ମୌଳିକ ସମସ୍ୟା ପ୍ରତି ପ୍ରଶାସନର ନିଘା ନାହିଁ

ଖଣ୍ଡପଡ଼ା, ୧୦ା୮ (ଅଜୟ କୁମାର ମହାରଣା)ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ବେଣାଗାଡିଆ, କାଦୁଆ, ତେନ୍ତୁଳିଆପଲ୍ଲୀ, ମୁରାରୀପୁର, ମାଧବେରେଣୀ, ଗୋପିନାଥପୁର ଓ ଇଜ୍ଜତଘୋଡାମାରୀ ପଥରଦ୍ୱାର ଏପରି ୭ ମୌଜାର ୨୫ଟି ୱାର୍ଡକୁ ନେଇ ବେଣାଗାଡ଼ିଆ ପଞ୍ଚାୟତ ଗଠିତ ା ଏହି ସାତଗାଁ ବେଣାଗାଡିଆ ପଞ୍ଚାୟତର ଲୋକମାନେ ନାନା ସମସ୍ୟା ମଧ୍ୟରେ ଗତି କରୁଛନ୍ତି ା ସେମାନଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ଜିଲା ପ୍ରଶାସନର ଆନ୍ତରିକତା ପ୍ରକାଶ ପାଉନାହିଁ ବୋଲି ଅଭିଯୋଗ ହୋଇଛି ା ବିଶେଷ କରି ପାନୀୟ ଜଳ ଯୋଗାଣ, ଜମିକୁ ପାଣି, ପରିମଳ ବ୍ୟବସ୍ଥା, ସାଧାରଣ ଗରିବ ପରିବାରଙ୍କୁ ଆବାସ ଯୋଜନାରେ ଗୃହ ପ୍ରଦାନ ଓ ଖାଉଟି ସାମଗ୍ରୀ ପ୍ରଦାନ, ସ୍ବାସ୍ଥ୍ୟ, ଗମନା ଗମନ ବ୍ୟବସ୍ଥାରେ ଉନ୍ନତି, ଗ୍ରାମର ବିକାଶ, ବିଧବା ଓ ଉପଯୁକ୍ତ ବ୍ୟକ୍ତିମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କ୍ଷେତ୍ରରେ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି ା
ରାଜ୍ୟ ସରକାର ଚାଷ, ଚାଷୀ, ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ା ଶିକ୍ଷା, ସ୍ବାସ୍ଥ୍ୟ ପାଇଁ ଅଧିକ ଧ୍ୟାନ ଦେଉଛନ୍ତି ା ମାତ୍ର ଉକ୍ତ ପଞ୍ଚାୟତରେ ଏସବୁ ଯୋଜନାର ବ୍ୟତିକ୍ରମ ଦେଖାଯାଇଛି ା ପଞ୍ଚାୟତର ଯାହା ସମସ୍ୟା ରହିଛି ସେ ସବୁ ସମସ୍ୟା ନିଶ୍ଚୟ ଭାବେ ପୂରଣ ହୋଇଯିବ ବୋଲି ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ ନେତାମାନେ କହିଥିଲେ ା ମାତ୍ର ନିର୍ବାଚନ ସରିବା ପରେ ତାହା ସାତ ସପନ ପାଲଟିଛି ବୋଲି ବୁଦ୍ଧିଜୀବିମାନେ ମତବ୍ୟକ୍ତ କରିଛନ୍ତି ା ଦାରିଦ୍ର୍ୟ ସୀମାରେଖା ତଳେ ବାସକରୁଥିବା ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ମାତ୍ର ଏହି ଲୋକହିତକର ଯୋଜନାର ସଫଳ ରୁପାୟନ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବେଣାଗାଡ଼ିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବାସ କରୁଥିବା ଅନେକ ପରିବାର ଝାଟିମାଟି, ଟାଇଲ୍‌ ଓ ଚାଳଛପର, କଚ୍ଚାଘରେ ରହୁଥିବା ବେଳେ ଆବାସ ଯୋଜନାରେ ବାସଗୃହ ଖଣ୍ଡିଏ ସେମାନଙ୍କୁ ମିଳୁନାହିଁ। ଫଳରେ ବର୍ଷା ଓ ଶୀତ ଋତୁରେ ଉକ୍ତ ପରିବାର ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ା କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସଯୋଜନା ଓ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ଗରିବ ପରିବାରଙ୍କୁ ବାସଗୃହ ଖଣ୍ଡେ ଖଣ୍ଡେ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ା ମାତ୍ର ବହୁ ଗରିବ ହିତାଧିକାରୀଙ୍କ ନାମ ପ୍ରଶାସନ ପକ୍ଷରୁ ସଦ୍ୟ ପ୍ରସ୍ତୁତ ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଛି। ଆବାସ ଯୋଜନାରେ ବାସଗୃହ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଅନେକ ଗରୀବ ବ୍ୟକ୍ତିଙ୍କ ନାମ ବର୍ଷ ବର୍ଷ ଧରି ବେଣାଗାଡ଼ିଆ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା ହିତାଧିକାରୀ ତାଲିକାରେ ଗଡ଼ୁଥିବା ବେଳେ ଏବେ ନୂତନ କରି ପ୍ରସ୍ତୁତ ହୋଇଥିବା ତାଲିକାରୁ କିଭଳି ସେମାନଙ୍କ ନାମ ବାଦ୍‌ ପଡ଼ିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ଅବସରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ଗୋଚ୍ଛି କହିଛନ୍ତି, ଆମ ପଞ୍ଚାୟତର ବେଣାଗାଡିଆ, ମୁରାରୀପୁର, ତେନ୍ତୁଳିଆପଲ୍ଲୀ, କାଦୁଆ, ମାଧବେରେଣୀ ଓ ଅନ୍ୟ ଏକ ପଞ୍ଚାୟତର ସିଂଘାପଡା ଆଦି ଗ୍ରାମରେ ଥିବା ୫ଶହ ଏକରରୁ ଊର୍ଦ୍ଧ୍ୱ ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା ନାହିଁ। ଫଳରେ ବର୍ଷା ଅଭାବରୁ ରବି ଓ ଧାନ ଫସଲ କ୍ଷତିଗ୍ରସ୍ତ ହେଉଛି ା ବେଣାଗାଡିଆ, କାଦୁଆ ଅଞ୍ଚଳର ଅକ୍ଷୟ ବିଶ୍ୱାଳ, ଲକ୍ଷ୍ମୀଧର ରାଉତ, ବିଭୁତି ମହାପାତ୍ର, ଶବର ମଲ୍ଲିକ ପ୍ରମୁଖ କହିଛନ୍ତି, ୫,୬ ଓ ୭ ନମ୍ବର ୱାର୍ଡକୁ ନେଇ ଗଠିତ କାଦୁଆ ଗ୍ରାମ ା ଏହି ଗ୍ରାମ ଦେଇ ପ୍ରତ୍ୟେହ ଶତାଧିକ ବ୍ୟକ୍ତି ନୂଆ ଗଡିଆ ସାହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥାନ୍ତି ା ମାତ୍ର ସେହି ଅଣ ଓସାରିଆ ରାସ୍ତାର ଭାଗ୍ୟ ବଦଳିଲା ନାହିଁ ା ଗ୍ରାମରେ ୬୦ରୁ ଊର୍ଦ୍ଧ୍ୱ ଗରିବ ପରିବାର ରହିଥିଲେ ମଧ୍ୟ ସେମାନଙ୍କୁ ସରକାରଙ୍କ କୌଣସି କଲ୍ୟାଣ ଯୋଜାନାରେ ସାମିଲ କରାଯାଇନାହିଁ। ବିଭିନ୍ନ ଗାଁରେ ପାଣି ସମସ୍ୟା ଲାଗି ରହିଛି ା ନବ ନିର୍ମିତ ଏଏନଏମ ଭୂତ କୋଠି ପାଲଟିଛି। ବେଣାଗାଡ଼ିଆ ଛକରୁ ମୁରାରୀପୁର ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ା ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ରାସ୍ତା ଉପରେ ପାଣି ବହୁଛି ା ଆବାସଯୋଜନା ହିତାଧିକାରୀ ଚୟନରେ ହୋଇଥିବା ଅନିୟମିତତା ଯୋଗୁ ସ୍ଥାନୀୟ ଅଞ୍ଚଳର ମାନସ ନାୟକ, ଯୁଧିଷ୍ଠିର ରାଉତ, ବିନ୍ଦୁ ବିଶ୍ୱାଳ, ବ୍ରଜକିଶୋର ନନ୍ଦ, ଗୋଲାପ ସାହୁ, ବିନି ସ୍ବାଇଁ, ମାଳତୀ ନାୟକ, ଝୁନା ରାଉତ, କାଜଲ ବେହେରାଙ୍କ ପରି ଅନେକ ଗରୀବ ପରିବାରଙ୍କ ପାଇଁ ଆବାସ ଯୋଜନା ସାତ ସପନ ପାଲଟିଛି। ଆବାସ ଯୋଜନାରେ ଗୃହ ପାଇବାକୁ ବଞ୍ଚତ୍ତ ହିତାଧିକାରୀ ଅଭିଯୋଗ ପତ୍ର ଧରି ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ୍‌ ପ୍ରଶାସନ ନିକଟକୁ ଦୌଡ଼ୁଥିଲେ ହେଁ କେହି ଗୁରୁତ୍ୱ ଦେଉ ନାହାନ୍ତି ା ଖଣ୍ଡପଡ଼ା ବ୍ଲକ୍‌ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜନଶୁଣାଣି ଶିବିରରେ ଆବାସଯୋଜନାରୁ ବଞ୍ଚତ୍ତ ହିତାଧିକାରୀମାନେ ଜିଲାପାଳଙ୍କୁ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ ହେଁ ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?