୩୧ ପର୍ଯ୍ୟନ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଭୁବନେଶ୍ୱର, ୨।୧(ବ୍ୟୁରୋ) : କୋଭିଡ୍‌-୧୯ କଟକଣା ଯୋଗୁ ରାଜ୍ୟର ସମସ୍ତ ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ଅଧୀନରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏ ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ତରଫରୁ ଶୁକ୍ରବାର ନିର୍ଦ୍ଦେଶନାମା ଜାରି କରାଯାଇଛି। ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ଥିବା ପରିପ୍ରେକ୍ଷୀରେ ସମନ୍ବିତ ଶିଶୁ ବିକାଶ ଯୋଜନାରେ ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ଅତିରିକ୍ତ ପୁଷ୍ଟିସାଧନ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଯୋଗାଇ ଦିଆଯାଉଥିବା ଟେକ୍‌ ହୋମ୍‌ ରାଶନ (ଟିଏଚ୍‌ଆର୍‌) ବଣ୍ଟନ ପ୍ରକ୍ରିୟା ନିୟମିତ ଭାବେ ଜାରି ରହିଛି। ମାସର ୧ ତାରିଖ ହୋଇଥିବାରୁ ଅଙ୍ଗନଓ୍ବାଡ଼ି କର୍ମୀମାନେ କୋଭିଡ୍‌ ନିୟମାବଳୀର ଅନୁପାଳନ ପୂର୍ବକ ହିତାଧିକାରୀଙ୍କ ଘରେ ପହଞ୍ଚତ୍ ଶୁଖିଲା ରାଶନ ବଣ୍ଟନ କରିଛନ୍ତି। ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ଥିବାରୁ ପ୍ରାକ୍‌ ବିଦ୍ୟାଳୟ ଶିଶୁଙ୍କୁ ମଧ୍ୟ ରନ୍ଧାଖାଦ୍ୟ ବଦଳରେ ଶୁଖିଲା ରାଶନ ବଣ୍ଟନ କରାଯାଇଛି। ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାର ପ୍ରାକ୍‌ବିଦ୍ୟାଳୟ ଶିଶୁଙ୍କ ସକାଳ ଜଳଖିଆ ବାବଦକୁ ମାଣ୍ଡିଆ ଚୂନା ବଣ୍ଟନ କରାଯିବା ସହ ଘରେ ମାଣ୍ଡିଆ ଲଡ଼ୁ ପ୍ରସ୍ତୁତ କରି ଶିଶୁଙ୍କୁ ଖୁଆଇବା ନିମନ୍ତେ ମା’ମାନଙ୍କୁ ପରାମର୍ଶ ଦିଆଯାଇଛି। ଶୁଖିଲା ରାଶନ ବାବଦକୁ ଛତୁଆ, ବାଦାମ ଲଡ଼ୁ, ଚିକି, ଅଣ୍ଡା ଆଦି ବଣ୍ଟନ କରାଯାଇଛି। ଏହି ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ରାଜ୍ୟର ୪୫.୭୮ ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଗ୍ଧ ଚାଷୀଙ୍କୁ ୧୧ କୋଟି

ଭୁବନେଶ୍ୱର,୬।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ଦୁଗ୍ଧ ଚାଷୀମାନଙ୍କୁ ସ୍ବତନ୍ତ୍ର କୋଭିଡ୍‌ ସହାୟତା ପ୍ରଦାନ କରିଛନ୍ତି। ଏହାଦ୍ବାରା ୧ ଲକ୍ଷ ଦୁଗ୍ଧଚାଷୀ ୬୦୦୦ ଟଙ୍କା...

ଡେପୁଟେଶନରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ

ବନ୍ତଳା, ୬ା୩(ଡି.ଏନ.ଏ.) – ରୁଗ୍‌ଣ ହୋଇପଡିଛି ଅନୁଗୋଳ ଜିଲା ବନ୍ତଳା ସରକାରୀ ପ୍ରାଣୀ ଚିକିତ୍ସାଳୟ। ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନ ଥିବାରୁ ଚାଷୀମାନେ ସେମାନଙ୍କ...

ଜୁନ୍‌ ସୁଦ୍ଧା ୪୩୩ ନୂଆ ଆର୍‌ଆଇ ଅଫିସ୍‌

ଭୁବନେଶ୍ବର, ୧୭ା୮(ବ୍ୟୁରୋ): ୨୦୧୯ ଜୁଲାଇରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ‘୫-ଟି’ରେ ଅନ୍ତର୍ଭୁକ୍ତ ହୋଇଥିଲା। ଏହାପରେ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସେବା ପ୍ରଦାନରେ ଉଲ୍ଲେଖନୀୟ...

ଅବହେଳାରୁ ୧୨୪କୋଟି କ୍ଷତି

ଭୁବନେଶ୍ୱର,୩।୧୧(ବ୍ୟୁରୋ): ପରିବହନ ବିଭାଗର କେତେକ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଏବଂ ଟିକସ ଆଦାୟରେ ଅନିୟମିତତା ଯୋଗୁ ରାଜ୍ୟ ସରକାରଙ୍କୁ ବହୁ କୋଟି ଟଙ୍କାର ରାଜସ୍ବ ହରାଇବାକୁ...

ବିଷ୍ଣୁ ସେଠୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କର ସୋମବାର ପରଲୋକ ଘଟିଛି। ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର...

ପୁଣି ପ୍ରଦୀପଙ୍କୁ ପଚରାଉଚରା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଛନ୍ଦି ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ...

ନିଶା ଦେଇ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ

ବୁଗୁଡ଼ା,୯ା୪: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି...

ରାଜ୍ୟର ପ୍ରମୁଖ ବସ୍‌ଷ୍ଟାଣ୍ଡକୁ ବିମାନବନ୍ଦର ଭଳି ଉନ୍ନତ କରାଯିବ: ମନ୍ତ୍ରୀ

ଭୁବନେଶ୍ୱର,୫।୨(ବ୍ୟୁରୋ): ରାଜ୍ୟର ସମସ୍ତ ବସ୍‌ଷ୍ଟାଣ୍ଡଗୁଡ଼ିକର ଉନ୍ନତୀକରଣ କରାଯିବ। ଏପରିକି ପ୍ରମୁଖ ବସ୍‌ଷ୍ଟାଣ୍ଡଗୁଡ଼ିକୁ ବିମାନ ବନ୍ଦର ଭଳି ଉନ୍ନତ କରାଯିବ। ବସ୍‌ଷ୍ଟାଣ୍ଡରେ ଶପିଂମଲ ଓ ମଲ୍ଟି ପ୍ଲେକ୍ସ...

Advertisement
Archives

Model This Week