Posted inଜାତୀୟ

ତିବ୍ବତ ଏୟାରବେସ୍‌ରେ ଡ୍ରୋନ୍‌, ଯୁଦ୍ଧବିମାନ ମହଜୁଦ

ନୂଆଦିଲ୍ଲୀ,୨୦ା୧୨:ଚାଇନାର ପ୍ରାୟ ୩୦୦ ସୈନ୍ୟ ଗତ ୯ ତାରିଖରେ ଅରୁଣାଚଳ ପ୍ରଦେଶର ତାଓ୍ବଙ୍ଗ୍‌ରେ ପ୍ରବେଶ କରି ଉକ୍ତ ଅଞ୍ଚଳକୁ ନିଜର ବୋଲି ଦାବି କରିଥିଲେ। ଭାରତୀୟ ସେନା ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟି ଅନେକ ସୈନ୍ୟ ଆହତ ହୋଇଥିଲେ। ସଂଘର୍ଷ ପରେ ଚାଇନା ସୈନ୍ୟ ଫେରିଯାଇଥିଲେ ହେଁ ପୁନର୍ବାର ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ତିବ୍ବତୀୟ ଏୟାରବେସ୍‌ଗୁଡ଼ିକରେ ଚାଇନା ବହୁସଂଖ୍ୟାରେ ଡ୍ରୋନ୍‌ ଏବଂ ଲଢ଼ୁଆ ବିମାନ ଠୁଳ କରିଥିବା ହାଇରିଜଲ୍ୟୁଶନ ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି।
ସୀମାରେ ଚାଇନା ବିମାନ ଓ ଡ୍ରୋନ୍‌ ପଇଁତରା ବଢ଼ିବାରୁ ଅରୁଣାଚଳ ପ୍ରଦେଶ ଉପରେ ଭାରତୀୟ ବାୟୁସେନା ଏୟାର ପାଟ୍ରୋଲ ଆରମ୍ଭ କରିଛି। କିଛିଦିନ ପୂର୍ବରୁ ଅରୁଣାଚଳ ଉପରେ ଭାରତୀୟ ବାୟୁସୀମା ଲଂଘନ କରିଥିବା ଚାଇନାର ଦୁଇଟି ଯୁଦ୍ଧବିମାନକୁ ଭାରତୀୟ ଯୁଦ୍ଧବିମାନ ତଡ଼ିଥିଲା। ଅରୁଣାଚଳ ପ୍ରଦେଶଠାରୁ ୧୫୦ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ ଚାଇନାର ବାଙ୍ଗ୍‌ଡ଼ା ଏୟାରବେସ୍‌ର ସାଟେଲାଇଟ୍‌ ଚିତ୍ର ଏକ ଗଣମାଧ୍ୟମର ହସ୍ତଗତ ହୋଇଛି। ସେଠାରେ ଚାଇନାର ଅତ୍ୟାଧୁନିକ ଡବ୍ଲ୍ୟୁଜେଡ୍‌- ‘ସୋରିଙ୍ଗ୍‌ ଡ୍ରାଗନ’ ଡ୍ରୋନ୍‌ ମହଜୁଦ ରହିଥିବା ଦେଖାଯାଇଛି। ଏହି ଡ୍ରୋନ୍‌ଗୁଡ଼ିକ ୧୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ନ ଅଟକି ଉଡ଼ିପାରିବ। ଗୋଇନ୍ଦା, ସାମରିକ ପର୍ଯ୍ୟବେକ୍ଷଣ ଓ ତଦାରଖ ଲାଗି ଏହି ଡ୍ରୋନ୍‌କୁ ଡିଜାଇନ୍‌ କରାଯାଇଛି। ଏହା ଶତ୍ରୁପକ୍ଷର ଗତିବିଧି ଏବଂ ମିଶାଇଲ୍‌ ଟାର୍ଗେଟ ସ୍ଥଳ ସମ୍ପର୍କରେ ଚାଇନାକୁ ତଥ୍ୟ ପ୍ରେରଣ କରିପାରିବ। ଭାରତ ପାଖରେ ଏଭଳି ଡ୍ରୋନ୍‌ ନାହିଁ। ଏଭଳି ଡ୍ରୋନ୍‌ ଓ ଯୁଦ୍ଧବିମାନ ମହଜୁଦ ରଖିବା ଘଟଣାରୁ ଚାଇନା ଏକ ସକ୍ରିୟ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ନେଟ୍‌ଓ୍ବର୍କ ପରିବେଶ ସୃଷ୍ଟି କରୁଥିବାର ସୂଚନା ଦେଉଛି। ଅକ୍ସାଇ ଚୀନ୍‌ ଏବଂ ଉତ୍ତରପୂର୍ବାଞ୍ଚଳରେ ଥିବା ମାକ୍‌ମହୋନ ଲାଇନ ଅଞ୍ଚଳ ପାଇଁ ଏହା ଏକ ସପୋର୍ଟ ମିଶନ ବୋଲି ବାୟୁସେନାର ପୂର୍ବତନ ପାଇଲଟ ତଥା ନ୍ୟୁସ୍ପେସ୍‌ କମ୍ପାନୀର ମୁଖ୍ୟ ସମୀର ଜୋଷୀ କହିଛନ୍ତି।
ଗତ ନଭେମ୍ବର ୨୭ରେ ଚାଇନା ଶିଗାତ୍‌ସେ ଏୟାରପୋର୍ଟରେ ୧୦ଟି ଫ୍ଲାଙ୍କର ଟାଇପ୍‌ ଯୁଦ୍ଧବିମାନ ସହ କେଜି-୫୦୦ ଏୟାରକ୍ରାଫ୍ଟ ମୁତୟନ କରିଥିଲା। ବାଙ୍ଗ୍‌ଡା ଏୟାରବେସ୍‌ ଫ୍ଲାଇଟ୍‌ଲାଇନରେ ଦୁଇଟି ଫ୍ଲାଙ୍କର ଟାଇପ୍‌ ଯୁଦ୍ଧବିମାନ ରହିଥିବା ଡିସେମ୍ବର ୧୪ର ସାଟେଲାଇଟ୍‌ ଫଟୋରେ ଦେଖିବାକୁ ମିଳିଥିଲା। ଗତ ସପ୍ତାହରେ ଅରୁଣାଚଳ ପ୍ରଦେଶରେ ଭାରତୀୟ ବାୟୁସେନା ଯୁଦ୍ଧାଭ୍ୟାସ ଚଳାଇଥିବାବେଳେ ଚାଇନା ଏହା ଉପରେ ନଜର ରଖିବା ଲାଗି ଉଦ୍ୟମ କରିଥିଲା ବୋଲି ବାଙ୍ଗ୍‌ଡା ଚିତ୍ରରୁ ସ୍ପଷ୍ଟ ସୂଚନା ମିଳୁଛି।
୨୦୨୦ରୁ ଭାରତ ସହ ଚାଇନାର ସୀମା ବିବାଦ ବଢ଼ିଛି। ସେବେଠାରୁ ଚାଇନା ସୀମାନ୍ତ ଅଞ୍ଚଳରେ ଏହାର ଏୟାରବେସ୍‌ ଏବଂ ଲଢ଼ୁଆ ବିମାନ, ଡ୍ରୋନ୍‌, ଇଲେକ୍ଟ୍ରୋନିକ୍‌ ଯୁଦ୍ଧାସ୍ତ୍ର ଏବଂ ପର୍ଯ୍ୟବେକ୍ଷଣ ଉପକରଣ ବଢ଼ାଇବାରେ ଲାଗିଛି। ତିବ୍ବତ ହେଲିପୋର୍ଟରେ ବେଜିଂ ବିପୁଳ ପରିମାଣର ଏୟାର ଡିଫେନ୍ସ ମହଜୁଦ ରଖିବା ସହ ସୀମାରେ ରେଳଲାଇନ ଓ ଭିତ୍ତିଭୂମି ନିର୍ମାଣ ବଢ଼ାଇ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri