୩ ବର୍ଷ ହେଲା ଆରମ୍ଭ ହୋଇପାରୁନି ନିର୍ମାଣ

ସିମୁଳିଆ, ୨୬ା୧୨(ଡି.ଏନ.ଏ.)  ୧୯୮୫ରୁ ବର୍ଷ ବର୍ଷ ଧରି ଅନ୍ୟ ବ୍ଲକ ଅଧୀନରେ ସିମୁଳିଆ ସହକାରୀ ଉଦ୍ୟାନ କୃଷିବିଭାଗ ପରିଚାଳିତ ହେବା ପରେ ଗତ ୨୦୧୪ରୁ ସିମୁଳିଆ ବ୍ଲକରେ ସ୍ବତନ୍ତ୍ର ଭାବେ ଏହି ବିଭାଗ କାର୍ଯ୍ୟ କରୁଛି। ୨୦୧୪ ନଭେମ୍ବରରୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ରୂପେ ସୂର୍ଯ୍ୟକାନ୍ତ ମଲିକ, ସମ୍ପ୍ରସାରଣ କର୍ମଚାରୀ ରୂପେ ସତ୍ୟନାରାୟଣ ସାମନ୍ତରାୟ ଓ ଉଦ୍ୟାନ ଅଧିଦର୍ଶକ ରୂପେ ଡମ୍ବରୁଧର ନାୟକ ଅଛନ୍ତି ା
ନିୟମ ଅନୁସାରେ ଉଦ୍ୟାନ କୃଷିର ବିକାଶ ପାଇଁ ଜଣେ ସମ୍ପ୍ରସାରଣ କର୍ମଚାରୀଙ୍କ ଅଧୀନରେ ୪ପଞ୍ଚାୟତ ରହିବା ଆବଶ୍ୟକ। ସେହି ଅନୁସାରେ ସିମୁଳିଆ ବ୍ଲକରେ ୫ଜଣ ସମ୍ପ୍ରସାରଣ କର୍ମଚାରୀଙ୍କ ଆବଶ୍ୟକତା ଥିବା ବେଳେ ଅଛନ୍ତି ମାତ୍ର ଜଣେ ସମ୍ପ୍ରସାରଣ କର୍ମଚାରୀ। ସେହିପରି ଉଦ୍ୟାନ କୃଷି ବିଭାଗ ଅଦ୍ୟାବଧି ବିଭିନ୍ନ ସ୍ଥାନରେ ଭଡ଼ା ଗୃହରେ ପରିଚାଳିତ ହୋଇଆସୁଛି। ସିମୁଳିଆ ବ୍ଲକରେ ଉଦ୍ୟାନ କୃଷି ବିଭାଗର ନିଜସ୍ବ ଗୃହ ଓ କ୍ଷେତ୍ର ପ୍ରସ୍ତୁତି ପାଇଁ ତହସିଲଦାର ଗତ ୨୦୧୮ରୁ ସ୍ଥାନୀୟ ଜାମୁଝାଡ଼ି ମୌଜାର ଖାତା ନଂ. ୬୦୪/୨, ପ୍ଲଟ ନଂ. ୧୭୬୪/୨୫୬୮ ଅନୁଯାୟୀ ୨ ଏକର ଜାଗା ପ୍ରଦାନ କରିଛନ୍ତି। ଏଥିପାଇଁ ସରକାର ମଧ୍ୟ ୧୫ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ତେବେ ଜିଲା କୃଷି ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଗତ ୩ବର୍ଷ ହେଲା ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ମଲିକ ନିଜସ୍ବ ଦରମାରୁ ମାସିକ ୨୨ଶହ ଟଙ୍କା ଭଡ଼ାରେ ଏକ ଘର ନେଇ ଏହି କାର୍ଯ୍ୟାଳୟ ଚଳାଉଥିବା ଜଣାଯାଇଛି। ତେବେ ଭଡ଼ା ଘର ପରିବର୍ତ୍ତେ ଏକ ସରକାରୀ ଘର ଯୋଗାଇ ଦେବା ପାଇଁ ସେ ବିଡିଓ ଓ ଆରଡି ବିଭାଗୀୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଏହା ମିଳିପାରିନାହିଁ। ସିମୁଳିଆ ବ୍ଲକ ଓ ଏହାର ପଡୋଶୀ ଖଇରା ଓ ସୋର ବ୍ଲକରେ ସରକାରୀ ଉଦ୍ୟାନ ନ ଥିବାରୁ ଚାଷୀମାନେ ବିଭିନ୍ନ ପନିପରିବାଠାରୁ ଆରମ୍ଭ କରି ଫଳଗଛଗୁଡ଼ିକୁ ସୁଲଭ ମୂଲ୍ୟରେ କିଣି ପାରୁନାହାନ୍ତି। ୩୦ଟଙ୍କା ମୂଲ୍ୟର ଗୋଟିଏ ଆମ୍ବ ଗଛକୁ ଲୋକେ ୨୫୦ଟଙ୍କାରେ ପଶ୍ଚିମବଙ୍ଗର ବ୍ୟବସାୟୀଙ୍କ ନିକଟରୁ କିଣିବା ପାଇଁ ବାଧ୍ୟ ହେଉଛନ୍ତି। ଏ ସମ୍ପର୍କରେ ଜିଲା ଉପଉଦ୍ୟାନ କୃଷି ନିର୍ଦ୍ଦେଶକ(ଡେପୁଟି ଡାଇରେକ୍ଟର) ଗୋବିନ୍ଦ ଚନ୍ଦ୍ର ଲେଙ୍କାଙ୍କ ମୋବାଇଲ ଫୋନ (ନଂ.୯୯୩୭୫୫୬୮୬୪)କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ସେ ଉଠାଇ ନ ଥିଲେ। ତେବେ ବିଭାଗୀୟ ଅଧିକାରୀଙ୍କ ସମେତ ସ୍ଥାନୀୟ ଲୋକପ୍ରତିନିଧି ଏହାକୁ ଗୁରୁତ୍ୱ ଦେଲେ କୃଷିର ପ୍ରଗତି ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?