Posted inକଟକ

ପୋଲିସକୁ ଧକ୍କା ଦେଇ ଖସି ପଳାଇଲେ ଅଭିଯୁକ୍ତ

କଟକ ସଦର,୧୨ା୧୧(ଡି.ଏନ୍‌.ଏ.): କଟକ ସଦର ଥାନା ହାଜତରୁ ଗୁରୁବାର ସକାଳେ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି। ସେ ହେଲେ ବ୍ରାହ୍ମଣଝରିଲୋ ଅଞ୍ଚଳର ବସିର ଖଁା ଓରଫ୍‌ ଜୁଗା। ଏନେଇ ପୋଲିସ ଦଫା ୨୨୫ରେ ମାମଲା (ନଂ.୫୯୩/୨୦)ରୁଜୁକରି ତଦନ୍ତ ଚଳାଇଛି। ପ୍ରକାଶ ଯେ, ଅକ୍ଟୋବର ୨୯ରେ ଜୁଗା ବ୍ରାହ୍ମଣଝରିଲୋସ୍ଥିତ ଜଗନ୍ନାଥ ସେବା ସମବାୟ ସମିତିର ମିନିବ୍ୟାଙ୍କରେ ପଶି ଷ୍ଟାଫମାନଙ୍କୁ ଦାଦାବଟି ମାଗିବା ସହ ଗାଳିଗୁଲଜ କରିଥିଲା। ଏଥିସହ କ୍ୟାସ କାଉଣ୍ଟରର କାଚ ମଧ୍ୟ ଭାଙ୍ଗି ଦେଇଥିଲା। ଏ ନେଇ ଜୁଗାଙ୍କ ବିରୋଧରେ ମାମଲା (ନଂ.୫୭୬/୨୦) ରୁଜୁ ହୋଇଛି। ଏହି ଘଟଣାରେ ବୁଧବାର ପୋଲିସ ଜୁଗାଙ୍କୁ ଥାନାରେ ପଚରାଉଚରା କରିବା ସହ ଅଟକ ରଖିଥିଲା। ରାତିରେ ପେଟ ଖରାପ ଅଛି କହିବା ସହ ପ୍ୟାଣ୍ଟରେ ମଳତ୍ୟାଗ କରିଥିଲା। ଗୁରୁବାର ସକାଳେ ସୁରକ୍ଷା କର୍ମୀଜଣଙ୍କ ହାଜତ ଖୋଲିବା ମାତ୍ରେ ଜୁଗା ତାଙ୍କୁ ଧକ୍କା ମାରି ଫେରାର ହୋଇଯାଇଥିଲା। ଅଭିଯୁକ୍ତ ଜୁଗାଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

କଟକ ସହରରୁ ଆଜି ୬୪ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୧୯।୧୦- କଟକ ସହରରୁ ଆଜି ମୋଟ ୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୩୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ...

ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍‌.ଆଇ ପରିଜାଙ୍କ ପରଲୋକ

କଟକ ଅଫିସ, ୨୬।୮: ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍‌.ଆଇ ପରିଜାଙ୍କର ସୋମବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା।...

୫୦ ପ୍ରତିଶତ କର୍ମଚାରୀରେ ଚାଲିବ ହାଇକୋର୍ଟ ଅଫିସ୍‌

କଟକ ଅଫିସ,୩ା୭: ହାଇକୋର୍ଟ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ରୋଷ୍ଟର ବ୍ୟବସ୍ଥା ବ୍ୟବସ୍ଥା ଅନୁଯାୟୀ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ। ପରବର୍ତ୍ତୀ ନିର୍ଦ୍ଦେଶ...

ଡାକ ବିଭାଗର ଅତ୍ୟାବଶ୍ୟକୀୟ ସେବା: ବିଭିନ୍ନ ହସ୍ପିଟାଲକୁ ପଠାଗଲା ଡାଏଲିସିସ୍‌ କିଟ୍‌

କଟକ ଅଫିସ,୧୧।୪: ମହାମାରୀ କରୋନା କାୟାରେ ଆଜି ସାରା ବିଶ୍ୱ କବଳିତ। ଏନେଇ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ସବୁ ଲୋକ ଘରେ ରହି...

ବାଲିଆପାଳ ଆବାସ ଯୋଜନା ଦୁର୍ନୀତି: ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ଅଫିସ,୧୮ା୧- ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ସରକାରଙ୍କ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଛି। ଏଥିରେ ସରକାରୀ କର୍ମଚାରୀମାନଙ୍କ ଭୂମିକା ରହିଛି। ଏ...

୧୧୮ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ

ଚୌଦ୍ୱାର,୧୭ା୪(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସହରାଞ୍ଚଳରେ ରହୁଥିବା ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ତରଫରୁ ମଞ୍ଜୁର ହୋଇଥିବା ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ସ୍ଥାନୀୟ...

‘ସାମ୍ୟବାଦ୍‌ ଆନ୍ଦୋଳନର ଜନକ ଥିଲେ ଭଗବତୀ’

କଟକ ଅଫିସ, ୨୪ା୧୦: ମାକର୍‌ସବାଦୀ ଚିନ୍ତାଧାରାର ଆଦ୍ୟ ପ୍ରବର୍ତ୍ତକ ତଥା ମୁକ୍ତି ସଂଗ୍ରାମୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୭୭ତମ ସ୍ମୃତି ସମାରୋହ କଟକ ବାଲୁବଜାରସ୍ଥିତ ଓଷ୍ଟା...

ବେଆଇନ ଶ୍ରମିକ ଚାଲାଣ: ଗୋଟିଏ ଦିନରେ ୪୧ ମଧ୍ୟସ୍ଥ, ଦଲାଲ ଗିରଫ

କଟକ ଅଫିସ,୧୩।୧୦: ବେଆଇନ ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ୪୧ ଜଣ ମଧ୍ୟସ୍ଥ ଓ ଦଲାଲଙ୍କୁ ବଲାଙ୍ଗୀର, ନୂଆପଡ଼ା ଜିଲା ପୋଲିସ ଗିରଫ କରି ଶନିବାର...

Advertisement


Archives

Model This Week