ଏଇ ଭାରତରେ

ମୁମ୍ବାଇର ୨୭ ବର୍ଷୀୟ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର କୌସ୍ତୁଭ ଧୋଣ୍ଡେ ସ୍ବୟଂଚାଳିତ ଟ୍ରାକ୍ଟର ନିର୍ମାଣ କରିଛନ୍ତି। ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଓ ୫ଜି ଟେକ୍ନୋଲୋଜିରେ ଚାଲୁଛି। ‘ଅଟୋନେକ୍ସଟ ଅଟୋମେଶନ’ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏହାକୁ ପ୍ରସ୍ତୁତ କରାଯାଇଛି। କୌସ୍ତୁଭଙ୍କ ଜନ୍ମ କୃଷକ ପରିବାରରେ। ପିଲାଦିନେ ସେ ଚାଷୀମାନଙ୍କ ସମସ୍ୟା ନିକଟରୁ ଦେଖିଛନ୍ତି। ତାଙ୍କ ଅଞ୍ଚଳରେ କୃଷକମାନେ ଟ୍ରାକ୍ଟର କିଣି ତାହାକୁ ବିକ୍ରି କରିବାର କାରଣ ଖୋଜି ସେ ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ପାଇଁ ଡିଜେଲ ଦରବୃଦ୍ଧି ଓ ଟ୍ରାକ୍ଟର ଚଳାଇବା ଲାଗି ଚାଳକ ଖୋଜିବା ଥିଲା ବଡ଼ ସମସ୍ୟା। ଏଥିପାଇଁ ସେ ଇଞ୍ଜିନିୟରିଂ ପଢ଼ିବା ପରେ ୨୦୧୬ରେ ‘ଅଟୋନେକ୍ସଟ ଅଟୋମେଶନ’ ଷ୍ଟାର୍ଟଅପ୍‌ ଗଠନ କରି ଚାଳକବିହୀନ ଟ୍ରାକ୍ଟର ନିର୍ମାଣରେ ଲାଗିଥିଲେ। କେବଳ ଗୋଟିଏ ଫୋନ୍‌ ଆପ୍‌ ଜରିଆରେ କୃଷକ ଏହିି ଟ୍ରାକ୍ଟରକୁ ସଞ୍ଚାଳନ କରିପାରିବେ। ଚାଳକ ଚାଳିତ ଡିଜେଲ ଟ୍ରାକ୍ଟର କ୍ଷେତରେ ଯାହା କାମ କରେ ତାହା ଏହା କରିପାରିୁଛି। ଏହାର ବିଜ୍ଞାନଭିତ୍ତିକ ପରୀକ୍ଷା ସରିଛି। ଏହାକୁ ୨୦୨୪ ସୁଦ୍ଧା ଲଞ୍ଚ କରାଯିବା ଯୋଜନା ରହିଛି। ଏହି ଟ୍ରାକ୍ଟରରେ ଜଣେ କୃଷକର କ୍ଷତି ୪ଗୁଣ କମ୍‌ ହେବ ବୋଲି କହନ୍ତି କୌସ୍ତୁଭ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?