ଋଷିକୁଲ୍ୟା ମୁହାଣରେ ଛୁଆ ଅଲିଭ୍‌ ରିଡ୍‌ଲେଙ୍କ ଆଗମନ

ନୂଆ ଠିକଣା ପାଇଲେ ଲକ୍ଷାଧିକ କଇଁଛ
ଗଞ୍ଜାମ,୧୮।୪(ଡି.ଏନ.ଏ.) ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ସମ୍ପ୍ରତି ଲକ୍ଷ ଲକ୍ଷ ସଂଖ୍ୟାରେ ବେବି ଅଲିଭ ରିଡଲେ ନୂଆଁ ଠିକଣା ପାଇବା ଲକ୍ଷ୍ୟ କରାଯାଇଛି। ଗତ ୧୫ ତାରିଖରୁ ଉକ୍ତ ପ୍ରକ୍ରିୟା ଜାରି ରହିଛି। ଗତ ଦିନରେ ୬ ଲକ୍ଷ ୩୭ ହଜାର ୮ ଗୋଟି ସାମୁଦ୍ରିକ କଇଁଚ ଗଞ୍ଜାମ ବ୍ଲକର ପୋଡ଼ାମପେଟା ବେଳାଭୂମିରେ ଗଣ ଅଣ୍ଡାଦାନ କରିଥିବା ବେଳେ ୪୫ ଦିନ ପରେ ସେଇ ଅଣ୍ଡା ଗୁଡ଼ିକରୁ ଛୁଆ ଫୁଟିବା ଆରମ୍ଭ କରିଛି। ଫଳରେ ବାଲୁକା ରାଶି ମଧ୍ୟରେ ପୋତି ହୋଇ ରହିଥିବା ଅଣ୍ଡାରୁ ଗୋଟାକ ପରେ ଗୋଟେ ଛୁଆ ଉପରକୁ ଉଠି ଆସିବାପରେ ସମୁଦ୍ର ଲହରିର ଶବ୍ଧ ଓ ଲହରୀରୁ ଉତ୍ପନ ହେଉଥିବା ତେଜକ୍ରିୟ ରଶ୍ମି ଛୁଆ ଗୁଡିକ ସମୁଦ୍ର ଜଳ ରାଶି ଆଡକୁ ମୁହାଁଉଥିବା ଦେଖିବାକୁ ମିଳିଛି। ଛୁଆ ଗୁଡିକର ପେଟ ଭାଗରେ ଥିବା କେଶର ସେମାନଙ୍କୁ ଶକ୍ତି ଯୋଗାଉଥିବା ବେଳେ ସେହି ଶକ୍ତି ପ୍ରଭାବରେ ଛୋଟ ଛୁଆ ଗୁଡିକ ସମୁଦ୍ରର ଗଭୀର ଜଳ ମଧ୍ୟକୁ ପହଁରି ଚାଲି ଯାଉଥିବା ପରିବେଶବିତ ମାନେ ପ୍ରକାଶ କରିଛନ୍ତି। ବ୍ରହ୍ମପୁର ଡିଏଫ୍‌ଓ ସନି ଖୋଖର ବେଳାଭୂମିରେ ପହଞ୍ଚି ଉକ୍ତ ବେବି ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳବାସୀ ସୁରକ୍ଷା ଦାୟତ୍ୱରେ ତୁଲାଉଛନ୍ତି। ଅନ୍ୟପଟେ ଗଞ୍ଜାମ ଅଞ୍ଚଳର ଦିଗଦର୍ଶନ ଫାଉଣ୍ଡେଶନ ଓ ପୋଇରାଶି ପଞ୍ଚାୟତର ତାରିଣୀପଲ୍ଲୀ ଗ୍ରାମର ୟୁଥ ଫର ଭିଲେଜ ତରଫରୁ ବେବି ଅଲିଭ ରିଡଲେଙ୍କ ସୁରକ୍ଷାକୁ ନେଇ ସ୍ବେଚ୍ଛାସେବୀମାନେ ବେଳାଭୂମିରେ ଭୋରରେ ପହଞ୍ଚି ଛୁଆ ଗୁଡିକୁ ବାଟବଣା ହୋଇଯାଉଥିବା ଏବଂ ପ୍ଳାଷ୍ଟିକ ବାଡ଼ରେ ସଲଗ୍ନ ଜାଲ ସହ ଛନ୍ଦୀ ହୋଇଯାଉଥିବା ଛୁଆ କଇଁଚ ଗୁଡିକୁ ପ୍ଲାଷ୍ଟିକ ବାଲତିରେ ସଂଗ୍ରହ କରି ସମୁଦ୍ର ଜଳରେ ଛାଡ଼ୁଛନ୍ତି। ଉମାକାନ୍ତ ବେହେରା, ଡି. ଦେବହରି ରେଡି, ବିଜୟଲକ୍ଷ୍ମୀ ମହାଙ୍କୁଡ଼, ଜି. ଗଙ୍ଗା, ସୁରଜ ପଣ୍ଡା, ଚୈତନ୍ୟ ରେଡି, ଦୀପକ କୁମାର ସାହୁ, ୟୁ. ସୀମା, ସୁଦର୍ଶନ ପାଢ଼ୀ ପ୍ରମୁଖ ଦିଗଦର୍ଶନ ଫାଉଣ୍ଡେସନ ଏବଂ ୱାଇ ଫର ଭିର କର୍ମକର୍ତ୍ତାଙ୍କ ସହ ଶିଶୁ ସ୍ବେଚ୍ଛାସେବୀ ଡି. ବ୍ରିଶାଙ୍କ ଉପସ୍ଥିତ ରହି ସାମୁଦ୍ରିକ କଇଁଚ ଛୁଆ ଗୁଡିକୁ ଛାଡିବାର ବ୍ୟବସ୍ଥା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ଦେଶରେ ବଢ଼ିବ ଏସି ବ୍ୟବହାର, ଗରିବ ଦେଶରେ ଯିବ ଅଧିକ ଜୀବନ

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୩୦ ହଜାର ଅତିରିକ୍ତ ଲୋକଙ୍କ ମୃତ୍ୟୁ…

ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ, ହାତ କାଟି ମାରିଲେ ସ୍ବାମୀ: ହତ୍ୟା ପରେ ନିଜେ…

ଭୁବନେଶ୍ୱର,୨୮।୭(ତ୍ରିନାଥ ମହାନ୍ତି):ମଞ୍ଚେଶ୍ୱର ଥାନା ଚକେଇଶିଆଣି ସାହୁ କଲୋନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଘରେ ଅନ୍ୟ କେହି ସଦସ୍ୟ ନ ଥିବାବେଳେ ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ କାଟି…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri