Posted inଭଦ୍ରକ

ପ୍ରଶାସନ ଦେଉଛି ମିଛ ପ୍ରତିଶ୍ରୁତି

ଭଦ୍ରକ ଅଫିସ,୨୪।୪: ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ଭଦ୍ରକ ଜିଲା ପ୍ରଶାସନ ଭୂମିହୀନ ଓ ଘରଡିହ ନ ଥିବା ପରିବାରକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଆସିଛି। ଚାଷୀ-ମୂଲିଆ ସଂଘର ଭଦ୍ରକ ଜିଲା କମିଟି ପକ୍ଷରୁ ଭୂମିହୀନମାନଙ୍କ ସମସ୍ୟାକୁ ନେଇ ଶୁକ୍ରବାର ଏକ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସମ୍ପାଦକ ସୁଶାନ୍ତ ଯେନା ଏହି ଅଭିଯୋଗ ଆଣିଛନ୍ତି। ବାରମ୍ବାର ଜିଲାପାଳଙ୍କ କାର୍ଯ୍ୟାଳୟ ଓ ବିଭିନ୍ନ ତହସିଲ ସମ୍ମୁଖରେ ଧାରଣା ଦେଇ ପ୍ରତିବାଦ ଜଣାଯାଇଥିଲେ ହେଁ ସୁଫଳ ମିଳିପାରୁ ନାହିଁ ବୋଲି ସଂଘ କ୍ଷୋଭ ପ୍ରକାଶ କରିଛି। ଅନ୍ୟମାନଙ୍କ ମଧ୍ୟରେ ପ୍ରଗତିଶୀଳ ମହିଳା ମଞ୍ଚର ଜିଲା ସମ୍ପାଦିକା ଟୁନିଲତା ଯେନା, ଚାଷୀ-ମୂଲିଆ ସଂଘର ଭଦ୍ରକ ବ୍ଲକ ସଭାପତି ପୂର୍ଣ୍ଣ ସିଂ, ଭଣ୍ଡାରିପୋଖରୀ ବ୍ଲକ ସମ୍ପାଦକ ରତ୍ନାକର ବେହେରା ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ଝିଅକୁ ହତ୍ୟା କରାଯାଇଛି’

ପଦ୍ମପୁର,୬।୩(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ପଞ୍ଚାୟତ ଖେଡୁଆଳପୁର ଗ୍ରାମରେ ପୂଜାରାଣୀ ପୁହାଣ ନାମ୍ନୀ ଯୁବତୀ ଗତ ୨ ତାରିଖରେ ବେକରେ ରଶି ଲଗାଇ...

ବୁଡ଼ିଲା ଥୋଡ଼ଧାନ, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

ଧାମନଗର,୨୭।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକରେ ଅଧିକାଂଶ ଖାଲୁଆ ଜମି ବର୍ଷାପାଣିରେ ବୁଡ଼ି ଯିବାରୁ ଧାନଚାଷ ବ୍ୟାପକ କ୍ଷତି ହୋଇଛି। ଗର୍ଭଣା ସଂକ୍ରାନ୍ତି ପରଠାରୁ ଧାନଗଛରେ...

ଭୁଲ୍‌ ଇଞ୍ଜେକସନ ନେଲା ଛାତ୍ରୀଙ୍କ ଜୀବନ

ବାସୁଦେବପୁର, ୫।୧୨ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ ବଜାରରେ ଥିବା ଏକ କ୍ଲିନିକରେ ଭୁଲ୍‌ ଇଞ୍ଜେକସନ ନେଇ ଛାତ୍ରୀ ପ୍ରିୟଙ୍କା ବେହେରା(୧୧)ଙ୍କ ବୁଧବାର...

ଭିଜିଲାନ୍ସ ହାତରେ ଭଦ୍ରକ ଜିଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣି

ଭଦ୍ରକ ଅଫିସ,୧।୧୦-୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭଦ୍ରକ ଜିଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣି ସୁଧାକର ବାରିକ।...

ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଜିଆର୍‌ଏସ୍‌ଙ୍କ ଆତ୍ମାହୁତି ଉଦ୍ୟମ

ବାସୁଦେବପୁର,୪।୨(ଡି.ଏନ.ଏ.): ୧୦ ମାସର ବକେୟା ଦରମା ନ ମିଳିବାରୁ ପ୍ରତିବାଦରେ ଜଣେ ଜିଆର୍‌ଏସ୍‌ ଓ ତାଙ୍କ ସ୍ତ୍ରୀ ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରିଛନ୍ତି।...

କିଚେନ ଗାର୍ଡେନ ନାଁରେ ଅର୍ଥ ଆତ୍ମସାତ୍‌

ଭଦ୍ରକ ଅଫିସ,୩୦ା୧: ଭଦ୍ରକ ଜିଲାରେ କିଚେନ ଗାର୍ଡେନ ପ୍ରତିଷ୍ଠା ନାଁରେ ୭୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହେଉଛି। ଗାର୍ଡେନ ପ୍ରତିଷ୍ଠା ନ...

ରାସ୍ତାରେ ଘାଇ,୩ ଗାଁ ଜଳବନ୍ଦୀ

ବନ୍ତ, ୨୬।୮(ଡି.ଏନ୍‌.ଏ.)-ଲଘୁଚାପଜନିତ ବର୍ଷା ଓ ରେବ ନଦୀର ଜଳପତ୍ତନ ବୃଦ୍ଧି ଯୋଗୁ ରାସ୍ତାରେ ଘାଇ ସୃଷ୍ଟି ହୋଇ ଭଦ୍ରକ ଜିଲା ବନ୍ତ ବ୍ଲକ ଅଞ୍ଚଳର ୩ଟି...

ପ୍ରସିଦ୍ଧ ଭଦ୍ରକ କାଳୀପୂଜା: ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର

ଭଦ୍ରକ ଅଫିସ,୨୯।୧୦- ଦୀପାବଳିଠାରୁ ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା।୧୧ଟି ଅସ୍ଥାୟୀ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇ ଆବାହନ କରାଯାଇଛି। ସୋମବାର...

Advertisement
Archives

Model This Week