Posted inଫୁରସତ

ପିପିଇ କିଟ୍‌ ପିନ୍ଧି ବରଯାତ୍ରୀରେ ନାଚିଲେ ଆମ୍ବୁଲାନ୍ସ ଡ୍ରାଇଭର, କହିଲେ…

କରୋନା ମହାମାରୀ ସମୟରେ ଦେଶର ପ୍ରତ୍ୟେକ ବ୍ୟକ୍ତି ଭୟ ଆଉ ଚିନ୍ତାରେ ରହିଛନ୍ତି। ଏହି ମହାମାରୀ ଯୋଗୁ ଲୋକେ ପୁଣି ଥରେ ଘରେ ବସିବାକୁ ବାଧ୍ୟ ହେଲେ। ମାତ୍ର କିଛି ଲୋକ ଦିନ ରାତି କରୋନା ରୋଗୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ଡାକ୍ତର, ନର୍ସ, ପୋଲିସ, ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ପିପିଇ କିଟ୍‌ ପିନ୍ଧି ଲୋକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏବେ ଏମିତି ଜଣେ କରୋନା ଯୋଦ୍ଧାଙ୍କ ଭିଡିଓ ଖୁବ୍‌ ଭାଇରାଲ ହେଉଛି।

ଏମିତି ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଆମ୍ବୁଲାନ୍ସ କର୍ମଚାରୀଙ୍କ କାମ ବି ବଢ଼ିଯାଇଛି। ଏମାନେ ସବୁବେଳେ ମାନସିକ ଏବଂ ଶାରୀରିକ କଷ୍ଟ ପାଉଛନ୍ତି। ଏଠାକାର ଜଣେ ଆମ୍ବୁଲାନ୍ସ କର୍ମଚାରୀ ବର ପ୍ରୋସେଶନ ଯାଉଥିବା ସମୟରେ ନିଜକୁ ରୋକି ପାରିଲେନି। ଗାଡ଼ି ଅଟକାଇ ସେହି ପିପିଇ କିଟ୍‌ ପିନ୍ଧି ବରଯାତ୍ରୀଙ୍କ ସହ ନାଚିଲେ। ଏହା ଦେଖି ଲୋକେ ଡରିଯିବା ସହ ତାଙ୍କଠାରୁ ଦୂରକୁ ଘୁଞ୍ଚିଗଲେ।

ମହେଶ ନାମକ ଏହି ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ପଚାରିବାରୁ ସେ କହିଲେ, ଦିନରାତି ରୋଗୀ ବୋହି ବୋହି ଥକି ପଡ଼ିଥିଲି। ବ୍ୟାଣ୍ଡ ବାଜାର ଶବ୍ଦ ଶୁଣି ନିଜକୁ କଣ୍ଟ୍ରୋଲ କରିପାରିଲିନି। ମନକୁ ଟିକେ ହାଲ୍‌କା କରିବାକୁ ବରଯାତ୍ରୀଙ୍କ ସହ ନାଚିଦେଲି। ମହେଶଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨.୪୦ ଲକ୍ଷ ପୁରୁଣା ଯନ୍ତ୍ରାଂଶରେ ତିଆରି ଭାସମାନ ଘର

କାନାଡାର ଭାନ୍‌କୋଭର ଦ୍ୱୀପରେ ଏକ ଭାସମାନ ଘର ତିଆରି ହୋଇଛି। ଯେଉଁଥିରେ କ୍ୟାଥରିନ କିଙ୍ଗ୍‌ ଏବଂ ତାଙ୍କ ସ୍ବାମୀ ୱେନ୍‌ ଆଡାମସ୍‌ ବାସ କରନ୍ତି। ୭୧ବର୍ଷୀୟ...

ଫିଲିପାଇନ୍ସରେ ଦେଖାଗଲା ମଣିଷ ଉଚ୍ଚତାର ବାଦୁଡ଼ି

ନୂଆଦିଲ୍ଲୀ, ୨୮।୬- ଚାଇନାରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଯୋଗୁ ଇତିମଧ୍ୟରେ ବିଶ୍ୱରେ ଏକ କୋଟିରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି। ସେହିଭଳି ୫ ଲକ୍ଷ...

ବାଲାଜୀ ମନ୍ଦିରକୁ ଧଳାହାତୀ ଦାନ କରିଥିଲେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ !

ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ବେଶ ଧାର୍ମିକ ପ୍ରବୃତିର। ଏହାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଟି.ଏସ୍‌. ରାଓ୍ବତ ୨୦୧୯ରେ ତାଙ୍କୁ ବଦ୍ରିନାଥ ଏବଂ...

ମୁକେଶ-ଅନିଲ ଅମ୍ବାନୀଙ୍କ ଘରର ଦାମ୍‌ କେତେ ଜାଣନ୍ତି

ଦୁନିଆର ସବୁ ଲୋକ ଚାହିଁଥାନ୍ତି ତାଙ୍କ ଘର ସୁନ୍ଦର ଆଉ ବିଳାସପୂର୍ଣ୍ଣ ହେଉ। ଏଥିପାଇଁ ଅନେକ କଷ୍ଟ କରି ଘରଟିଏ ତୋଳିଥାନ୍ତି। ତେବେ ଏଥିମଧ୍ୟରୁ କିଛି...

ଗୁଜରାଟ ବୈଜ୍ଞାନିକଙ୍କ ନୂଆ ରୋବୋ: ଦୁଃଖ ସମୟରେ ଦେବ ସହାନୁଭୁତି

ଲାସ୍‌ଭେଗାସ୍‌/ଅହମ୍ମଦାବାଦ୍‌. ୮।୧: ଆଧୁନିକ ଯୁଗରେ ମଣିଷର କାମ ରୋବୋ କରୁଛି। ପ୍ରତିଟି କାର୍ଯ୍ୟରେ ଏବେ ରୋବୋର ଉପଯୋଗ କରାଯାଉଛି। ପୃଥିବୀର ସର୍ବବୃହତ୍‌ ଇଲୋକ୍ଟ୍ରନିକ୍ସ୍‌ ଶୋ ସିଇଏସ୍‌-୨୦୨୦ରେ...

ଚାହୁଁ ଚାହୁଁ ଆଁ କରି ପାରାକୁ ଭିଡିନେଲା କଇଁଛ, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

୩୬୫ ମାମଲା ସମାଧାନ କରିଥିବା କୁକୁରର ମୃତ୍ୟୁ

ମହାରାଷ୍ଟ୍ର,୧୭।୮-ମହାରାଷ୍ଟ୍ରର ବିଡ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା କୁକୁର(ରକି)ର ରବିବାର ମୃତ୍ୟୁ ଘଟିଛି। ୩୬୫ ମାମଲା  ସମାଧାନ କରିଥିବା ଏହି କୁକୁରକୁ ମହାରାଷ୍ଟ୍ର ପୋଲିସ ପକ୍ଷରୁ...

ବିଧବା ମା’ଙ୍କ ପାଇଁ ଯୋଗ୍ୟ ବର ଖୋଜୁଛନ୍ତି ପୁଅ

କୋଲକାତା,୧୪।୧୧: ପଶ୍ଚିମବଙ୍ଗରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ହୁଗୁଳି ଜିଲାର ଫ୍ରେଞ୍ଚ୍‌ କଲୋନୀରେ ରହୁଥିବା ଗୌରବ ଅଧିକାରୀ ନାମକ ଜଣେ ଯୁବକ ନିଜ ବିଧବା...

Advertisement


Archives

Model This Week

Why Dharitri