୬୮ ଲକ୍ଷ ଟଙ୍କାର ଜୋତା ପିନ୍ଧନ୍ତି ଏହି ଅଭିନେତା

ବଲିଉଡ୍‌ର ସବୁଠୁ ପ୍ରତିଭାସମ୍ପନ୍ନ କଳାକାର ମଧ୍ୟରୁ ଅନ୍ୟତମ ରଣବୀର ସିଂ ଆଜି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ଆଡୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। ବଲିଉଡ୍‌ର ଆଗଧାଡିର ନାୟକ ରଣବୀର ଫିଲ୍ମ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ତାଙ୍କ ଫିଲ୍ମ ଦେଖିବାକୁ ଦର୍ଶକ ମଧ୍ୟ ଚାହିଁ ରହିଥାନ୍ତି। ୧୯୮୫, ଜୁଲାଇ ୬ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ରଣବୀର ୨୦୧୦ ବ୍ୟାଣ୍ଡ୍‌ ବାଜା ବାରାଜ୍‌ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରଠାରୁ ସେ ପଛକୁ ଫେରିଚାହିଁନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଚାଲିଛନ୍ତି। ରଣବୀର କେବଳ ନିଜ ଅଭିନୟ ପାଇଁ ନୁହେଁ ଲାଇଫ୍‌ଷ୍ଟାଇଲ୍‌ ପାଇଁ ମଧ୍ୟ ବେଶ୍‌ ନାଁ କମାଇଛନ୍ତି। ୫ ଲକ୍ଷରୁ ଅଧିକ ଟଙ୍କାର ଘଣ୍ଟା ପିନ୍ଧୁଥିବାବେଳେ ୬୮ ଲକ୍ଷ ଟଙ୍କାର ଜୋତା ଏବଂ ୯୩ ଲକ୍ଷ ଟଙ୍କାର ଗାଡି ଚଢୁଛନ୍ତି ରଣବୀର। ତାଙ୍କ ପାଖରେ ପାଖାପାଖି ୧ ହଜାରରୁ ଅଧିକ ଜୋତା କଲେକସନ୍‌ ରହିଛି। ମୁମ୍ବାଇରେ ଥିବା ତାଙ୍କ ଘରର ମୂଲ୍ୟ ପ୍ରାୟ ୧୦ କୋଟି ହେବ। ଏହାଛଡା ଗୋଆରେ ମଧ୍ୟ ରଣବୀରଙ୍କ ଫ୍ଲାଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟ ଦଳର ଜର୍ସିରେ ଅନୁଷ୍କା ଶର୍ମା

ବଲିଉଡ୍‌ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଅନେକ ଦିନ ବ୍ୟବଧାନ ପରେ ଫିଲ୍ମ ଶୁଟିଂ ଆରମ୍ଭ...

ନୀଳ ନୟନା ଐଶ୍‌ଙ୍କ ପାଇଁ ସଲମାନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଏହି ଅଭିନେତା: ପରେ ଯାହା ଘଟିଲା ସ୍ବପ୍ନରେ ଭାବି ନ ଥିଲେ

ବମ୍ବେ: ଏକଦା ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ି ସଲମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ ଅଭିନେତା ବିବେକ ଓବରୟ। ଏହାକୁ ଅନେକ ବର୍ଷ ବିତିଥିଲେ ହେଁ ଅନେକ...

୨୦୨୨ ଆଇଏମ୍‌ଡିବି ଟପ୍‌-୧୦ ଭାରତୀୟ ଫିଲ୍ମ: ତାଲିକାରେ ମାତ୍ର ୨ ବଲିଉଡ୍‌ ଫିଲ୍ମ

୨୦୨୨ ବର୍ଷ ଫିଲ୍ମ ଜଗତର ତାରକାମାନଙ୍କ ପାଇଁ ଏକ ଖଟା ଏବଂ ମିଠା ଅନୁଭୂତି ଆଣିଦେଇଥିଲା। ବିଶେଷକରି ଚଳିତ ବର୍ଷ ବକ୍ସ ଅଫିସରେ ଜବରଦସ୍ତ ପ୍ରତିଯୋଗିତା...

ଅକ୍ଷୟ କରି ନ ଥିଲେ ଏଭଳି ଭୁଲ୍‌, ଟ୍ବିଙ୍କଲଙ୍କ ସ୍ଥାନରେ ସ୍ତ୍ରୀ ହୋଇଥାନ୍ତେ ରବିନା

ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଓ ଅଭିନେତ୍ରୀ ରବିନା ଟଣ୍ଡନ ୯୦ ଦଶକର ଏକ ସୁପରହିଟ୍‌ ଯୋଡ଼ି। ୧୯୯୪ରେ ଉଭୟଙ୍କ ଫିଲ୍ମ ‘ମୋହରା’ ରିଲିଜ ହୋଇଥିଲା।...

ପ୍ରଶଂସକଙ୍କୁ ବଡ଼ ସରପ୍ରାଇଜ୍‌ ଦେବେ ପବନଦୀପ-ଅରୁଣିତା

ଟିଭି ରିଏଲିଟି ଶୋ’ ଇଣ୍ଡିଆନ ଆଇଡଲ ୧୨ର ବିଜେତା ପବନଦୀପ ରାଜନ ଏବଂ ଶୋ’ର ପ୍ରଥମ ରନର୍‌ ଅପ ଅରୁଣିତା କାଞ୍ଜିଲାଲ ଏବେ ପୁଣି ଚର୍ଚ୍ଚାରେ।...

ବିଗ୍‌ ବି’ଙ୍କ ବଙ୍ଗଳାରେ ବୋମା, ପୋଲିସ କଣ୍ଟ୍ରୋଲ ରୁମକୁ ଅଜଣା କଲ୍‌…

ମୁମ୍ବାଇ,୭।୮: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ରହିଛି। ଏନେଇ ଏକ ଫୋନ କଲ ଆସିବା ପରେ ପୋଲିସ କଣ୍ଟ୍ରୋଲ ରୁମ୍‌ରେ ଉତ୍ତେଜନା ପ୍ରକାଶ...

‘ଡାଲଚିନି’କୁ ‘ବେଷ୍ଟ ଫିଚର ଫିଲ୍ମ’ ଆଓ୍ବାର୍ଡ

ଭୁବନେଶ୍ୱର, ୨୯।୧୧ (ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରରେ ପୁଣି ଓଡ଼ିଶା ପାଇଁ ସୁନାମ ଆଣିଛି ଓଡ଼ିଆ ଚଳଚ୍ଚିତ୍ର। ରିତୁପ୍ରିୟା ପ୍ରଡକ୍ସନ୍ସର ଚଳଚ୍ଚିତ୍ର ‘ଡାଲଚିନି’କୁ ୭ମ ଅନ୍ତର୍ଜାତୀୟ ଫିଲ୍ମ...

ଲୁଚାଇଥିଲେ ଜୁହି

ଜୁହି ଚାଓ୍ବଲାଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘କୟାମତ୍‌ ସେ କୟାମତ ତକ୍‌’ରୁ। କେବଳ ସେତିକି ନୁହେଁ, ଏହି ଫିଲ୍ମରୁ ଆମୀର ଖଁ। ପ୍ରଥମ ଥର...

Advertisement
Archives

Model This Week