ନିରାଶ ହୋଇ ଘରକୁ ଫେରିଯାଉଥିବା ବିଗ୍‌ବିଙ୍କୁ ଚଳଚ୍ଚିତ୍ରରେ ସୁଯୋଗ ଦେଇଥିଲେ ଏହି ଅଭିନେତା

ହିନ୍ଦୀ ସିନେମା ଜଗତର ଭେଟେରାନ ଅଭିନେତା ମନୋଜ କୁମାର ୨୪ ଜୁଲାଇରେ ଜନ୍ମଦିନ ପାଳନ କରନ୍ତି। ସେ ଅନେକ ଚଳଚ୍ଚିତ୍ର, କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଜନ୍ମଦିନର ଅବସରରେ ମନୋଜ କୁମାରଙ୍କ ଜୀବନ ଏବଂ ଚଳଚ୍ଚିତ୍ର ଯାତ୍ରା ବିଷୟରେ କିଛି ରୋଚକ କାହାଣୀ ଜାଣନ୍ତୁ। ମନୋଜ କୁମାର ୧୯୫୭ ମସିହାରେ ଚଳଚ୍ଚିତ୍ର ‘ଫ୍ୟାଶନ’ରୁ ଅଭିନେତା ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ଏହାକୁ ତାଙ୍କର ପ୍ରିୟ ଚଳଚ୍ଚିତ୍ର ବୋଲି ମଧ୍ୟ ବିବେଚନା କରନ୍ତି।

ଅଧିକାଂଶ ଚଳଚ୍ଚିତ୍ରରେ ମନୋଜ କୁମାରଙ୍କ ଚରିତ୍ରର ନାମ ଭାରତ ଥିଲା, ଯେଉଁଥିପାଇଁ ଲୋକମାନେ ତାଙ୍କୁ ‘ଭାରତ କୁମାର’ ବୋଲି ଡାକିବା ଆରମ୍ଭ କରିଥିଲେ। ମନୋଜ ବିସିସିଆଇକୁ କହିଛନ୍ତି ଯେ, କ୍ରମାଗତ ବିଫଳତା ପରେ ନିରାଶ ହୋଇ ଯେତେବେଳେ ଅମିତାଭ ବଚ୍ଚନ ମୁମ୍ବାଇ ଛାଡି ଦିଲ୍ଲୀ ତାଙ୍କ ମା’ ବାପାଙ୍କ ନିକଟକୁ ଫେରୁଥିଲେ ସେହି ସମୟରେ ସେ ଅମିତାଭଙ୍କୁ ଅଟକାଇ ତାଙ୍କ ଫିଲ୍ମ ‘ରୋଟି, କପଡା ଅର ମାକାନ’ରେ ସୁଯୋଗ ଦେଇଥିଲେ।

ମନୋଜ କୁମାର କୁହନ୍ତି, ଯେତେବେଳେ ଲୋକମାନେ ଅମିତାଭଙ୍କୁ ବିଫଳତା ପାଇଁ ଥଟ୍ଟା କରୁଥିଲେ, ତଥାପି ତାଙ୍କ ଉପରେ ସେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଥିଲେ ଯେ ସେ ଦିନେ ବହୁତ ବଡ ତାରକା ହେବେ। ସେ ମଧ୍ୟ ସେହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ମନୋଜ କହିଛନ୍ତି ଯେ, ଦିଲୀପ କୁମାର ତାଙ୍କ ପତ୍ନୀ ସାଇରା ବାନୁଙ୍କୁ ତାଙ୍କ ଚଳଚ୍ଚିତ୍ର ‘ପୁରବ ଔର ପଶ୍ଚିମ’ରେ କାମ କରିବାକୁ ପ୍ରବର୍ତ୍ତାଇଥିଲେ। ଏହା ପରେ ସେ ଦିଲୀପ କୁମାରଙ୍କୁ ତାଙ୍କ ଫିଲ୍ମ ‘କ୍ରାନ୍ତି’ରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ।

ମନୋଜ କୁମାର କହିଛନ୍ତି ଯେ ଏହି ଚଳଚ୍ଚିତ୍ରର ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କଠାରୁ ପ୍ରେରଣା ମିଳିଥିଲା। ଯିଏ ‘ଜୟ ଯବାନ-ଜୟ କିଶାନ’ ସ୍ଲୋଗାନ ଦେଇଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ସମସ୍ତ ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା। ଶାସ୍ତ୍ରୀଙ୍କ ବ୍ୟତୀତ ଇନ୍ଦିରା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀ ମଧ୍ୟ ତାଙ୍କ ଚଳଚ୍ଚିତ୍ରକୁ ଭଲ ପାଉଥିଲେ। ମନୋଜ କୁମାର ରାଜ କପୁରଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ମେରା ନାମ ଜୋକର’ରେ ମଧ୍ୟ କାମ କରିଥିଲେ।

ମନୋଜ କୁମାର ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ରାଜ କପୁର, ଦେବ ଆନନ୍ଦ ଏବଂ ପ୍ରଣଙ୍କ ପରି ମୋର ଘନିଷ୍ଠ ବନ୍ଧୁମାଙ୍କ ଚଳଚ୍ଚିତ୍ର ଟିଭିରେ ଦିଏ ମୁଁ ଚ୍ୟାନେଲ ପରିବର୍ତ୍ତନ କରେ କାରଣ ସେହି ଅଭିନେତାମାନଙ୍କ ସ୍ମୃତି ମୋତେ କନ୍ଦାଇଦିଏ । ଅଭିନେତା ଶାହରୁଖ ଖାନଙ୍କ ଉପରେ ମନୋଜ କୁମାର କ୍ରୋଧିତ ହୋଇଥିଲେ ଯେତେବେଳେ ଶାହରୁଖ ତାଙ୍କ ଚଳଚ୍ଚିତ୍ର ‘ଓମ ଶାନ୍ତି ଓମ’ରେ ଏକ ଦୃଶ୍ୟରେ ମନୋଜ କୁମାରଙ୍କୁ କପି କରିଥିଲେ । ତେବେ ପରେ ଶାହରୁଖ ମନୋଜ କୁମାରଙ୍କୁ କ୍ଷମା ମାଗିଥିବା ଦାବି କରିଥିଲେ। ମନୋଜ କୁମାର ବିସିସିଆଇକୁ କହିଛନ୍ତି ଯେ, ଶାହାରୁଖଙ୍କ ଉପରେ ଅସନ୍ତୋଷ ପୁରୁଣା ହୋଇଯାଇଛି ଏବଂ ବର୍ତ୍ତମାନ ସେ ଏହି କଥାକୁ ଭୁଲି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri