ବୁଗୁଡ଼ା ବ୍ଲକର ୨୦ ଅତିଶୟ ସମ୍ବେଦନଶୀଳ ବୁଥ୍‌

ବୁଗୁଡ଼ା,୧୪ା୨(ଡି.ଏନ.ଏ.) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକର ୨୧ଟି ପଞ୍ଚାୟତର ମୋଟ ୨୮୭ ଟି ବୁଥ୍‌ ମଧ୍ୟରୁ ୧୪ ପଞ୍ଚାୟତର ୨୦ ବୁଥ୍‌ ଅତିଶୟ ସମ୍ବେଦନଶୀଳ ବୋଲି ଜଣାପଡିଛି। ଖୋଳଖାଳି ପଞ୍ଚାୟତର ତାଳସାକର ଗ୍ରାମସ୍ଥ ବୁଥ୍‌ ନଂ୬ ଓ ଖୋଳଖାଳି ଗ୍ରାମର ବୁଥ୍‌ ନଂ ୧, ପାଙ୍ଗିଡି ପଞ୍ଚାୟତର ବୁଥ୍‌ ନଂ ୭, କଳମ୍ବ ପଞ୍ଚାୟତର କାଦପଡା ସ୍ଥିତ ବୁଥ୍‌ ନଂ ୫, ଏ. କରଡ଼ାବାଡ଼ି ପଞ୍ଚାୟତର ସୋରଡ ଗ୍ରାମସ୍ଥ ବୁଥ୍‌ ନଂ ୧ ଓ ଏ.କରଡ଼ାବାଡ଼ି ଗ୍ରାମସ୍ଥ ବୁଥ୍‌ ନଂ ୭, ପୋଚାଲୁଣ୍ଡି ପଞ୍ଚାୟତର ପୋଚାଲୁଣ୍ଡି ଗ୍ରାମସ୍ଥ ବୁଥ୍‌ ନଂ ୧, କରସିଙ୍ଗି ପଞ୍ଚାୟତର ସମଲେଈ ଗ୍ରାମସ୍ଥ ବୁଥ୍‌ ନଂ ୩ ଓ କରସିଙ୍ଗି ଗ୍ରାମସ୍ଥ ବୁଥ୍‌ ନଂ ୫, ତାକରଡ଼ା ପଞ୍ଚାୟତର ତାକରଡ଼ା ଗ୍ରାମସ୍ଥ ବୁଥ୍‌ ନଂ ୧, ବି.କରଡ଼ାବାଡ଼ି ପଞ୍ଚାୟତର ଦଦରାଖୋଲ ଗ୍ରାମସ୍ଥ ବୁଥ୍‌ ନଂ ୯ ଓ ବି.କରଡ଼ାବାଡ଼ି ଗ୍ରାମସ୍ଥ ବୁଥ୍‌ ନଂ ୧, ଭଗବାନପୁର ପଞ୍ଚାୟତର ନୂଆଁ ପାଣିକେଶର ଗ୍ରାମସ୍ଥ ବୁଥ୍‌ ନଂ ୯, ବିରଞ୍ଚିପୁର ପଞ୍ଚାୟତର ଆଦିପୁର ଗ୍ରାମସ୍ଥ ବୁଥ୍‌ ନଂ ୧୦, ଗୋଳାବନ୍ଧ ପଞ୍ଚାୟତର ଗୋଲାବଞ୍ଜର ଗ୍ରାମସ୍ଥ ବୁଥ୍‌ ନଂ ୮, ମାଣିତରା ପଞ୍ଚାୟତର ମାଣିତରା ଗ୍ରାମସ୍ଥ ବୁଥ୍‌ ନଂ ୫, ଗୌଡିଆବୋରଦା ପଞ୍ଚାୟତର କାନସୁକା ଗ୍ରାମସ୍ଥ ବୁଥ୍‌ ନଂ ୮ ଓ ଗୁଡିପଲ୍ଲୀ ଗ୍ରାମସ୍ଥ ବୁଥ୍‌ ନଂ ୧୩, ମୋଟାବାଡ଼ି ପଞ୍ଚାୟତର ନାଗିରି ଗ୍ରାମସ୍ଥ ବୁଥ୍‌ ନଂ ୧ ଓ ମୋଟାବାଡ଼ି ଗ୍ରାମସ୍ଥ ବୁଥ୍‌ ନଂ ୧୧ ଆଦି ଅତିଶୟ ସମ୍ବେଦନଶୀଳ ମତଦାନ କେନ୍ଦ୍ର ତାଲିକା ଭୁକ୍ତ ହୋଇଥିବା ନେଇ ବୁଗୁଡ଼ା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ସୂଚନା ମିଳିଛି। ପ୍ରକାଶ ଯୋଗ୍ୟ, ଯେକ, ଗତ ୨୦୧୭ର ପଞ୍ଚାୟତ ନିର୍ବାଚନ ପ୍ରରିପ୍ରେକ୍ଷୀରେ ପ୍ରଚାର ସମୟରେ ଭାମଶିଆଳି ଗ୍ରାମରେ ସାଙ୍ଘାତିକ ଗଣ୍ଡଗୋଳ ସହ ବୁଗୁଡ଼ା ବ୍ଲକ ଛକରେ ବୋମାମାଡ ଏବଂ ଗୋଲିଆ ପଞ୍ଚାୟତର ସୀତାରାମପଲ୍ଲୀ ଗାଁରେ ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ପଥର ମାଡ ବେଳେ ପୋଲିସ ଆହତ ହୋଇଥିବା ଘଟଣା ସାଙ୍ଗକୁ ପାଙ୍ଗିଡ଼ି ପଞ୍ଚାୟତର ବେଲପଡା ଗାଁରେ ନିର୍ବାଚନ ହିଂସାକାଣ୍ଡରେ ଜଣଙ୍କର ମତ୍ୟୁ ଘଟିଥିଲା। ତେବେ ଚଳିତ ପଞାୟତ ନିର୍ବାଚନକୁ ହିଂସାମୁକ୍ତ କରିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଗାଁ ଗାଁରେ ଫ୍ଳାଗ୍‌ ମାର୍ଚ୍ଚ ସାଙ୍ଗକୁ ଜନସଚେତନତା ସୃଷ୍ଟି ଯୋଗୁ ବର୍ତ୍ତମାନ ପ୍ରାକ୍‌ ନିର୍ବାଚନୀ ପରିସ୍ଥିତି ଶାନ୍ତି ପୂର୍ଣ୍ଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବିତ୍ରୀ ମହିଳା ମହାବିଦ୍ୟାଳୟର ୩୫ ପ୍ରାର୍ଥିନୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲା…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ବାଇକ୍ ଧକ୍କାରେ ବୃଦ୍ଧ ଗୁରୁତରଚିକିତ୍ସା ଦାବିରେ ରାସ୍ତାରୋକ

ଚିକିଟି, ୧୦/୦୯/୨୦୨୬ (ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧୀନ ଚିକିଟି ଫାଣ୍ଡି ଅଞ୍ଚଳର ଓଳପୁର ଛକ ନିକଟରେ ଶନିବାର…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

ଶହୀଦ ଭଗତ ସିଂ କଲେଜରେ ପ୍ରଥମଥର ଛାତ୍ର ସଂସଦ ନିର୍ବାଚନ: ୮ ପଦବୀ ପାଇଁ ୧୫ ପ୍ରାର୍ଥୀ

ଗଞ୍ଜାମ, ୧୦।୧୦ (ଅନାଥ ତରାଇ): ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଞ୍ଜାମ ବ୍ଲକର ଖଣ୍ଡଦେଉଳିସ୍ଥିତ ଶହୀଦ ଭଗତ ସିଂ କଲେଜରେ ଆସନ୍ତା ୧୫ ତାରିଖରେ ପ୍ରଥମଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?