ବାର୍ଷିକ ଉତ୍ପାଦନ କ୍ଷମତା ୧୪ ଲକ୍ଷ ଟନ୍‌

ଅନୁଗୋଳ ଅଫିସ୍‌, ୨୯ ।୪

ଅନୁଗୋଳ ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଗୁରୁବାର ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ବାର (ଜେଏସ୍‌ପି) ପ୍ଲାଣ୍ଟ ପରିସରରେ ବାର୍ଷିକ ୧୪ ଲକ୍ଷ ଟନ୍‌ କ୍ଷମତା ବିଶିଷ୍ଟ ଟିଏମ୍‌ଟି ରିବାର୍‌ ମିଲ୍‌ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ବିଶ୍ୱର ଅନ୍ୟତମ ବୃହତ୍ତମ ଷ୍ଟିଲ୍‌ ନିର୍ମାଣ କମ୍ପାନୀର ଅତ୍ୟାଧୁନିକ ଷ୍ଟିଲ୍‌ ଛଡ଼ ଉତ୍ପାଦନ କାରଖାନା, ପୃଥିବୀର ପ୍ରଥମ କୋଲ୍‌ ଗ୍ୟାସିଫିକେଶନ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ଜେଏସ୍‌ପି ଚେୟାରମ୍ୟାନ୍‌ ନବୀନ ଜିନ୍ଦଲ, ଏମ୍‌ଡି ଭି.ଆର୍‌. ଶର୍ମା, ସିଇଓ (ଷ୍ଟିଲ୍‌) ଡି.କେ. ସରୋଗୀ, ଷ୍ଟିଲ୍‌ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରାଶିକା ଚୌବେ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଲେ, ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଇସ୍ପାତ ଉତ୍ପାଦକାରୀ ରାଷ୍ଟ୍ର। ଏହା ଜାତୀୟ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଓଡ଼ିଶାରେ ଦେଶର ସିଂହଭାଗ ଷ୍ଟିଲ୍‌ ଉତ୍ପାଦନ ହେଉଛି। ଏଭଳି ଏକ ମେଗା ଷ୍ଟିଲ୍‌ ପ୍ଲାଣ୍ଟ୍‌କୁ ବାସ୍ତବ ରୂପ ଦେଇଥିବାରୁ ସେ ଜେଏସ୍‌ପି ଚେୟାରମ୍ୟାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଜେଏସ୍‌ପି ନିଜର ଷ୍ଟିଲ୍‌ ଉତ୍ପାଦନ କ୍ଷମତାକୁ ୨୫.୨ ଏମ୍‌ଟିପିଏକୁ ପରିବର୍ଦ୍ଧିତ କରିବାକୁ ଲକ୍ଷ୍ୟ ରଖିଛି। ଏହା ସଫଳ ହେଲେ ୨୦୩୦ ସୁଦ୍ଧା ଦେଶର ୧୦% ଇସ୍ପାତ କେବଳ ଅନୁଗୋଳ ଜେଏସ୍‌ପିରୁ ଉତ୍ପାଦନ ହେବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ସେହିପରି କୋଭିଡ୍‌ ମହାମାରୀ ସମୟରେ ଦେଶକୁ ତରଳ ଅମ୍ଳଜାନ ଯୋଗାଣରେ କମ୍ପାନୀ ଦେଖାଇଥିବା ପ୍ରତିବଦ୍ଧତାକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି।
ଏହି ଉପଲକ୍ଷେ କେନ୍ଦ୍ରମନ୍ତ୍ରୀଙ୍କ ଟିମ୍‌, ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ କମ୍ପାନୀର କୋଲ୍‌ ଗ୍ୟାସିଫିକେଶନ ପ୍ଲାଣ୍ଟ (ସିଜିପି) ସମେତ ବିଭିନ୍ନ ୟୁନିଟ୍‌ ପରିଦର୍ଶନ କରିଥିଲେ। ଜେଏସ୍‌ପି ଚେୟାରମ୍ୟାନ୍‌ ଜିନ୍ଦଲ କହିଲେ, ଏହା ହେଉଛି ପୃଥିବୀର ଅନ୍ୟତମ ବୃହତ୍ତମ ଏବଂ ମଡର୍ନ ଷ୍ଟିଲ୍‌ ରିବାର ମିଲ୍‌। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ସମର୍ଥନ ଯୋଗୁ ଏହା ସମ୍ଭବପର ହୋଇପାରିଛି। ଏହା ମାଧ୍ୟମରେ ଉନ୍ନତମାନର ଲୁହାଛଡ଼ ଉତ୍ପାଦନ କରାଯାଇପାରିବ। ଫଳରେ ପରୋକ୍ଷରେ ଲକ୍ଷାଧିକ କର୍ମନିୟୋଜନ ସୃଷ୍ଟି ହୋଇପାରିବ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନୀଲେଶ ଦେଓରେ, ଇସ୍ପାତ ରିସର୍ଚ୍ଚ ଆଣ୍ଡ୍‌ ଟେକ୍ନୋଲୋଜି ମିଶନ ଇଣ୍ଡିଆର ନିର୍ଦ୍ଦେଶକ ଡ. ମୁକେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ ପାଳନ ହେବ ଆଗାମୀ ଗୁରୁ ଦିବସ: ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ବିଶେଷ ସମ୍ମାନ, DEOଙ୍କୁ ଚିଠି…

ଭୁବନେଶ୍ୱର,୩।୯: ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆଗାମୀ ‘ଗୁରୁ ଦିବସ-୨୦୨୬’ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସମସ୍ତ ଜିଲା ଶିକ୍ଷା ଅଧିକାରୀ…

ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଟଙ୍କା: ଉପକୃତ ହେବେ  ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର

ଭୁବନେଶ୍ୱର,୩।୯: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ’ସିଏମ-କିଷାନ’ (CM-KISAN) ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ…

ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତଙ୍କୁ କେ.ନୂଆଗାଁ ଥାନା ପୋଲିସ…

ଶୋଇଥିବାବେଳେ ମହିଳାଙ୍କୁ ଚୋଟ ମାରିଲା ସାପ, ଚାଲିଗଲା ଜୀବନ

କୂଆଁରମୁଣ୍ଡା,୩ା୯(ମହେନ୍ଦ୍ର କୁମାର ସାହୁ): ବିଷାକ୍ତ ସାପ କାମୁଡ଼ିବା ପରେ ପ୍ରଥମେ ଝଡ଼ା ଫୁଙ୍କା ଓ ପରେ ନକଲି ଡାକ୍ତରଙ୍କ ନିକଟକୁ ଯାଇ ପରିସ୍ଥିତି ସଙ୍କଟାପନ୍ନ ହେବାରୁ ଶେଷରେ…

ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ପତ୍ନୀଙ୍କ ଆବେଦନର ଶୁଣାଣି ଶେଷ କଲେ ହାଇକୋର୍ଟ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି ।…

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ

ଗୁଣପୁର,୩ା୯(ସୁଜାତା ପାଢ଼ୀ): ଜଙ୍ଗଲରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣପୁର ବ୍ଲକ୍ ଗଠଳପଦର ପଞ୍ଚାୟତ କାକିତାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri