ମିଳୁନି ଟେର୍‌, ୩ ଟିମ୍‌ର ତନାଘନା

ନୟାଗଡ଼ ଅଫିସ୍‌/ରଣପୁର, ୧୪ା୧୨(ସ୍ବ.ପ୍ର.):ନୟାଗଡ଼ ସଦର ଥାନା ଯଦୁପୁରର ପରୀ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଚାଲିଛି। ରଣପୁର ଥାନା ସୁନାଖଳା ଫାଣ୍ଡି ବଧିପାଟଣା ଗଁାଦାଣ୍ଡରୁ ଦିନ ଦ୍ୱିପ୍ରହରରେ ୩ ବର୍ଷର ଝିଅ ହରପ୍ରିୟା ସାହୁ(ସ୍ବାତୀ) ନ ମିଳିବା ଘଟଣା ଆତଙ୍କ ଖେଳାଇ ଦେଇଛି। ଏହା ଜିଲା ପୋଲିସର ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି। ପୋଲିସ ପକ୍ଷରୁ ୩ଟି ଟିମ୍‌ ତଦନ୍ତ ଜାରି ରଖିଥିବାବେଳେ ଦମକଳ ବାହିନୀ ୨ୟ ଦିନରେ ବି କୂଅ, ପୋଖରୀ ଆଦି ଜଳାଶୟ ଖୋଜି ସାରିଲାଣି। ଓଡ୍ରାଫ୍‌ ଟିମ୍‌ ଓ ପୋଲିସ ବି ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛି। ପୋଖରୀରେ ଖୋଜିବା ପାଇଁ ସ୍କୁବା ଡ୍ରାଇଭରଙ୍କୁ ନିୟୋଜିତ କରାଯାଇଛି। ସେହିପରି ତଦନ୍ତ ପାଇଁ ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର ୨ୟ ଥର ପାଇଁ ଗଁାରେ ପହଞ୍ଚତ୍ ତଦନ୍ତ ଜାରି ରଖିଛନ୍ତି।
ସେହିପରି ନୟାଗଡ ଶିଶୁ ସୁରକ୍ଷା ୟୁନିଟ୍‌ର ୩ ଜଣିଆ ଦଳ ରଣପୁରର ବଧିପାଟଣା ଗଁାକୁ ସ୍ବାତୀର ପରିବାର ଲୋକଙ୍କୁ ଭେଟିଥିଲେ। ଜିଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଉପେନ୍ଦ୍ର ନାଥ ବଡଜେନା, ଶିଶୁ ସୁରକ୍ଷା ଅଧିକାରୀ ସତ୍ୟ ରଞ୍ଜନ ଦାଶ ଓ ରଣପୁର ସିଡିପିଓ ଶିଶୁ ନିଖୋଜର ତଦନ୍ତ କରି ଫେରି ଆସିଛି। ଅନ୍ୟପକ୍ଷେ ଭାଜପାର ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାଶଙ୍କ ନେତୃତ୍ୱରେ ଏକ ଟିମ୍‌ ସ୍ବାତୀର ପରିବାରକୁ ଭେଟି ନିଖୋଜ ସମ୍ପର୍କରେ ପଚାରି ବୁଝିଥିଲେ। ୯ଦିନ ଧରି ନୟାଗଡରେ ରିଲେ ଅନଶନ ଭାଜପା ପକ୍ଷରୁ ଚାଲୁ ରହିଛି। ଏବେ ରଣପୁର ଶିଶୁକନ୍ୟା ନିଖୋଜ ପୁଣି ଚିନ୍ତାରେ ପକାଇଛି। ସ୍ବାତୀର ମା’ କହୁଥିଲେ ମୋ ଝିଅ ଭଲରେ ଘରକୁ ଫେରି ଆସୁ। ପରୀ ପରି ମୋ ଝିଅ ସହ ଘଟଣା ନ ଘଟୁ। ଗଁାର ସୁରେଶ କୁମାର ବେହେରା କୁହନ୍ତି, ସବୁଆଡେ ଖୋଜଖୋଜି ଚାଲିଛି। ହେଲେ କିଛି ବି ସୁରାକ ମିଳୁନି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା: ୩ ମୁଖ୍ୟ ଅଭିଯୁକ୍ତ ଗିରଫ

ବରୀ/ରତ୍ନଗିରି,୧୨ା୭(ସ୍ବ.ପ୍ର./ଡି.ଏନ୍‌.ଏ.): ବରୀ ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜ୍ୱାଇଁ ଶ୍ୱଶୁର ଘରକୁ ଆସିଥିବାବେଳେ କୌଣସି କାରଣରୁ ବଚସା...

ଅର୍ଚ୍ଚନା ନାଗ ମାମଲା: ଖଗେଶ୍ୱରଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର,୭।୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମାମଲାରେ ଜଡିତ ଥିବା ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଖାରଜ। ଜିଲା ଜଜ୍‌ କୋର୍ଟ ତାଙ୍କ ଜାମିନ ଆବେଦନକୁ...

ଗଞ୍ଜାମରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ: ମନ୍ତ୍ରୀ କହିଲେ ‘ଗଞ୍ଜାମର ସାଲିସ ବିହୀନ ସଂଗ୍ରାମ ଅବିସ୍ମରଣୀୟ

ଛତ୍ରପୁର, ୨୬।୧(ଡି.ଏନ୍‌.ଏ.)-ଛତ୍ରପୁରସ୍ଥିତ ପୋଲିସ ପଡିଆଠାରେ ରବିବାର ଗଞ୍ଜାମ ଜ଼ିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷି ମନ୍ତ୍ରୀ ଅରୁଣ ସାହୁ ଯୋଗ...

ଏବେ ବି ଚୁଆପାଣି ଭରସା

ଚିତ୍ରକୋଣ୍ଡା,୧୨।୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଅନ୍ତର୍ଗତ ଅଣ୍ଡିରାପାଲି ପଞ୍ଚାୟତ ଅନ୍ତର୍ଭୁକ୍ତ କୋଡ଼ିଗନ୍ଧି ଗାଁରେ ୧୨୦ଟି ଆସିବାସୀ ବସବାସ କରନ୍ତି। ଏହି ଗାଁର ବାସିନ୍ଦା...

ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ବସ୍ତା, ୧୦।୭(ସ୍ବ.ପ୍ର.)-ବସ୍ତା ରେଳଷ୍ଟେଶନ ଉପରେ ଦୈନନ୍ଦିନ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ୫ଟି ବ୍ଲକର ହଜାର ହଜାର ଲୋକ ନିର୍ଭର କରୁଛନ୍ତି। ବସ୍ତା ରେଳଷ୍ଟେଶନ ଆଦର୍ଶ...

ନଦୀରେ ଭାସିଯାଇ ଭାଉଜ, ଦିଅର ମୃତ

ବୈପାରିଗୁଡା,୧୬ା୬(ଡି.ଏନ.ଏ.)-କୋରାପୁଟ ଜିଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ କଳାପଡ଼ା ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ନଦୀ ପାର ହେଉଥିବା ବେଳେ ଜଣେ ମହିଳା ଓ...

ବଚସାରୁ ସାଙ୍ଗକୁ ହାଣି ହତ୍ୟା

ପୋଲସରା,୨୪ା୩(ଡି.ଏନ.ଏ.)- ଗଞ୍ଜାମ ଜିଲା ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତସ୍ଥିତ ପାତାଳସିଙ୍ଗି ଗ୍ରାମରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟଛି। ସାମାନ୍ୟ ବଚସାରୁ ସାଙ୍ଗଙ୍କୁ କାତିରେ ହାଣି ହତ୍ୟା...

ଜିଆ ଖତ ନକଲି ସନ୍ଦେହରେ କାରଖାନା ଉପରେ ଚଢ଼ାଉ: ସଂଗ୍ରହ ହେଲା ନମୁନା

ସାକ୍ଷୀଗୋପାଳ,୧୧।୯(ଡି.ଏନ୍‌.ଏ./ସ୍ବ.ପ୍ର.): ନକଲି ସାର ପ୍ରସ୍ତୁତି ସନ୍ଦେହରେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ବୀରଗୋବିନ୍ଦପୁର ନିକଟରେ ଥିବା ଗ୍ଲେୟର କେମିକାଲ ପ୍ରାଇଭେଟ ଲିମିଟେଡ୍‌ କାରଖାନା ଉପରେ ରବିବାର...

Advertisement
Archives

Model This Week