ଫାଇନାଲ୍‌ରେ ଦଳକୁ ପହଞ୍ଚାଇବା ପରେ ଏମିତି କଥା କହିଦେଲେ ପାଣ୍ଡ୍ୟା

କୋଲକତା,୨୫।୫: ଆଇପିଏଲ ୨୦୨୨ର କ୍ୱାଲିଫାୟାର୍‌-୧ ମ୍ୟାଚରେ ଗୁଜରାଟ ଟାଇଟାନ୍ସ (ଜିଟି) ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌)କୁ ୭ ଉଇକେଟରେ ପରାସ୍ତ କରି ଫାଇନାଲ ଟିକେଟ ପାଇଛି। ଗୁଜରାଟ ଟାଇଟାନ୍ସ (ଜିଟି)ର ଏହି ବିଜୟ ପରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବହୁତ ଖୁସି ଅଛନ୍ତି। ଦଳକୁ ଫାଇନାଲକୁ ପହଞ୍ଚାଇବା ବରେ ତାଙ୍କ ନାମ ବିକ୍ରି ହେଉଛି ବୋଲି ପାଣ୍ଡ୍ୟା କହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, ଲୋକମାନେ ମୋ ନାଁରେ ଅନେକ କଥା କହିବେ। ଏହା ସେମାନଙ୍କର କାମ। ମୁଁ କିଛି କରିପାରିବି ନାହିଁ। ମୋ ନାଁ ସର୍ବଦା ବିକ୍ରି ହୁଏ ଏବଂ ମୋର ଏଥିରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ ସହିତ ସଫଳତା ପରେ ୨୦୧୬ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ପାଣ୍ଡ୍ୟାଙ୍କୁ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କ ସହ ତୁଳନା କରାଯାଇଥିଲା। ତା’ପରେ ୨୦୧୯ରେ, ‘କଫି ସହ କରଣ’ରେ ମହିଳାଙ୍କ ବିଷୟରେ ତାଙ୍କର ଅପମାନଜନକ ମନ୍ତବ୍ୟ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ପରେ ସେ କ୍ଷମା ମାଗିଥିଲେ।
ସେ ଭାରତ ପାଇଁ ଖେଳିଥିବା ଶେଷ ମ୍ୟାଚ ନଭେମ୍ବର ୮ରେ ଦୁବାଇରେ ଚାଲିଥିବା ଟି-୨୦ ବିଶ୍ୱକପରେ ନାମ୍ବିଆ ବିପକ୍ଷରେ ହୋଇଥିଲା। ସେବେଠାରୁ ଅଣ୍ଟା ଅପରେଶନ ହେତୁ ତାଙ୍କୁ ବୋଲିଂରେ ସଂଘର୍ଷ କରୁଥିବା ଦେଖାଯାଇଥିଲା। ମୁମ୍ବାଇ ଇଣ୍ଡିଆନ୍ସରୁ ମୁକ୍ତ ହେବା ପରେ ଗୁଜରାଟ ତାଙ୍କୁ ଆଇପିଏଲ ସିଜିନ୍‌ ପୂର୍ବରୁ ମେଗା ନିଲାମରେ ୧୫ କୋଟି ଟଙ୍କାରେ କିଣିଥିଲା।
ସେ କହିଛନ୍ତି, ମାହି ଭାଇ ମୋ ଜୀବନରେ ଏକ ବଡ଼ ଭୂମିକା ଗ୍ରହଣ କରିଛନ୍ତି। ସେ ମୋ ପାଇଁ ଭାଇ, ବନ୍ଧୁ ଏବଂ ପରିବାର ପରି। ମୁଁ ତାଙ୍କଠାରୁ ବହୁତ ଭଲ ଜିନିଷ ଶିଖିଲି। ବ୍ୟକ୍ତିଗତ ଭାବରେ, ମୁଁ କେବଳ ଦୃଢ ଼ ରହି ଏହି ସବୁ ଜିନିଷର ସାମ୍ନା କରିପାରିବି। ଏହି ସିଜିନ୍‌ରେ ପାଣ୍ଡ୍ୟା ହାରାହାରି ୪୫ରୁ ଅଧିକ ୪୫୩ ରନ ସଂଗ୍ରହ କରିଛନ୍ତି। ସେ ୫ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ପାଲିକେଲ, ୨୭।୭: ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭ୍ରମଣକାରୀ ଦଳ ନୂଆ କୋଚ୍‌ ଗୌତମ ଗମ୍ଭୀର...

୫୮ ବର୍ଷରେ ଅଲିମ୍ପିକ୍ସ ଡେବ୍ୟୁ କଲେ ଏହି ଖେଳାଳି

ସାଣ୍ଟିଆଗୋ,୨୬ା୭: ଚିଲିର ଟେବୁଲ ଟେନିସ୍‌ ଖେଳାଳି ଝେଙ୍ଗ ଝିୟିଙ୍ଗ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି। ଚାଇନାରେ ଜନ୍ମ ନେଇଥିବା ଏହି ଖେଳାଳି...

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ...

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri