ବୁଗୁଡ଼ା ବ୍ଲକର ୨୦ ଅତିଶୟ ସମ୍ବେଦନଶୀଳ ବୁଥ୍‌

ବୁଗୁଡ଼ା,୧୪ା୨(ଡି.ଏନ.ଏ.) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକର ୨୧ଟି ପଞ୍ଚାୟତର ମୋଟ ୨୮୭ ଟି ବୁଥ୍‌ ମଧ୍ୟରୁ ୧୪ ପଞ୍ଚାୟତର ୨୦ ବୁଥ୍‌ ଅତିଶୟ ସମ୍ବେଦନଶୀଳ ବୋଲି ଜଣାପଡିଛି। ଖୋଳଖାଳି ପଞ୍ଚାୟତର ତାଳସାକର ଗ୍ରାମସ୍ଥ ବୁଥ୍‌ ନଂ୬ ଓ ଖୋଳଖାଳି ଗ୍ରାମର ବୁଥ୍‌ ନଂ ୧, ପାଙ୍ଗିଡି ପଞ୍ଚାୟତର ବୁଥ୍‌ ନଂ ୭, କଳମ୍ବ ପଞ୍ଚାୟତର କାଦପଡା ସ୍ଥିତ ବୁଥ୍‌ ନଂ ୫, ଏ. କରଡ଼ାବାଡ଼ି ପଞ୍ଚାୟତର ସୋରଡ ଗ୍ରାମସ୍ଥ ବୁଥ୍‌ ନଂ ୧ ଓ ଏ.କରଡ଼ାବାଡ଼ି ଗ୍ରାମସ୍ଥ ବୁଥ୍‌ ନଂ ୭, ପୋଚାଲୁଣ୍ଡି ପଞ୍ଚାୟତର ପୋଚାଲୁଣ୍ଡି ଗ୍ରାମସ୍ଥ ବୁଥ୍‌ ନଂ ୧, କରସିଙ୍ଗି ପଞ୍ଚାୟତର ସମଲେଈ ଗ୍ରାମସ୍ଥ ବୁଥ୍‌ ନଂ ୩ ଓ କରସିଙ୍ଗି ଗ୍ରାମସ୍ଥ ବୁଥ୍‌ ନଂ ୫, ତାକରଡ଼ା ପଞ୍ଚାୟତର ତାକରଡ଼ା ଗ୍ରାମସ୍ଥ ବୁଥ୍‌ ନଂ ୧, ବି.କରଡ଼ାବାଡ଼ି ପଞ୍ଚାୟତର ଦଦରାଖୋଲ ଗ୍ରାମସ୍ଥ ବୁଥ୍‌ ନଂ ୯ ଓ ବି.କରଡ଼ାବାଡ଼ି ଗ୍ରାମସ୍ଥ ବୁଥ୍‌ ନଂ ୧, ଭଗବାନପୁର ପଞ୍ଚାୟତର ନୂଆଁ ପାଣିକେଶର ଗ୍ରାମସ୍ଥ ବୁଥ୍‌ ନଂ ୯, ବିରଞ୍ଚିପୁର ପଞ୍ଚାୟତର ଆଦିପୁର ଗ୍ରାମସ୍ଥ ବୁଥ୍‌ ନଂ ୧୦, ଗୋଳାବନ୍ଧ ପଞ୍ଚାୟତର ଗୋଲାବଞ୍ଜର ଗ୍ରାମସ୍ଥ ବୁଥ୍‌ ନଂ ୮, ମାଣିତରା ପଞ୍ଚାୟତର ମାଣିତରା ଗ୍ରାମସ୍ଥ ବୁଥ୍‌ ନଂ ୫, ଗୌଡିଆବୋରଦା ପଞ୍ଚାୟତର କାନସୁକା ଗ୍ରାମସ୍ଥ ବୁଥ୍‌ ନଂ ୮ ଓ ଗୁଡିପଲ୍ଲୀ ଗ୍ରାମସ୍ଥ ବୁଥ୍‌ ନଂ ୧୩, ମୋଟାବାଡ଼ି ପଞ୍ଚାୟତର ନାଗିରି ଗ୍ରାମସ୍ଥ ବୁଥ୍‌ ନଂ ୧ ଓ ମୋଟାବାଡ଼ି ଗ୍ରାମସ୍ଥ ବୁଥ୍‌ ନଂ ୧୧ ଆଦି ଅତିଶୟ ସମ୍ବେଦନଶୀଳ ମତଦାନ କେନ୍ଦ୍ର ତାଲିକା ଭୁକ୍ତ ହୋଇଥିବା ନେଇ ବୁଗୁଡ଼ା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ସୂଚନା ମିଳିଛି। ପ୍ରକାଶ ଯୋଗ୍ୟ, ଯେକ, ଗତ ୨୦୧୭ର ପଞ୍ଚାୟତ ନିର୍ବାଚନ ପ୍ରରିପ୍ରେକ୍ଷୀରେ ପ୍ରଚାର ସମୟରେ ଭାମଶିଆଳି ଗ୍ରାମରେ ସାଙ୍ଘାତିକ ଗଣ୍ଡଗୋଳ ସହ ବୁଗୁଡ଼ା ବ୍ଲକ ଛକରେ ବୋମାମାଡ ଏବଂ ଗୋଲିଆ ପଞ୍ଚାୟତର ସୀତାରାମପଲ୍ଲୀ ଗାଁରେ ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ପଥର ମାଡ ବେଳେ ପୋଲିସ ଆହତ ହୋଇଥିବା ଘଟଣା ସାଙ୍ଗକୁ ପାଙ୍ଗିଡ଼ି ପଞ୍ଚାୟତର ବେଲପଡା ଗାଁରେ ନିର୍ବାଚନ ହିଂସାକାଣ୍ଡରେ ଜଣଙ୍କର ମତ୍ୟୁ ଘଟିଥିଲା। ତେବେ ଚଳିତ ପଞାୟତ ନିର୍ବାଚନକୁ ହିଂସାମୁକ୍ତ କରିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଗାଁ ଗାଁରେ ଫ୍ଳାଗ୍‌ ମାର୍ଚ୍ଚ ସାଙ୍ଗକୁ ଜନସଚେତନତା ସୃଷ୍ଟି ଯୋଗୁ ବର୍ତ୍ତମାନ ପ୍ରାକ୍‌ ନିର୍ବାଚନୀ ପରିସ୍ଥିତି ଶାନ୍ତି ପୂର୍ଣ୍ଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri