Posted inଫୁରସତ

ସେନାଙ୍କ ଗାଁ ବିଲିପଡ଼ା

ପବିତ୍ର ଦେଶ ମାତୃକାର ସେବା କରିବା ପାଇଁ ଅନେକ ଯୁବତୀଯୁବକ ସୈନ୍ୟବାହିନୀରେ ଯୋଗଦେଇଥାନ୍ତି। ସେମାନଙ୍କ ତ୍ୟାଗ ଓ ଦେଶପ୍ରେମ ସେମାନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥାଏ। ତେବେ ଓଡ଼ିଶାର ଏମିତି ଏକ ଗାଁ ଅଛି ଯେଉଁଠି ଏକାଧିକ ଯୁବକ ସୈନ୍ୟବାହିନୀରେ ଯୋଗଦେଇ ଗାଁକୁ ସେନାଙ୍କ ଗାଁ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେଇ ଗାଁଟି ହେଉଛି ବିଲିପଡ଼ା। ଗାଁଟି ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଞ୍ଚାୟତରେ ଅବସ୍ଥିତ ।

ଏହି ପଞ୍ଚାୟତରେ ରହିଛି ୭ଟି ରାଜସ୍ବ ଗ୍ରାମ । ସେଥିମଧ୍ୟରୁ ବିଲିପଡ଼ା ଅନ୍ୟତମ । ଗାଁର ଅଧିକାଂଶ ପରିବାରର ଯୁବକ ସୈନ୍ୟବାହିନୀରେ ଚାକିରି କରିଆସୁଛନ୍ତି । ତେଣୁ ଆଖପାଖ ଗାଁର ଲୋକେ ଏହି ଗାଁକୁ ସେନା କର୍ମଚାରୀଙ୍କ ଗାଁ ବୋଲି କୁହନ୍ତି। ଏବେ ସୁଦ୍ଧା ଗାଁର ପ୍ରାୟ ୩୭ଜଣ ଯୁବକ ସ୍ଥଳ, ଜଳ ଓ ଆକାଶ ବାହିନୀ ଓ ଅନ୍ୟକେତେଜଣ ପୋଲିସ ବିଭାଗରେ ଚାକିରି କରିଛନ୍ତି ।

ଦେଶ ସେବାରେ ନିୟୋଜିତ ହୋଇପାରିଥିବାରୁ ଏହି ଗାଁର ଯୁବକ ଓ ତାଙ୍କ ପରିବାରଲୋକେ ନିଜକୁ ସୌଭାଗ୍ୟବନ୍ତ ମନେ କରନ୍ତି। ସୂଚନା ଯୋଗ୍ୟ କି, ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଗାଁ ହେଉଛି ବିଲିପଡ଼ା । ଭୁବନେଶ୍ୱରରୁ ବାଲେଶ୍ୱର ରାସ୍ତାର କୁଆଖିଆ ବଜାରଠାରୁ ମାତ୍ର ୧ କି.ମି. ବାଲେଶ୍ୱର ଆଡକୁ ଗଲା ବେଳେ ଏହି ଗାଁଟି ପଡ଼େ । ରାଜପଥ ଏହି ଗାଁକୁ ୨ ଭାଗରେ ବିଭକ୍ତ କରିଛି । ପଞ୍ଚାୟତର ୧୫ଟି ୱାର୍ଡ ମଧ୍ୟରୁ ଶେଷ ୩ଟି ଯଥା ୧୩, ୧୪ ଓ ୧୫ନମ୍ବର ୱାର୍ଡକୁ ନେଇ ଏହି ଗାଁ ଗଠିତ । ପଞ୍ଚାୟତର ଶେଷ ୱାର୍ଡ(୧୫ନଂ) ରାଜପଥ ଦ୍ୱାରା ବିଭାଜିତ ହୋଇଛି । କିନ୍ତୁ ଗାଁରେ ଅନୂ୍ୟନ ୩୦୦ରୁ ଊର୍ଦ୍ଧ୍ୱ ପରିବାରରେ ବର୍ତ୍ତମାନ ପ୍ରାୟ୧୫୦୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ରହିଛି। ଏହି ଗାଁର ଅଧିକାଂଶ ପରିବାର କୃଷିଜୀବୀ । ସବୁଠୁ ବଡ଼କଥା ହେଲା ଏଠାରେ ଅଧିକାଂଶ କୃଷକ ପରିବାର ପିଲା ସେନାରେ କାର୍ଯ୍ୟ କରୁଛନ୍ତି। ସେ ଦୃଷ୍ଟିରୁ ଦେଖିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ସ୍ଲୋଗାନ ‘ଜୟ ଯବାନ ଜୟ କିଷାନ’ ଉକ୍ତିଟି ଗାଁର କୃଷକ ଓ ଯବାନଙ୍କ ପାଇଁ ବେଶ୍‌ ପ୍ରଯୁଜ୍ୟ ଭଳି ଲାଗେ ା ଅନ୍ୟପକ୍ଷେ ଦେଶ ପାଇଁ ସୈନ୍ୟବାହିନୀରେ ଯୋଗଦେବାର ମନବୃତ୍ତି ଯୁବକମାନଙ୍କ ମଧ୍ୟରେ ବୃଦ୍ଧିପାଇଛି। ଏହି ଗାଁର ସତ୍ୟାନନ୍ଦ ଆଇଚ, ଦେବେନ୍ଦ୍ର ଆଇଚ, ସୁମନ୍ତ ଆଇଚ, ସନ୍ତୋଷ କୁମାର ଆଇଚ, ରମେଶ ଚନ୍ଦ୍ର ଆଇଚ, ସନେନ୍ଦ୍ର ଆଇଚ ଓ ଅମରେନ୍ଦ୍ର ଧଳ ପ୍ରମୁଖ ସେନା ବିଭାଗରେ ସାମିଲ ହୋଇଥିବା ବେଳେ ଶୁଭଙ୍କର ଆଇଚ ସିଆର୍‌ପିଏଫ୍‌ରେ, ସେହିପରି ଅନ୍ୟ କେତେଜଣ ଓଡ଼ିଶା ପୋଲିସ, ଓଏସ୍‌ଏପି, ସିଆର୍‌ପିଏଫ, ଆଇଆର୍‌ବି ଏବଂ ଓଏଫ୍‌ଏସ୍‌ ସେବା ବିଭାଗରେ ଯୋଗଦେଇ ଦେଶର ସେବା କରୁଛନ୍ତି। ଏମିତି ଏକାଧିକ ଯୁବକ ସୈନ୍ୟବାହିନୀରେ ଯୋଗଦେଇ ଗାଁର ନାଁକୁ ଗୌରବମୟ କରିଛନ୍ତି । ପୂଜାପାର୍ବଣ ସମୟରେ ଗାଁକୁ ଛୁଟି କାଟିବାକୁ ଆସୁଥିବା ସେନା କର୍ମଚାରୀମାନଙ୍କ ଚଳଣି ଯୁବପିଢ଼ିଙ୍କୁ ପ୍ରଭାବିତ କରିଥାଏ । ପରିଣାମ ସ୍ବରୂପ ଗାଁରୁ ୩୭ଜଣ ଯୁବକ ସୈନ୍ୟବାହିନୀରେ ଯୋଗଦେଇ ସାରିଲେଣି। ଗାଁକୁ ଫେରୁଥିବା ସୈନ୍ୟଭାଇମାନଙ୍କ ସହ ଆଲୋଚନା କରି ଗାଁର ଯୁବକମାନେ ସୈନ୍ୟବାହିନୀରେ ଯୋଗଦେବା ପାଇଁ ଯେଉଁ ଜ୍ଞାନକୌଶଳର ଆବଶ୍ୟକତା ରହିଛି ସେ ସମ୍ପର୍କରେ ଆଗୁଆ ଅବଗତ ହୋଇ ନିଜକୁ ସେହିଭଳି ଭାବେ ପ୍ରସ୍ତୁତ କରନ୍ତି। ଏହାବାଦ ଏହି ଗାଁର ଯୁବକ ସୈନ୍ୟବାହିନୀରୁ ଅବସର ପାଇବା ପରେ ତାଙ୍କ ପାଇଁ ସ୍ବତନ୍ତ୍ର ସମ୍ବର୍ଦ୍ଧନା ସଭାର ମଧ୍ୟ ଆୟୋଜନ କରାଯାଇଥାଏ । ଆୟୋଜିତ ସଭାରେ ସେନାକର୍ମଚାରୀଙ୍କ ମାତା ଓ ପିତାଙ୍କୁ ବି ସମ୍ମାନିତ କରାଯାଇଥାଏ। ଏ ଦିଗରେ ଗାଁର ଉତ୍କଳ କ୍ଲବର ସଦସ୍ୟମାନେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି ା ଏଭଳି ନିଆରା କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଆଦର୍ଶ ଉଦାହରଣ ପାଲଟିଛିି ।

ଏଥିରେ ଗାଁର ଆବାଳ ବୃଦ୍ଧ ବନିତା ଏକତ୍ରିତ ହୋଇ ଏକ ପଟୁଆରରେ ସେହି ଅବସରପ୍ରାପ୍ତ ସେନାକର୍ମଚାରୀଙ୍କୁ ଗାଁ ଗାଁ ବୁଲାଇଥାନ୍ତି । ଗାଁ ତରଫରୁ ଏମିତି ସମ୍ବର୍ଦ୍ଧିତ କରାଯିବାର ପରମ୍ପରା ଗାଁର ଯୁବପିଢ଼ିମାନଙ୍କୁ ପ୍ରେରଣା ଦେଇଥାଏ। ଆଉ ନୂତନପିଢିଙ୍କ ମନରେ ସେନା ବାହିନୀରେ ଯୋଗଦେବାର ଭାବନା ସୃଷ୍ଟି କରିଥାଏ। ଏ ସମ୍ପର୍କରେ ସ୍ଥଳ ସେନାରେ ସେନାନାୟକ ଭାବେ କାର୍ଯ୍ୟ କରୁଥିବା ଅମରେନ୍ଦ୍ର ଧଳ କୁହନ୍ତି, ‘ଦେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବାରେ ଆତ୍ମତୃପ୍ତି ମିଳିଥାଏ ା ସୈନ୍ୟବାହିନୀରେ ଚାକିରି ପାଇବାକୁ ଭଗବାନଙ୍କ ବରଦାନ ବୋଲି ମନେକରେ । ଗାଁରେ ଅନ୍ୟମାନଙ୍କ ଉତ୍ସାହ, ଯୁବପିଢ଼ିଙ୍କୁ ଦେଶ ମାତୃକାର ସେବା କରିବା ପାଇଁ ଆହ୍ବାନ ଦିଏ।’ ଅବସରପ୍ରାପ୍ତ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସିଂ କେଦାର କୁମାର ଆଏଚ କୁହନ୍ତି,‘ସେନା କର୍ମଚାରୀ ଓ ତାଙ୍କ ପରିବାର ଖୁସିରେ ରହିବା ପାଇଁ ଆମେ ଗୁରୁତ୍ୱ ଦେଇଥାଉ । ତାସହ ଗାଁ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଗଛ ଲଗାଇବା, ଗାଁ ଛକକୁ ଆଲୋକୀକରଣ ଓ ଉତ୍କଳ କ୍ଲବର ବିକାଶ ପାଇଁ ମଧ୍ୟ ଉଦ୍ୟମ କରୁ । ସେହିପରି ଅବସରପ୍ରାପ୍ତ ସେନା କର୍ମଚାରୀ ଶୁଭ୍ରଦୀପ୍ତ ଧଳ କୁହନ୍ତି,‘ଗ୍ରାମର ଆରାଧ୍ୟା ଦେବୀ ମା’ ବୁଢ଼ୀ ଭାଲୁଶୁଣୀଙ୍କ ପୀଠର ଉନ୍ନତି ଓ ଗାଁ କ୍ଲବକୁ ଏକ ନୂତନ ରୂପରେଖା ଦେବା ପାଇଁ ପ୍ରୟାସ ଚାଲିଛି।’ ଉତ୍କଳ କ୍ଲବର ସଦସ୍ୟ ଜ୍ୟୋତିପ୍ରକାଶ ବିଶ୍ୱାଳ କୁହନ୍ତି, ‘ଏହି ଗାଁରୁ ପ୍ରାୟ ୩୭ଜଣ ଯୁବକ ସୈନ୍ୟବାହିନୀରେ ଚାକିରି କରିବା ଅତ୍ୟନ୍ତ ଗର୍ବର ବିଷୟ ା ପୂଜାପାର୍ବଣରେ ଯେବେ ସେମାନେ ଗାଁକୁ ଫେରନ୍ତି ଗାଁ ଅଧିକ ଉତ୍ସବମୁଖର ହୋଇଉଠେ । ଯୁବପିଢିଙ୍କ ସହ ସେମାନେ ନିଜର ଅନୁଭୂତିକୁ ବାଣ୍ଟିଥାନ୍ତି, ଯାହାକି ସେମାନଙ୍କୁ ପ୍ରେରଣା ଯୋଗାଏ।’ ଶିକ୍ଷକ ସୁଧାଂଶୁ ଶେଖର ଆଏଚ କୁହନ୍ତି, ‘ଏହି ଗାଁର ଏକାଧିକାଂଶ ଯୁବକ ଦେଶ, ଜାତି ପାଇଁ ସୈନ୍ୟବାହିନୀରେ ଯୋଗ ଦେଇଛନ୍ତି। ସେମାନେ ନିଜ ପରିବାରକୁ ଛାଡ଼ି ସୀମାନ୍ତରେ ପ୍ରତିମୁହୂର୍ତ୍ତ ସତର୍କ ରହିବା ସହିତ ଆବଶ୍ୟକ ସ୍ଥଳେ ଶତ୍ରୁଙ୍କ ସହ ଲଢୁଛନ୍ତି । ଏହା ବିଲିପଡ଼ା ଗ୍ରାମବାସୀଙ୍କ ପାଇଁ ଗର୍ବର କଥା ।

-ରଞ୍ଜିତ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଟ୍ରାଭେଲ ବଜାର; ଶୁଭାରମ୍ଭ ହେଲା ଓଡ଼ିଶା ମାଇସ୍ ଇନସେଣ୍ଟିଭ ପୋର୍ଟାଲ

ଭୁବନେଶ୍ୱର,୫ା୧୦(ସୌମ୍ୟରଞ୍ଜନ ରାଉତ): ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ବ୍ୟାପକ କରାଯିବ। ଶିଳ୍ପ ବିଶେଷଜ୍ଞ, ହସ୍ପିଟାଲିଟି ଲିଡର୍ସ ଓ ଟୁରିଜମ୍‌ ଷ୍ଟେକ୍‌ ହୋଲ୍ଡର୍ସଙ୍କ ସହଯୋଗରେ ରାଜ୍ୟ ସରକାର…

ରାସ୍ତା ପାର ହେଉଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ରାସ୍ତାରେ….

ପାଟଣା,୫ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦାସ୍ଥିତ ଏବିସିଡିଆର ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ…

ଅବସର ପୂର୍ବରୁ ରୋହିତ ଶର୍ମାଙ୍କୁ ଟାର୍ଗେଟ ଦେଲେ ସୁନୀଲ ଗାଭାସ୍କର! ‘ହିଟମ୍ୟାନ’ଙ୍କୁ କହିଲେ…

ନୂଆଦିଲ୍ଲୀ,୫।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମାଙ୍କ ନିକଟରେ ଏକ ସ୍ବତନ୍ତ୍ର ଅନୁରୋଧ ରଖିଛନ୍ତି। ଗାଭାସ୍କର ଆଶା ବ୍ୟକ୍ତ କରିଛନ୍ତି…

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

‘ଅତିକମରେ ୧୦ଟି ସନ୍ତାନ ଜନ୍ମ କରନ୍ତୁ’ – ହିନ୍ଦୁମାନଙ୍କୁ ଏମିତି କହିଲେ ମୌଲାନା ସାଜିଦ ରଶିଦି, ଉଠିଲାଣି ବିବାଦ

ନୂଆଦିଲ୍ଲୀ,୫।୧୦: ଇମାମ ଆସୋସିଏସନର ସଭାପତି ମୌଲାନା ସାଜିଦ ରଶିଦି ସନ୍ତାନ ଜନ୍ମ କରିବା ସମ୍ବନ୍ଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସଂଘ ଏବଂ ଅନ୍ୟ କିଛି ସଂଗଠନ…

ଫ୍ଲାଇଦୁବାଇ କକ୍‌ପିଟ୍‌ ଆକ୍ରମଣ ମାମଲାରେ ଚାଞ୍ଚଲ୍ୟକର ଖୁଲାସା; ସତ ମାନିଲେ ଓମାନୀ ପାଇଲଟ, ଉଭୟ ଇଞ୍ଜିନ୍ ବନ୍ଦ କରି….

ନୂଆଦିଲ୍ଲୀ,୫ା୧୦:ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇର ଫ୍ଲାଇଟ୍‌ FZ1073ର କକ୍‌ପିଟ୍‌ ଆକ୍ରମଣ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପ୍ଟେମ୍ବର ୩୦ରେ ଘଟିଥିବା ଏହି…

ଦଳ ଛାଡ଼ିଥିବା ନେତାଙ୍କୁ ମମତାଙ୍କ ଅଲ୍ଟିମେଟମ; ୧୫ ଦିନ ଭିତରେ ଫେରିଆସ, ନହେଲେ…..

କୋଲକାତା,୫ା୧୦: ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ଉତ୍ତର ଦିନାଜପୁର ଜିଲା ଚୋପଡ଼ାରେ ମମତା ବାନାର୍ଜୀ ସମର୍ଥିତ ତୃଣମୂଳ କଂଗ୍ରେସ ନିଜର ସାଂଗଠନିକ ଶକ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?