେ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସୋମବାର ସକାଳୁ ସନ୍ଧ୍ୟା ଭିତରେ...

ସକାରାତ୍ମକ ଦୃଷ୍ଟିଭଙ୍ଗୀ କୌଶଳ ମନୋଜଙ୍କୁ ଜଣାଥିଲା: ତଥାଗତ

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ):ଜୀବନରେ ସବୁ କଥାକୁ କିପରି ସକାରାତ୍ମକ ଦୃଷ୍ଟିରେ ଦେଖାଯାଇପାରିବ ତା’ର କୌଶଳ କଥାକାର ମନୋଜ ଦାସଙ୍କଠାରୁ ଶିଖିବାକୁ ମିଳିଥିଲା। ପଣ୍ଡିଚେରୀରେ ପଢୁଥିବାବେଳେ ସେଠାରେ ତାଙ୍କ...

କାଠମାଣ୍ଡୁରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର

ଢେଙ୍କାନାଳ ଅଫିସ/ଭୁବନେଶ୍ୱର,୩୦।୪(ବ୍ୟୁରୋ): ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ଗୁରୁବାର ତାଙ୍କ ମରଶରୀରକୁ ବେସ୍‌ କ୍ୟାମ୍ପ-୪ରୁ ସ୍ବତନ୍ତ୍ର ହେଲିକାପ୍ଟର...

ଘରେ ପହଞ୍ଚିବ ଭୋଗ, ବ୍ରତ, ଶଙ୍ଖା, ସିନ୍ଦୂର

କଟକ ଅଫିସ, ୧୦ା୧୦: ଦୁର୍ଗାପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ କଟକ ସହର। ପ୍ରାୟ ୧ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। କାରିଗରମାନେ ମୂର୍ତ୍ତି ଓ...

Advertisement
Archives

Model This Week