Posted inଖେଳ

ଟିମ୍‌ ଇଣ୍ଡିଆର ନୂଆ କୋଚ ପାଇଁ ଆବେଦନ ଆରମ୍ଭ, ଏମିତି ସର୍ତ୍ତ ରଖିଲା ବିସିସିଆଇ

ନୂଆଦିଲ୍ଲୀ,୧୪।୫: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମୁଖ୍ୟ କୋଚ ପଦ ପାଇଁ ଆବେଦନ ଆରମ୍ଭ କରିଛି। ଭାରତୀୟ ପୁରୁଷ ସିନିୟର ଦଳର ବର୍ତ୍ତମାନର ମୁଖ୍ୟ ହେଉଛନ୍ତି ରାହୁଲ ଦ୍ରାବିଡ। ତାଙ୍କ କାର୍ଯ୍ୟକାଳ ଜୁନ ମାସରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଶେଷ ହେବ।
ସୋମବାର ବିଳମ୍ବିତ ରାତିରେ ବିସିସିଆଇ ମୁଖ୍ୟ କୋଚ ପ୍ରାର୍ଥୀଙ୍କ ପାଇଁ ବିଜ୍ଞାପନ ପ୍ରକାଶ କରିଛି। ପ୍ରାର୍ଥୀମାନେ ଏହି ପଦ ପାଇଁ ୨୭ ମେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। କୋଚମାନଙ୍କ ପାଇଁ ଚୟନ ପ୍ରକ୍ରିୟା ଆବେଦନଗୁଡ଼ିକର ସମୀକ୍ଷା ମାଧ୍ୟମରେ ହେବ, ତା’ପରେ ବ୍ୟକ୍ତିଗତ ସାକ୍ଷାତକାର ଏବଂ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ମୂଲ୍ୟାଙ୍କନ ହେବ।

ଆବେଦନ କରିବାକୁ ଯୋଗ୍ୟତା କ’ଣ ହେବା ଉଚିତ୍‌

ମୁଖ୍ୟ ପ୍ରଶିକ୍ଷକ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ବିସିସିଆଇ କିଛି ଯୋଗ୍ୟତା ଏବଂ ସର୍ତ୍ତ ସ୍ଥିର କରିଛି ।
-ଅତିକମରେ ୨୦ଟି ଟେଷ୍ଟ କିମ୍ବା ୫୦ଟି ଦିନିକିଆ ମ୍ୟାଚ ଖେଳିବାର ଅଭିଜ୍ଞତା ଥିବା ଆବଶ୍ୟକ
-ଅତିକମରେ ଦୁଇ ବର୍ଷ ଧରି ଏକ ପୂର୍ଣ୍ଣ ସଦସ୍ୟ ଟେଷ୍ଟ ଖେଳୁଥିବା ଦେଶର ମୁଖ୍ୟ କୋଚ ହେବା ଜରୁରୀ।
-ଅତିକମରେ ୩ ବର୍ଷ ପାଇଁ ଏକ ଆଇପିଏଲ ଦଳର ଆସୋସିଏଟ ମେମ୍ବର କିମ୍ବା ହେଡ କୋଚ କିମ୍ବା ଏହାର ସମାନ ଇଣ୍ଟରନ୍ୟାଶନାଲ ଲିଗ କିମ୍ବା ପ୍ରଥମ ଶ୍ରେଣୀ ଦଳ କିମ୍ବା ନ୍ୟାଶନାଲ ଏ ଦଳ ହେବା ଜରୁରୀ
-ବିସିସିଆଇ ଲେବଲ ୩ କିମ୍ବା ସମାନ ପ୍ରମାଣପତ୍ର ଥିବା ଆବଶ୍ୟକ
-ବୟସ ୬୦ ବର୍ଷରୁ କମ ହେବା ଉଚିତ୍‌

ଟିମ ଇଣ୍ଡିଆର ନୂତନ ମୁଖ୍ୟ କୋଚଙ୍କ କାର୍ଯ୍ୟକାଳ ଜୁଲାଇ ୧, ୨୦୨୪ରୁ ଆରମ୍ଭ ହେବ, ଯାହା ଡିସେମ୍ବର ୩୧, ୨୦୨୭ ପର୍ଯ୍ୟନ୍ତ ଚାଲିବ। ନୂତନ ମୁଖ୍ୟ କୋଚଙ୍କ କାର୍ଯ୍ୟକାଳ ମଧ୍ୟରେ ଟିମ ଇଣ୍ଡିଆ ମୋଟ ୫ଟି ଆଇସିସି ଟ୍ରଫି ଖେଳିବ, ଯେଉଁଥିରେ ଚାମ୍ପିଅନ୍ସ ଟ୍ରଫି, ଟି-୨୦ ବିଶ୍ୱକପ, ଦିନିକିଆ ବିଶ୍ୱକପ ଏବଂ ୨ଟି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri