ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ମା’ ହାତୀକୁ ଦେଖିବାକୁ ମିଳୁଛି। ମା’ ହାତୀ ଛିଡ଼ା ହୋଇଥିବା ବେଳେ ୨ ଛୁଆ ହାତୀ କାଦୁଅରେ ଖେଳୁଥିବା ଦେଖିବାକୁ ମିଳୁଛି। ସେମାନେ ପୁରା କାଦୁଅରେ ଶୋଇଯାଇ ଖେଳୁଛନ୍ତି।
ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Happiness is enjoying these little things in life 💕 pic.twitter.com/LncnL2DPDq
— Susanta Nanda IFS (@susantananda3) July 18, 2021