ମା’ଙ୍କ ସହ ଭଉଣୀଙ୍କୁ ହତ୍ୟା କରିଥିଲେ ଏହି ଅଭିନେତାଙ୍କ ବାପା, କାରଣ ଜାଣିଲେ …

୯୦ ଦଶକର ଅନେକ ତାରକା ବର୍ତ୍ତମାନ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି। ଯାହାଙ୍କ ଫିଲ୍ମକୁ ଦର୍ଶକ ଆଜିବି ମନେ ରଖିଛନ୍ତି। ଯଦିଓ ସେହି ସମୟରେ କିଛି ହିରୋ ଥିଲେ ଯେଉଁମାନେ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ। ମାତ୍ର ପରେ ସେମାନେ ଅଦୃଶ୍ୟ ହୋଇଯାଇଥିଲେ। ଏହି ତାଲିକାରେ ଅଭିନେତା କମଲ ସଦାନାଙ୍କ ନାମ ମଧ୍ୟ ରହିଛି। ଯିଏ ଫିଲ୍ମ ‘ବେଖୁଦି’ରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ୧୯୯୨ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ କାଜଲ ତାଙ୍କର ହିରୋଇନ ଥିଲେ। ଚଳଚ୍ଚିତ୍ରଟି ଫ୍ଲପ ହୋଇଥିଲା, କିନ୍ତୁ ଉଭୟ କଳାକାର ଏଥିରୁ ଏକ ଭିନ୍ନ ପରିଚୟ ପାଇଥିଲେ ।

ତେବେ ଗୋଟିଏ ପଟେ କାଜଲଙ୍କୁ ଇଣ୍ଡଷ୍ଟ୍ରିରେ ଗ୍ରହଣ କରାଯାଇଥିଲା ବେଳେ ଅନ୍ୟ ପଟେ କମଲଙ୍କୁ ଛାଡି ଦିଆଯାଇଥିଲା। ବେଖୁଦି ପରେ ସେ ଅନେକ ଫିଲ୍ମ କରିଥିଲେ ମଧ୍ୟ ତାହା ହିଟ ହୋଇପାରି ନ ଥିଲା। ଏସବୁ ପଛରେ ତାଙ୍କ ପରିବାରକୁ ମଧ୍ୟ ଦାୟୀ କରାଯାଇଛି।
୧୯୯୦ରେ କମଲଙ୍କ ୨୦ତମ ଜନ୍ମଦିନରେ, ତାଙ୍କ ପରିବାରରେ ଏପରି ଏକ ଦୁଃଖଦ ଘଟଣା ଘଟିଥିଲା, ଯାହା ତାଙ୍କୁ ଜୀବନର ଏକ ସ୍ମୃତି ହୋଇ ରହିଗଲା। ଜନ୍ମଦିନ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଥିଲେ ସେତେବେଳେ ହଠାତ୍‌ ସେ ଗୁଳିର ଶବ୍ଦ ଶୁଣିଲେ । କମଲଙ୍କ ମା’ ସଇଦା ଏବଂ ବାପା ବୁଜ ସାଦନାଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା। କମଲଙ୍କ ଜନ୍ମଦିନରେ ମଧ୍ୟ ଝଗଡ଼ା ହୋଇଥିଲା। କ୍ରୋଧରେ ବାପା ମା’ଙ୍କ ଉପରକୁ ଗୁଳି ଚଳାଇଥିଲେ। କେବଳ ଏତିକି ନୁହେଁ ସେ ନିଜ ଝିଅକୁ ମଧ୍ୟ ଗୁଳି କରିଥିଲେ। ଉଭୟଙ୍କର ମୃତ୍ୟୁ ଘଟିଥିଲା। କୁହାଯାଏ ଯେ ସେ କମଲଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ କିନ୍ତୁ ସେ ତାଙ୍କ କାନକୁ ଛୁଇଁ ପଳାଇଥିଲା। ପରେ ତାଙ୍କ ପିତା ନିଜକୁ ଗୁଳି କରି ହତ୍ୟା କରିଥିଲେ। ପରେ ସେ ଏତେ ଭାଙ୍ଗି ପଡ଼ିଥିଲେ ଯେ, ଯାହା ତାଙ୍କ ଉପରେ ବହୁତ ପ୍ରଭାବ ପକାଇଲା। ଏଥିପାଇଁ ତାଙ୍କ କ୍ୟାରିୟର ନଷ୍ଟ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଖୀ- ରଣବୀରଙ୍କୁ ଗୋଟିଏ ଷ୍ଟେଜରେ ଦେଖି ଏମିତି ଲେଖିଲେ ପ୍ରଶଂସକ

ହର୍ଟ ଗର୍ଲ ରାଖୀ ସାଓ୍ବନ୍ତ ପ୍ରାୟତଃ କିଛିନା କିଛି ଚର୍ଚ୍ଚାରେ ରହିଥାନ୍ତି। ବଲିଉଡ ଅଭିନେତା ରଣବୀର ସିଂ ମଧ୍ୟ କିଛି କମ ନୁହଁନ୍ତି। ରଣବୀର ତାଙ୍କ...

କୌଣସି ମଣ୍ଡପରେ ନୁହେଁ, ବରଂ ଘର ଛାତ ଉପରେ ହୋଇଥିଲା ଏହି ଲୋକପ୍ରିୟ ଅଭିନେତାଙ୍କ ବିବାହ

ବଲିଉଡ ଅଭିନେତା ଅଜୟ ଦେବ୍‌ଗନ୍‌ ଓ ବଭିନେତ୍ରୀ ଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ତେବେ ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ୍‌ ପସନ୍ଦ...

୧୩ ବର୍ଷ ବୟସରେ ମା’ ହୋଇଥିଲେ ଏହି ଅଭିନେତ୍ରୀ: ରଜନୀକାନ୍ତଙ୍କଠାରୁ ବି ନେଇଥିଲେ ଅଧିକ ପାରିଶ୍ରମିକ

ବଲିଉଡ୍‌ ‘ଚାନ୍ଦ୍‌ନୀ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ ଏବେ ମଧ୍ୟ ଲୋକଙ୍କ ମନରେ ଜୀବିତ ଅଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କ ବଳିଷ୍ଠ ଅଭିନୟ ଯୋଗୁ ନୂତନ...

ଏକ୍ସ ବୟଫ୍ରେଣ୍ଡଙ୍କ ଏହି କାର୍ଯ୍ୟରେ ଦୁଃଖିତ ହୋଇଥିଲେ ଆଲିଆ, କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଅନ୍‌ସ୍କ୍ରିନ୍‌ ସହିତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କର କୌଣସି ସମ୍ପର୍କ ହେଉ...

ନିଜ ସ୍ବୟମ୍ବର ନେଇ ତମନ୍ନା ଦେଲେ ମଜାଳିଆ ଉତ୍ତର…

ମୁମ୍ବାଇ: ସାଉଥ୍‌ ଫିଲ୍ମରୁ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ତମନ୍ନା ଭାଟିଆଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। କିଛି ଦିନ ତଳେ ଏକ...

ପୁଣିଥରେ ରାମ-ଲଖନଙ୍କୁ ନେଇ ଫିଲ୍ମ ତିଆରି କରିବେ ସୁଭାଷ

ମୁମ୍ବାଇ: ଦୀର୍ଘ ୩୧ ବର୍ଷ ପରେ ପୁଣିଥରେ ରାଭ-ଲଖନ ଯୋଡିଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ସୁଭାଷ ଘାଇ ।...

କିଲି ପଲ୍‌ଙ୍କୁ ଆକ୍ରମଣ, ଦିନେ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ପ୍ରଶଂସା

ଡୋଡୋମା,୨।୫:ତାଞ୍ଜାନିଆର ସୋସିଆଲ ମିଡିଆ ତାରକା କିଲି ପଲଙ୍କୁ ଅଜ୍ଞାତ ବ୍ୟକ୍ତି ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ସାଂଘାତିକ ଆକ୍ରମଣ କରାଯାଇଥିଲା, କିନ୍ତୁ ସେ...

ଜୟାଙ୍କୁ ଟାର୍ଗେଟ କଲେ କଙ୍ଗନା

ନୂଆଦିଲ୍ଲୀ,୧୫ ।୯: ସମାଜବାଦୀ ପାର୍ଟିର ରାଜ୍ୟ ସଭା ସଦସ୍ୟ ତଥା ବଳିଉଡ୍ ନାୟିକା ଜୟା ବଚ୍ଚନ ମଙ୍ଗଳବାର କହିଥିଲେ କି ବଲିଉଡକୁ ବଦନାମ କରିବାକୁ ଯୋଜନା...

Advertisement
Archives

Model This Week